Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଅନୁଧ୍ୟାନ : ୨୦୫୦ ସୁଦ୍ଧା ସମୁଦ୍ର ଗର୍ଭରେ ନିଶ୍ଚିହ୍ନ ହୋଇଯିବ ଉପକୂଳ ଓଡ଼ିଶାର ସମସ୍ତ ଗାଁ ଓ ସହର…

31/10/2019 at 5:19 PM

ଭୁବନେଶ୍ବର ୩୧|୧୦: ୨୦୫୦ ସୁଦ୍ଧା ସମୁଦ୍ର ଗର୍ଭରେ ନିଶ୍ଚିହ୍ନ ହୋଇଯିବ ଉପକୂଳ ଓଡ଼ିଶା ।  ଆନ୍ତର୍ଜାତିକ ପତ୍ରିକା ନେଚର କମ୍ୟୁନିକେସନରେ ପ୍ରକାଶିତ ଏଭଳି କିଛି  ରିପୋର୍ଟକୁ ନେଇ ଏବେ ବଢ଼ିଛି ଚିନ୍ତା । ରିପୋର୍ଟ କହୁଛି ଦିନକୁ ଦିନ ସମୁଦ୍ରର ଜଳସ୍ତର ଯେଉଁଭଳି ଭାବେ ବୃଦ୍ଧି ପାଉଛି, ତାହା ଆଗାମୀ ଦିନରେ ସମଗ୍ର ବିଶ୍ବ ପାଇଁ ଭୟାନକ ପରିସ୍ଥିତି ସୃଷ୍ଟି କରିବ । ସମୁଦ୍ର ଉପକୂଳରେ ଥିବା ବିଶ୍ବର ଅନେକ ପ୍ରମୁଖ ସହର ବୁଡ଼ିଯିବ । ଏମିତିରେ ଓଡ଼ିଶାର ପୁରୀ, ଗୋପାଳପୁରରେ ସମୁଦ୍ର ଯେଉଁଭଳି ଭାବେ କୂଳ ଲଙ୍ଘୁଛି ତାହା ସତର୍କଘଣ୍ଟି ବୋଲି ଧରିବାକୁ ହେବ ।

ବାଇଶି ପାହାଚେ ମୀନ ଖେଳିବ । ଅଚ୍ୟୁଚ ବଚନ ଆନ ନୋହିବ । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ ଏମିତି କିଛି ଲେଖାକୁ ନେଇ ଅନେକ ତର୍କ ବିତର୍କ ହୋଇଥାଇପାରେ । ଏହାକୁ ଅନେକ ମଧ୍ୟ ଗୁରୁତ୍ବ ଦେଇ ନଥାଇପାରନ୍ତି, ହେଲେ ନିକଟରେ ଆନ୍ତର୍ଜାତିକ ପତ୍ରିକା ନେଚର କମ୍ୟୁନିକେସନରେ ପ୍ରକାଶିତ ରିପୋର୍ଟ ପୁଣି ଥରେ ଚିନ୍ତା କରିବାର ଅବସର ଆଣିଛି ।

ଦିନକୁ ଦିନ ସମୁଦ୍ରର ଜଳସ୍ତର ଯେଉଁଭଳି ଭାବେ ବୃଦ୍ଧି ପାଉଛି, ତାହା ଆଗାମୀ ଦିନରେ ସମଗ୍ର ବିଶ୍ବ ପାଇଁ ଭୟାନକ ପରିସ୍ଥିତି ସୃଷ୍ଟି କରିବ । ରିପୋର୍ଟ କହୁଛି  ୨୦୫୦ ସୁଦ୍ଧା ସମୁଦ୍ର ଗର୍ଭରେ ନିଶ୍ଚିହ୍ନ ହୋଇଯିବ ଉପକୂଳରେ ଥିବା ବିଶ୍ବର ଅନେକ ପ୍ରମୁଖ ସହର । ଏମିତିରେ ଓଡ଼ିଶାର ଉପକୂଳ ଅଂଚଳ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି ।

ଓଡ଼ିଶାର ପୁରୀ, ଗୋପାଳପୁରରେ ସମୁଦ୍ର ଯେଉଁଭଳି ଭାବେ କୂଳ ଲଙ୍ଘୁଛି ତାହା ସତର୍କଘଣ୍ଟି ବୋଲି କୁହାଯାଇପାରେ । ସମୁଦ୍ର ଉପକୂଳରେ ଥିବା ଗୋପାଳପୁର, ଗଞ୍ଜାମ, ଚିଲିକା ପାର୍ଶ୍ବବର୍ତ୍ତୀ ଅଂଚଳ, କୋଣାର୍କର ଉତ୍ତରରେ ଥିବା ନୂଆଗାଁ, ଅସ୍ତରଙ୍ଗ ବୁଡ଼ିଯିବ ସମୁଦ୍ର ଗର୍ଭରେ । ଏହାରି ଭିତରେ ଭୁଷଣ୍ଡପୁର, ବ୍ରହ୍ମଗିରି, ସାତପଡ଼ା, ରମ୍ଭା, ବରକୂଳ, ବାଲୁଖଣ୍ଡ ସବୁ ଚାଲିଯିବ ।

ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଂଚଳକୁ ପୋଛି ନେବ ସମୁଦ୍ରର ଭୟଙ୍କର ଢ଼େଉ । ମାର୍ଶାଘାଇ, ପଟାମୁଣ୍ଡାଇ ଯାଏଁ ମାଡ଼ି ଆସିବ ସମୁଦ୍ର ପାଣି । ରତନପୁରରୁ ଭଦ୍ରକ ଉପକୂଳ ପର୍ଯ୍ୟନ୍ତ ଏକ ବିରାଟ୍‌ ଉପକୂଳ ଅଂଚଳ ବୁଡ଼ିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ସେହିଭଳି ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀ, ବାଲିଆପାଳ, ଦୀଘା ପର୍ଯ୍ୟନ୍ତ ସବୁକିଛି ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଆଶଙ୍କା କରାଯାଉଛି ।

ବିଗତ ଦୁଇ ଦଶନ୍ଧି ଭିତରେ ପୁରୀ ସମେତ ଉପକୂଳ ଓଡ଼ିଶାରେ ବେଳାଭୂମି କମିବାରେ ଲାଗିଛି । ଅର୍ଥାତ୍‌ ଆଗକୁ ଆଗକୁ ମାଡ଼ି ଚାଲିଛି ସମୁଦ୍ର । ଯାହା ଏଭଳି ଗୋଟେ ଆଶଙ୍କାକୁ ଅଧିକ ବଳ ଦେଉଛି ।  ଏହି ଧାରା ଲାଗି ରହିଲେ ଆଗାମୀ ୧୦ ବର୍ଷ ଭିତରେ ଓଡ଼ିଶା ଉପକୂଳ ଅଂଚଳରେ ଏକ ବଡ଼ ଭାଗକୁ ସମୁଦ୍ର ଯେ ଗିଳି ନଦେବ ତାହାକୁ ଅସ୍ବିକାର କରିହେବନାହିଁ ।

   Related Posts