ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କ କରୋନାରେ ଦେହାନ୍ତ, AIIMSରେ ତ୍ୟାଗ କଲେ ଶେଷ ନିଶ୍ୱାସ

Published By : Prameya-News7 Bureau | May 21, 2021 IST

ଋଷିକେଷ ୨୧/୫ : କୋଭିଡ ଚିକିତ୍ସା ପାଇଁ AIIMS ଋଷିକେଶରେ ଭର୍ତ୍ତି ହୋଇଥିବା ପରିବେଶବିତ୍ ସୁନ୍ଦରଲାଲ ବାହୁଗୁଣାଙ୍କ ଦେହାନ୍ତ । ମଧ୍ୟାହ୍ନ ୧୨ଟାରେ ସେ ଋଷିକେଶ AIIMS ରେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ଅମ୍ଳଜାନ ସାଚୁରେଚନ ୮୬ ପ୍ରତିଶତ ଥିଲା । ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା ଗତ କିିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜାର ତାଙ୍କର ସେଠାରେ ପରଲୋକ ହୋଇଛି । ଡାକ୍ତରଙ୍କ କହିବା ଅନୁଯାୟୀ, ସେ ଜଣେ ମଧୁମେହ ରୋଗୀ ଏବଂ କୋଭିଡଙ୍କ ସହ ନିମୋନିଆରେ ପୀଡିତ ଥିଲେ । ବିଭିନ୍ନ ରୋଗ ହେତୁ ସେ ଗତ କିଛି ବର୍ଷ ଧରି ଔଷଧ ଖାଉଥିଲେ। ମୃତ୍ୟୁ ବେଳକୁ ବହୁଗୁଣା ୯୪ ବର୍ଷ ବୟସ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.