ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ: ବଢୁଛି ନଦୀର ଜଳସ୍ତର, ବହିଗଲା ପୋଲ, ଏ ପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | October 19, 2021 IST

ଡେରାଡୁନ ୧୯।୧୦: ଲଗାଣ ବର୍ଷାରେ ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରକୃତି ତାଣ୍ଡବ ରଚିଛି। ଭୀଷଣ ବର୍ଷାରେ ପାହାଡିଆ ଅଞ୍ଚଳର ସ୍ଥିତି ବେହାଲ ହୋଇ ପଡିଛି। ନୈନିତାଲ ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ଭୀଷଣ ବର୍ଷାରେ ଏକ ଘର ଭୁଶୁଡିଯିବାରୁ ନଅ ଜଣଙ୍କ ମୃତ୍ୟୁ  ଘଟିଛି। ଅନ୍ୟ ଏକ ସ୍ଥାନରେ କାନ୍ଥ ଭାଙ୍ଗିବାରୁ ପାଞ୍ଚ ଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏହି ପରି ବର୍ଷା ଏବଂ ଭୂସ୍ଖଳନରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ନଦୀର ଜଳସ୍ତର  ବଢିବା ସହିତ ଅନେକ ସ୍ଥାନରେ ପୋଲ ଭୁଶୁଡିବା ସହିତ ରାସ୍ତା ବହିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି।

wp:html /wp:html

ସୂଚନା ଅନୁସାରେ, ନୈନିତାଲରେ ଜାରି ଲଗାଣ ବର୍ଷା କାରଣରୁ ରାମଗଢ ବ୍ଲକର ଝୁତିଆ ସୁନକା ଗାଁରେ ଘର ଭୁଶୁଡିବାରୁ ନଅ ଜଣ ଶ୍ରମିକ ଜୀବନ୍ତ ପୋତି ହୋଇ ଯାଇଛନ୍ତି। ଏହି ସବୁ ଶ୍ରମିକ ମୋଟର ମାର୍ଗ ନିର୍ମାଣ କାର୍ଯ୍ୟରେ  ଜୁଟିଥିଲେ। ସଡକ ବନ୍ଦ ଥିବାରୁ ଶ୍ରମିକଙ୍କ ମୃତଦେହ ବାହାର କରାଯାଇ ପାରି ନାହିଁ। ସମସ୍ତ ଶ୍ରମିକ ଉତ୍ତର ପ୍ରଦେଶ ଓ ବିହାରର। ଅନ୍ୟପଟେ  ଦୋଷାପାନିରେ ଭୂସ୍ଖଳନ କାରଣରୁ ୩ ଜଣ ଗାଁ ଲୋକଙ୍କ ମୃତ୍ୟୁ ଘଟିଛି। ସେହି ପରି ବନ୍ୟା ପାଣିରେ କ୍ଵାରବ ଗାଁରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପ୍ରଭାବିତ ଅଞ୍ଚଳରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଦ୍ଵାରା ରିଲିଫ୍ କାର୍ଯ୍ୟ ଜାରି ରହିଛି। ମାତ୍ର ଖରାପ ପାଣିପାଗ କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଲୋକଙ୍କୁ ଘର ଭିତରୁ ମୃତଦେହ କାଢିବାରେ ମୁସ୍କିଲ ହୋଇଛି। ଭିନ୍ନ ଭିନ୍ନ ଘଟଣାରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

wp:html /wp:html

ଗତ ୨୪ ଘଣ୍ଟା ହେବ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ସ୍ଥାନୀୟ ପ୍ରଶାସନ ସହ ଏନଡିଆରଏଫ, ଏସଡିଆରଏଫ ଓ ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସରକାରଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନସ୍ତରରେ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ରାଜ୍ୟର ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଅନେକ ସ୍ଥାନରେ ପୋଲ ବନ୍ୟା ପାଣିରେ ବୋହି ଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.