Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ବିନା ମାସ୍କରେ ଘରେ କଥାବର୍ତ୍ତା ହେଲେ କରୋନା ଭାଇରସ୍ ବ୍ୟାପିବାର ଆଶଙ୍କା ଅଧିକ : ଅଧ୍ୟୟନ

9/06/2021 at 9:03 PM

ନୂଆଦିଲ୍ଲୀ ୯।୬: ଘରେ କିମ୍ବା ବନ୍ଦ କୋଠରୀରେ ମାସ୍କ ନ ପିନ୍ଧି କଥାବାର୍ତ୍ତା ହେବା ଦ୍ବାରା କରୋନା ଭାଇରସ୍ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି । ଏକ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି । ଏହି ଅଧ୍ୟୟନରେ ଏହା କୁହାଯାଇଛି ଯେ, କଥା କହିବା ସମୟରେ ବିଭିନ୍ନ ଆକାରର ଶ୍ବାସକ୍ରିୟା ବୁନ୍ଦା ପାଟିରୁ ବାହାରିଥାଏ ଏବଂ ସେଥିରେ ଭିନ୍ନ ଭିନ୍ନ ପ୍ରକାରର ଭାଇରସ୍ ଥାଇପାରେ । ଅଧ୍ୟୟନରେ ରିସର୍ଚ୍ଚରମାନଙ୍କ କହିବା ଅନୁସାରେ, ସବୁଠାରୁ ଚିନ୍ତାଜନକ ବୁନ୍ଦା ହେଉଛି ଯାହାର ଆକାର ମଧ୍ୟମ ଏବଂ ଯାହା କିଛି ମିନିଟ୍ ପର୍ଯ୍ୟନ୍ତ ବାୟୁରେ ରହିପାରେ । ସେମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ବୁନ୍ଦା ବାୟୁ ପ୍ରବାହରୁ ଯଥେଷ୍ଟ ଦୂରତାରେ ପହଞ୍ଚିପାରେ ।

ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇବେଟିସ୍ ଆଣ୍ଡି୍ ଡାଇଜେଷ୍ଟିଭ୍ ଆଣ୍ଡ୍ କିଡନୀ ରୋଗର ଆଡ୍ରିଏନ୍ ବେକ୍ସ କହିଛନ୍ତି, ‘ଆମେ ସମସ୍ତେ ଦେଖିଛୁ ଯେ ଯେତେବେଳେ ଲୋକମାନେ କଥାବାର୍ତ୍ତା ହୁଅନ୍ତି, ସେତେବେଳେ ହଜାରେ ଛେପ ବୁନ୍ଦା ଉଡିଥାଏ, କିନ୍ତୁ ଆହୁରି ହଜାରେରୁ ଅଧିକ ଯାହା ଖାଲି ଆଖିରେ ଦେଖାଯାଏ ନାହିଁ।’ ବେକ୍ସ ଆହୁରି କହିଛନ୍ତି ଯେ, ‘କଥା ହେବା ସମୟରେ ବାହାରିଥିବା ଏହି ଭାଇରସ୍ ଯୁକ୍ତ ବୁନ୍ଦାରି ଯେତେବେଳେ ଜଳ ବାଷ୍ପୀଭୂତ ହୁଏ, ସେମାନେ ଧୂଆଁ ପରି ବାୟୁରେ କିଛି ମିନିଟ୍ ପର୍ଯ୍ୟନ୍ତ ଭାସିପାରନ୍ତି ଯାହା ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ ।

ଅନୁସନ୍ଧାନକାରୀମାନେ କୋଭିଡ୍-୧୯ ବିଶ୍ବ ମହାମାରୀ ଆରମ୍ଭରୁ ଭାଇରସ୍ ସଂକ୍ରମଣରେ ଏରୋସୋଲ ବୁନ୍ଦାର ଶାରୀରିକ ଏବଂ ଚିକିତ୍ସା ଦିଗ ଉପରେ କରାଯାଇଥିବା ଅନେକ ଅଧ୍ୟୟନର ସମୀକ୍ଷା କରିଥିଲେ । ସେମାନେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, SARS-CoV-2 ର ବାୟୁଜନିତ ପ୍ରସାର ନା କେବଳ କୋଭିଡ୍-୧୯କୁ ପ୍ରସାରିତ କରିବାର ମୁଖ୍ୟ ମାର୍ଗ ବରଂ ସୀମିତ ସ୍ଥାନରେ ମାସ୍କ ନ ପିନ୍ଧି କଥାବର୍ତ୍ତା କରିବା ସେହି ଦିଗକୁ ପ୍ରତିପାଦିତ କରେ ଯାହା ଅନ୍ୟମାନଙ୍କ ପାଇଁ ସବୁଠାରୁ ଅଧିକ ବିପଦ ଅଟେ ।

   Related Posts