ନାମାଙ୍କନ ଦାଖଲ କଲେ ରୀତା ସାହୁ

Published By : Prameya-News7 Bureau | September 30, 2019 IST

ବରଗଡ଼ ୩୦/୯: ଆଜି ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାବେଳେ ନାମାଙ୍କନ ଦାଖଲ କରିଛନ୍ତି ରୀତା ସାହୁ । ସେ ପଦ୍ମପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି।  

ବିଜେଡିରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ଏବଂ ବିଜେପିରୁ ସନତ ଗଡ଼ତିଆ ନିର୍ବାଚନ ଲଢୁଛନ୍ତି । ଗତ ବିଜେପୁର ଉପନିର୍ବାଚନରେ ରୀତା ସାହୁ ବିଜେଡି ଟିକେଟରେ ଜିତିଥିଲେ । ହେଲେ ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ବିପୁଳ ସମର୍ଥନରେ ବିଜୟୀ ହୋଇଥିଲେ । ଆଉ ସୁନତ ଗଡ଼ତିଆ, ନବୀନଙ୍କ ବିରୋଧରେ ଲଢ଼ି ଦ୍ବିତୀୟ ସ୍ଥାନରେ ରହିଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡିବାରୁ ଏବେ ପୁଣି ଥରେ ସେଠାରେ ନିର୍ବାଚନ ହେବାକୁ ଯାଉଛି । ଦେଢ଼ ବର୍ଷ ଭିତରେ ବିଜେପୁରରେ ୩ ଥର ନିର୍ବାଚନ ହୋଇସାରିଲାଣି । ଏଥର ନିର୍ବାଚନୀ ମଇଦାନରେ କିଏ ବାଜି ମାରିବ । ତାହା ବିଜେପୁର ଭୋଟରଙ୍କ ଉପରେ ନିର୍ଭର କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.