Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୧୮ ସନ୍ଧ୍ୟା ସୁଦ୍ଧା ୪ ଜିଲ୍ଲାରେ ବନ୍ୟା ଆଶଙ୍କା : ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ଟିମ୍ ମୁତୟନ

16/09/2021 at 5:28 PM

ଭୁବନେଶ୍ବର ୧୬।୯: ଶନିବାର ସଂଧ୍ୟା ସୁଦ୍ଧା ୪ ଜିଲ୍ଲାରେ ବନ୍ୟା ଆଶଙ୍କା । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଡ୍ୟାମ୍‌ର ୨୮ଟି ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ତେଣୁ ମହାନଦୀ ସଂଲଗ୍ନ ତଳିଆ ଅଂଚଳଗୁଡ଼ିକରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

ହୀରାକୁଦରୁ ଛଡ଼ାଯାଇଥିବା ପାଣି ଶନିବାର ସକାଳ ସୁଦ୍ଧା ମୁଣ୍ଡୁଳୀରେ ପହଞ୍ଚିବ । ସକାଳରୁ ମଧ୍ୟାହ୍ନ ଭିତରେ ମୁଣ୍ଡୁଳିରେ ୮ ଲକ୍ଷ କ୍ୟୁସେକ୍‌ ପାଣି ପାସ୍‌ କରିବ । ରାତି ସୁଦ୍ଧା ପାଣି ତଳିଆ ଅଂଚଳରେ ପହଞ୍ଚିବ । ଫଳରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହୋଇପାରେ । ତେବେ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର ଓ ପୁରୀ ଭଳି ୬ ଜିଲ୍ଲାରେ ୩୦ଟି ଓଡ୍ରାଫ, ୧୨ଟି NDRF, ଅଗ୍ନିଶମ ବାହିନୀର ୧୦ଟି ଟିମ୍‌ଙ୍କୁ ମୁତୟନ କରାଯାଇଛି । ଏଯାଏଁ ସେମିତି ଉଦବେଗଜନକ ସ୍ଥିତି ନାହିଁ ବୋଲି ଏସଆରସି କହିଛନ୍ତି ।

   Related Posts