କୂଳ ଲଙ୍ଘୁଛି ସମୁଦ୍ର : ସମୁଦ୍ର ପାଣିରେ ଧୋଇ ହୋଇଗଲା ବ୍ରହ୍ମପୁର ରାମେୟାପାଟଣା ଗାଁ ରାସ୍ତା

Published By : Prameya-News7 Bureau | August 12, 2019 IST

ଗଞ୍ଜାମ ୧୨/୮: କୂଳ ଲଙ୍ଘୁଛି ସମୁଦ୍ର । ବ୍ରହ୍ମପୁର ରାମେୟାପାଟଣା ଗାଁରେ ସ୍ଥାନୀୟ ଲୋକେ ଭୟଭୀତ । ଗାଁ ଆଡକୁ ମାଡି ଆସିଛି ସମୁଦ୍ର । ଗାଁକୁ ସଂଯୋଗ କରୁଥିବା ରାସ୍ତା ସମୁଦ୍ର ପାଣିରେ ଧୋଇ ହୋଇ ନଷ୍ଟ ହୋଇଯାଇଛି । ସମୁଦ୍ର ଜୁଆର ପାଣିରେ  କୂଳ ଲଙ୍ଘୁ ଥିବାରୁ  ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି ।

{"id":143498}

ଗତ  ଦୁଇ ଦିନ ହେଲା ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଆହୁରି ଉଗ୍ର ରୂପ ଧାରଣ କରିବ । ତେଣୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

{"id":143499}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.