Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଏନସିବି ଜାଲରେ ଫଶିପାରନ୍ତି ରଣବୀର ସିଂହ, ଶାହିଦ କପୁର, ହ୍ରିତିକ ରୋଶନ ଓ ଅର୍ଜୁନ ରାମପାଲ!

27/09/2020 at 12:48 PM

ମୁମ୍ବାଇ ୨୭/୦୯: ଅଭିନେତା ସୁଶାନ୍ତ ସିଂହ ରାଜୁପତଙ୍କ ମୃତ୍ୟୁ ପରେ ବଲିଉଡ ଇଣ୍ଡଷ୍ଟ୍ରି ଚର୍ଚାରେ ରହିଛି। ଏହି ଚାରି ମାସ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନେପୋଟିଜମ ଓ ଡ୍ରଗ୍ସ ମାମଲାକୁ ନେଇ ବଡ଼ ବଡ଼ ଖୁଲାସା ହେଉଛି। ଗତ କିଛି ଦିନ ହେବ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ​‌ (ଏନସିବି) ଡ୍ରଗ୍ସ ମାମଲାର ତଦନ୍ତ କରୁଛି।

ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତୀ ଗିରଫ ହୋଇଥିବା ବେଳେ ଗତକାଲି ଦୀପିକା ପାଦୁକୋନ, ସାରା ଅଲୀ ଖାନ, ଶ୍ରଦ୍ଧା କପୁରଙ୍କ ଭଳି ବଡ଼ ବଡ଼ ଅଭିନେତ୍ରୀଙ୍କୁ ଏନସିବି ଜେରା କରିଛି। ଇତି ମଧ୍ୟରେ ଡ୍ରଗ୍ସ ମାମଲାରେ ଏବେ ବଲିଉଡ ଅଭିନେତା ମଧ୍ୟ ଏନସିବି ଜାଲରେ ପଡ଼ିପାରନ୍ତି।

ଏକ ରିପୋର୍ଟ ଅନୁସାରେ ଆସନ୍ତା ସପ୍ତାହରେ ଏନସିବି ହ୍ରିତିକ ରୋଶନ, ରଣବୀର ସିଂହ, ଶାହିଦ କପୁର ଓ ଅର୍ଜୁନ ରାମପାଲଙ୍କୁ ମଧ୍ୟ ପଚରାଉଚରା କରିପାରେ। ଅଭିନେତା ହ୍ରିତିକଙ୍କୁ ବଲିଉଡ-ଡ୍ରଗ୍ସ ମାଫିଆ ନେକସସ ତଦନ୍ତ ପାଇଁ ସମନ ପଠାଯାଇପାରେ। ୨୦୧୭ରେ ହ୍ରିତିକ ରୋଶନ ସ୍ବାସ୍ଥ୍ୟ ଅବସ୍ଥା ଯୋଗୁ ଫିଲ୍ମରୁ ବ୍ରେକ ନେଇ ଥିଲେ। ସେହି ସମୟରେ ତାଙ୍କୁ ମୁମ୍ବାଇର କୋକିଲାବେନ ହସପିଟାଲରେ ଭର୍ତି କରାଯାଇଥିଲା।

ଏନସିବି ହସପିଟାଲରୁ ହ୍ରିତିକ ରୋଶନଙ୍କ ମେଡିକାଲ ରିପୋର୍ଟ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରୁଛି। ହ୍ରିତିକଙ୍କ ବ୍ୟତୀତ ରଣବୀର, ଶାହିଦ ଓ ଅର୍ଜୁନ ରାମପାଲଙ୍କ ନାଁ ଜେରା ଲିଷ୍ଟରେ ସାମିଲ ଅଛି। ଗତବର୍ଷର ଫିଲ୍ମ ‘କବୀର ସିଂହ’ ବ୍ଲକବଷ୍ଟର ଫିଲ୍ମ ଥିଲା। ସେଥିରେ ଦେଖିବାକୁ ମିଳିଥିଲା ନାୟିକାଙ୍କ ସହ ସମ୍ପର୍କ ଅସଫଳ ହେବାରୁ ସେ ଡାକ୍ତର ହୋଇ ମଧ୍ୟ ଡ୍ରଗ୍ସ ଅଭ୍ୟାସ କରିଥିଲେ। ଏହାକୁ ନେଇ ତାଙ୍କୁ ସମନ ପଠାଯାଇପାରେ। ଏହି କଥାରେ କେତେ ସତ ଅଛି ସେ ବାବଦରେ ଜାଣିବା ପାଇଁ ହୁଏତ ଏନସିବି ଏମିତି କରିପାରେ।

   Related Posts