ଆରବ ସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟି ଆଶଙ୍କା: ମେ’ ୩୧ ବେଳକୁ ବାତ୍ୟାର ରୂପ ନେଇପାରେ

Published By : Prameya-News7 Bureau | May 29, 2020 IST

ନୂଆଦିଲ୍ଲୀ ୨୯/୫: ଦକ୍ଷିଣ-ପଶ୍ଚିମ ଆରବ ସାଗର ଉପରେ ମେ’ ୩୧ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହା ପରେ ବାତ୍ୟାର ରୂପ ନେଇପାରେ। କିନ୍ତୁ ଏହାଯୋଗୁଁ ମୁମ୍ବାଇବାସୀଙ୍କୁ ଗରମରୁ ଆଶ୍ୱସ୍ତି ମିଳିବ ନାହିଁ। ତେବେ ପାଣିପାଗ ବିଭାଗ ଏହାକୁ ନେଇ କୌଣସି ଆଲର୍ଟ ଜାରି କରିନାହିଁ।

କଲମ୍ବିଆ ବିଶ୍ୱବିଦ୍ୟାଳୟର ପାଣିପାଗ ବିଶେଷଜ୍ଞ ଆଦାମ ଏଚ ସୋବେଲ ମଧ୍ୟ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଆରବ ସାଗର ଉପରେ ଏକ ଘୂର୍ଣ୍ଣିଝଡ ସୃଷ୍ଟି ହୋଇପାରେ । ଏହା ସମୁଦ୍ର ଉପ କୂଳବର୍ତ୍ତୀ ଅଞ୍ଚଳ ଦେଇ ଗୁଜୁରାଟ ଆଡେ ଗତି କରିବ । ଏହାର ପ୍ରଭାବରେ କର୍ଣ୍ଣାଟକ, ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଦକ୍ଷିଣ ଗୁଜରାଟରେ ପ୍ରବଳ ବର୍ଷା ହେବା ସାଙ୍ଗକୁ ତୀବ୍ର ଗତିରେ ପବନ ବହିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.