Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଶାରଦୀୟ ପୂଜା : ତନ୍ତ୍ରପୀଠ ଉଗ୍ରତାରା ଚଳଚଞ୍ଚଳ, ମା’ ଭଗବତୀଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା

6/10/2019 at 3:48 PM

ଟାଙ୍ଗି ୬|୧୦: ଶାରଦୀୟ ପୂଜାକୁ ନେଇ ବିଭିନ୍ନ ଶକ୍ତି  ଓ  ତନ୍ତ୍ର ପୀଠ ଚଳଚଞ୍ଚଳ ହୋଇ ଉଠିଛି । ଭକ୍ତ – ଶ୍ରଦ୍ଧାଳୁ ନିଜ ମାନସିକ ପୂରଣ ପାଇଁ ପୂଜା ପାଠ କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଭୁଷଣ୍ଡପୁରର ମା’ ଉଗ୍ରତାରାଙ୍କ ପୀଠ ଏବେ ବେଶ ଚଳଚଞ୍ଚଳ । ଶକ୍ତିପୀଠ ତଥା ତନ୍ତ୍ରପୀଠ ଭାବେ ଏହି ପୀଠ ବେଶ-ଜଣାଶୁଣା । ଏହି ପୀଠକୁ  ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିଛି । ଶାରଦୀୟ ପୂଜା ଉପଲକ୍ଷେ ଏହି ପୀଠ ଅଧିକରୁ ଅଧିକ ଚଳଚଞ୍ଚଳ ହୋଇ ଉଠିଛି ।

ଠିକ ସେହିପରି ଖୋର୍ଦ୍ଧା ଜିଲ୍ଲାର ଆଉ ଏକ ଶକ୍ତିପୀଠ ତଥା ତନ୍ତ୍ରପୀଠ ଏବଂ ଐତିହାସିକପୀଠ ଭାବେ ପରିଚିତ ବାଣପୁର ର ମା’ ଭଗବତୀଙ୍କ ପୀଠ । ଯେଉଁ ପୀଠରେ ମହାପ୍ରସାଦ ସହ ଆମିଷ ଭୋଗ ଠାକୁରଙ୍କୁ ଲାଗି ହୋଇଥାଏ । ଭଗବତୀଙ୍କ ପୀଠ ମଧ୍ୟ ବେଶ ଚଞ୍ଚଳ ହୋଇଉଠିଛି ।    

ଖୋର୍ଦ୍ଧା ଜିଲ୍ଲାର ଏହି ଦୁଇ ତନ୍ତ୍ର ପୀଠରେ  ଏବେ ଜନଗହଳି ଲାଗି ରହିଛି । ମା’ ଙ୍କୁ ଦର୍ଶନ ସହିତ ମା’ କୃପା ଲାଭ ପାଇଁ ଭକ୍ତ ଆଗମନ ଲାଗି ରହିଛି । ଗର୍ଭ ଗୃହରେ ଗୁପ୍ତ ପୂଜା ସହିତ ଭିନ୍ନ ରୀତି-ନୀତି ରେ ପୂଜାପଣ୍ଡାମାନଙ୍କ ଦ୍ଵାରା ମାଙ୍କପୂଜା ପାଠ ସମ୍ପନ୍ନ ହେଉଛି । ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଇ ମା’ ପୂଜା କରାଯାଉଛି ।

   Related Posts