ବିପଦ ସଙ୍କୁଳ ଅବସ୍ଥାରେ ନଦୀବନ୍ଧ, ୨୫୦ ଫୁଟର ଘାଇ ହେବା ଆଶଙ୍କା

Published By : Prameya-News7 Bureau | August 19, 2020 IST

ସାଲେପୁର ୧୯।୮: ଚଳିତ ବର୍ଷ ମହାନଦୀରେ ପାଣି ଆସିବା ଦ୍ବାରା କିଶନନଗର ତହସିଲ ଅଧିନ ବାବୁଜଙ୍ଗ, ପିଁପୁର ମହାନଦୀ ବନ୍ଧ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରାୟ ୨୫୦ ଫୁଟର ଲମ୍ବରେ ବାଲି ଅତଡା ଖସିଯିବା ଫଳରେ ସଂପୃକ୍ତ ଅଞ୍ଚଳରେ ଘାଇ ହୋଇଯିବା ଆଶଙ୍କା କରାଯାଉଛି ।

{"id":317051,"sizeSlug":"large"}

ଏହି ଅଞ୍ଚଳରେ ପ୍ରାୟ ୨୦୦୦ ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପ୍ରାୟ ଏକ ହଜାର ଲୋକ ଏହି ନଦୀ ବନ୍ଧ ଦେଇ ଯାତାୟାତ କରିଥାନ୍ତି । ଏହି ରାସ୍ତା କିଶନନଗରରୁ ପାରାଦୀପ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଛି । ଲୋକଙ୍କ କହିବା ଅନୁସାରେ ପ୍ରଶାସନ ପକ୍ଷରୁ ବାରମ୍ବାର ବାଲିଘାଟ କରି ବାଲି ଉଠାଇବା ଦ୍ବାରା ନଦୀ ବନ୍ଧ ଆଜି ବିପଦ ସଙ୍କୁଳ ଅବସ୍ଥାରେ ପଡିରହିଛି । ଏହାସହ ଜନସାଧାରଣ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି ।

{"id":317052,"sizeSlug":"large"}

ଯଦି ଏହି ଅଞ୍ଚଳରେ ନଦୀ ବନ୍ଧ ଭାଙ୍ଗି ବନ୍ୟା ସୃଷ୍ଟି ହୁଏ ତେବେ ଏକର ଏକର ଚାଷ ଜମି ନଷ୍ଟ ହେବା ସହ ଲୋକମାନେ ବାସ କରୁଥିବା ଘର ବାଡି ମଧ୍ୟ ବନ୍ୟାରେ ଧୋଇ ହୋଇଯିବ । ଏପଟେ ପ୍ରଶାସନ ବାଲି ବସ୍ତା ପକାଇ  ଘାଇ ରୋକିବା ପାଇଁ ପ୍ରାଣ ପଳେ ଉଦ୍ୟମ କରୁଛି । ଲୋକମାନଙ୍କ ଅଭିଯୋଗ ପରେ ବି ସ୍ଥାନୀୟ ତହସିଲଦାର, ଜିଲ୍ଲାପାଳଙ୍କ ଦେଖାନାହିଁ । ଆଗାମୀ ଦିନରେ ଯଦି କିଛି କ୍ଷତି ହୁଏ ଏଥିପାଇଁ ସ୍ଥାନୀୟ ତହସିଲଦାର ଦାୟୀ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.