୭ ମାସ ପରେ ଗଙ୍ଗା ନଦୀରେ ଆରମ୍ଭ ହେଲା ରାଫ୍ଟିଙ୍ଗ୍: କୋଭିଡ୍ ଗାଇଡ୍‌ଲାଇନ୍ ସହ ମଜା ନେଉଛନ୍ତି ପର୍ଯ୍ୟଟକ

Published By : Prameya-News7 Bureau | September 27, 2020 IST

ଋଷିକେଶ ୨୭/୦୯ : ଦୀର୍ଘ ୭ ମାସ ପରେ ଗଙ୍ଗା ନଦୀରେ ରିଭର୍ ରାଫ୍ଟିଙ୍ଗ୍ ଆରମ୍ଭ ହୋଇଛି । ପ୍ରଶାସନ ଠାରୁ ଅନୁମତି ମିଳିବା ପରେ ୭ ମାସ ପରେ ଆରମ୍ଭ ହୋଇଛି ରାଫ୍ଟିଙ୍ଗ୍ । କରୋନା ସଂକ୍ରମଣ ଏବଂ ମୌସୁମୀ ଋତୁ ଯୋଗୁଁ ଋଷିକେଶ ରାଫ୍ଟିଙ୍ଗ୍ ଜୋନ୍ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ସରକାରଙ୍କ ଦ୍ୱାରା ଗାଇଡଲାଇନ୍ ଜାରି ହେବା ପରେ ଆଡଭେଞ୍ଚର୍ ସ୍ପୋର୍ଟ୍ସ ଉପରେ ଲାଗୁ ହୋଇଥିବା କଟକଣା ହଟାଇ ଦିଆଯାଇଛି । ଆଡଭେଞ୍ଚର ସ୍ପଟ୍ କୁହାଯାଉଥିବା ଋଷିକେଶକୁ ବର୍ତ୍ତମାନ କମ ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି । କିନ୍ତୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ସ୍ଥାନୀୟ ବ୍ୟବସାୟୀ ଆଶାବାଦୀ । ଦୀର୍ଘ ୭ ମାସ ହେଲା କରୋନା ଯୋଗୁଁ ପର୍ଯ୍ୟଟକଙ୍କ ପରିଭ୍ରମଣ ବନ୍ଦ ଥିବାରୁ ବ୍ୟବସାୟୀଙ୍କୁ ଅନେକ କ୍ଷତି ସହିବାକୁ ପଡିଛି ।

{"id":335198,"sizeSlug":"large"}

ନବରାତ୍ର ଓ ଛୁଟି ସିଜନ୍ ଥିବାରୁ ପର୍ଯ୍ୟଟକ ପୁଣି ଋଷିକେଶର ସୁନ୍ଦର ମନୋରମ ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ କରିବା ଆରମ୍ଭ କରିବେ । ଫଳରେ ରିଭର୍ ରାଫ୍ଟିଙ୍ଗକୁ ସଂଜୀବନୀ ମିଳିବ । ରିଭର ରାଫ୍ଟିଙ୍ଗ ଦ୍ୱାରା ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀ ମଧ୍ୟ ରୋଜଗାର କରିପାରିବେ । ରିଭର୍ ରାଫ୍ଟିଙ୍ଗ୍ ରୋଟେସନ୍ କମିଟିର ଅଧ୍ୟକ୍ଷ ଦୀନେଶ ଭଟ୍ଟ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଅନୁମତି ମିଳିବା ପରେ ଗଙ୍ଗା ନଦୀରେ ରିଭର୍ ରାଫ୍ଟିଙ୍ଗ୍ ଆରମ୍ଭ କରାଯାଇଛି ।

{"id":335201,"sizeSlug":"large"}

ଗାଇଡଲାଇନ୍ ଜାରି ହେବା ପରେ ରବିବାର ଠାରୁ ସଠିକ ତରିକାରେ ପର୍ଯ୍ୟଟକଙ୍କୁ ରାଫ୍ଟିଙ୍ଗ୍ ସୁବିଧା ମିଳିବା ଆରମ୍ଭ ହେବ । ଫଳରେ ଏହି ବ୍ୟବସାୟ ସହିତ ଜଡିତ ଥିବା ଲୋକ ମଜବୁତ ହୋଇ ପୁଣିଥରେ ପର୍ଯ୍ୟଟକଙ୍କୁ ରାଫ୍ଟିଙ୍ଗ୍ ସୁବିଧା ଯୋଗାଇ ପାରିବେ । ତେବେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଯାହାଫଳରେ ନିରାଶ ସମୟ ଶେଷ ହୋଇଯିବ ଏବଂ ଲୋକଙ୍କ ଗୁଜୁରାଣ ମେଣ୍ଟିବ ।

{"id":335199,"sizeSlug":"large"}

ରିଭର୍ ରାଫ୍ଟିଙ୍ଗ୍ ବ୍ୟବସାୟୀ ସୁନୀଲ କଣ୍ଡବାଲ କହିଛନ୍ତି ଯେ ସରକାର ଦ୍ୱାରା ଜାରି କୋଭିଡ୍-୧୯ ଗାଇଡଲାଇନ୍ ପାଳନ କରାଯାଉଛି । ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ଅନୁଯାୟୀ ଗୋଟିଏ କ୍ରାଫ୍ଟରେ ୪ ପର୍ଯ୍ୟଟକଙ୍କୁ ଜଣେ ଗାଇଡ୍ ଏବଂ ଜଣେ ହେଲ୍ପରଙ୍କ ସହିତ ପଠାଯାଉଛି । ଏହାସହ ଗାଇଡଲାଇନ ଅନୁସାରେ ରାତିରେ ୬ ଫୁଟ ଦୂରତା ନିୟମ ପାଳନ କରାଯାଉଛି । ରାଫ୍ଟିଙ୍ଗ୍ ସଉକିଆ ଲୋକ ବର୍ତ୍ତମାନ ଋଷିକେଶ ମୁହାଁ ।

{"id":335200,"sizeSlug":"large"}

ପର୍ଯ୍ୟଟକଙ୍କ ମଧ୍ୟରେ ପୂଜା ଡଙ୍ଗଵାଲ ପ୍ରଥମେ ରାଫ୍ଟିଙ୍ଗର ମଜା ନେଇଥିଲେ । ସେ କହିଛନ୍ତି ଯେ, ଗଙ୍ଗା ନଦୀରେ ଲହରୀ ରୋମାଞ୍ଚର ଏକ ଭିନ୍ନ ଅନୁଭୂତି ରହିଛି । ଏହି ରୋମାଞ୍ଚ ଅନ୍ୟ କୌଣସି ପର୍ଯ୍ୟଟକରେ ନାହିଁ । ସେ ପ୍ରଥମ ଥର ପାଇଁ ରାଫ୍ଟିଙ୍ଗ୍ କରିଛନ୍ତି ଏବଂ ପ୍ରତିବର୍ଷ ଋଷିକେଶରେ ଆସି ରାଫ୍ଟିଙ୍ଗ୍ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.