ଦେବଗଡ଼ ଜିଲ୍ଲା କୁଟୁରାପଶି ଗ୍ରାମରେ ବିପଦଜନକ ବିଦ୍ୟୁତ୍ ସେବା

Published By : Prameya-News7 Bureau | September 08, 2018 IST

ଦେବଗଡ଼ ୮/୯:ଆଧୁନିକ ସମାଜରେ ବିଦ୍ୟୁତ୍ ସେବାର ଗୁରୁତ୍ବ ରହିଛି । ବିଦ୍ୟୁତ୍ ନ ଥିଲେ ସାଧାରଣ ଜୀବନ ଠପ୍ ହୋଇ ପଡେ । ମାତ୍ର ବିଦ୍ୟୁତ୍ ସେବା ଯୋଗାଣରେ ନିରାପତ୍ତା ବ୍ୟବସ୍ଥା ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସେବା ଯୋଗାଣରେ ନିରାପତ୍ତା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ଏଥତ୍ପାଇଁ ଭବିଷ୍ୟତରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅର୍ନ୍ତଗତ କୁଟୁରାପଶି ଗ୍ରାମରେ ବିଦ୍ୟୁତ୍ ସେବା ଅଛି, ମାତ୍ର ଅତି ବିପଦ ଜନକ ଅବସ୍ଥାରେ । ଗ୍ରାମ ମଣ୍ଡପ ନିକଟରେ ବିଦ୍ୟୁତ୍ ଟ୍ରାନସ୍ଫର୍ମର୍ ରହିଥତ୍ବା ବେଳେ ଏହା ଖୋଲାମେଲା ଅବସ୍ଥାରେ ରହିଛି । ବିଦ୍ୟୁତ୍ ତାର ଓହଳି ରାସ୍ତାର ଅତି ନିକଟରେ ରହିଛି । ବହୁ ସ୍ଥାନରେ ବିଦ୍ୟୁତ୍ ଟ୍ରାନସ୍ଫରମର୍ ଖୋଲାମେଲା ରହିଥତ୍ବା ବେଳେ ଅନାବନା ଗଛ ଲଟା ମାଡି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଖୋଦ୍ ଜିଲ୍ଲାପାଳଙ୍କ ଘର ନିକଟରେ ବିଦ୍ୟୁତ୍ ତାର ଅତି ଅଳ୍ପ ଉଚ୍ଚରେ ରହିଛି । ଏ ସବୁ ଘଟଣା ପାଇଁ ଆଗକୁ ଅଘଟଣର ଆଶଙ୍କା ଦେଖା ଦେଇଛି । ଅତି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ଅଳ୍ପ ଉଚ୍ଚରେ ଯାଇଥିବା ବେଳେ ଏହା ସଂସ୍ପର୍ଶରେ ଆସି ମନୁଷ୍ୟ ସମେତ ଗାଇ ଗୋରୁଙ୍କ ମୃତ୍ୟୁ ହେବାର ଘଟଣା ପୂର୍ବରୁ ଦେବଗଡ ଜିଲ୍ଲାରେ ଘଟି ସାରିଛି । ଏପରି ସ୍ଥଳରେ ବିପଦ ଜନକ ବିଦ୍ୟୁତ୍ ସେବା ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅତି ହାଲୁକା ମନ୍ତବ୍ୟ ଦେଇଛନ୍ତି। ସେ ଏହାକୁ ସ୍ବୀକାର କରିବା ସହ ସରକାରୀ ଅନୁଦାନ ଆସିଲେ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି। ଦେବଗଡ ଜିଲ୍ଲାରେ ଓବସ୍କୋ କମ୍ପାନୀ ବିଦ୍ୟୁତ୍ ସେବା ଯୋଗାଉ ଥିବା ବେଳେ ନିରାପତ୍ତାରେ ଏଭଳି ଖାମ ଖିଆଲି ମନୋଭାବକୁ ସାଧାରଣରେ ନାପସନ୍ଦ କରାଯାଇଛି । ଏହାର ଶୀଘ୍ର ସ୍ଥାୟୀ ପ୍ରତିକାର କରି ବିଦ୍ୟୁତ୍ ଟ୍ରାନସ୍ଫରମର୍ ଚାରିକଡରେ ବାଡା ଓ ଅଳ୍ପ ଉଚ୍ଚରେ ଥିବା ବିଦ୍ୟୁତ୍ ତାରକୁ ନିରାପଦ ଦୂରତାରେ ଟାଣିବାକୁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.