‘ସଣ୍ଡେ ଟାଇମସ୍‌ ରିଚ୍‌ ଲିଷ୍ଟ’ରେ ଋଷୀ ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତୀ

Published By : Prameya-News7 Bureau | May 20, 2022 IST

ଲଣ୍ଡନ ୨୦।୫: ବ୍ରିଟେନ ଅର୍ଥମନ୍ତ୍ରୀ ଋଷୀ ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତୀଙ୍କ ନାମ ବାର୍ଷିକ ‘ସଣ୍ଡେ ଟାଇମ୍ସ ରିଚ୍ ଲିଷ୍ଟ’ରେ ସ୍ଥାନ ପାଇଛି। ଏହି ଦମ୍ପତ୍ତି ୭୩ କୋଟି ପାଉଣ୍ଡର ମିଳିତ ସମ୍ପତ୍ତି ସହିତ ସୂଚୀର ୨୨୨ତମ ସ୍ଥାନରେ ଅଛନ୍ତି। ତେବେ ସୂଚୀର ଶୀର୍ଷ ସ୍ଥାନରେ ୨୮.୪୭୨ ବିଲିୟନ ପାଉଣ୍ଡ ମୂଲ୍ୟର ସମ୍ପତ୍ତି ସହିତ ଭାରତୀୟ ମୂଳର ହିନ୍ଦୁଜା ଭ୍ରାତା ଅଛନ୍ତି। ବ୍ରିଟେନରେ ଜନ୍ମିତ ସୁନକଙ୍କ ବିବାହ ଇନଫୋସିସର ସହ ସଂସ୍ଥାପକ ଏନ.ଆର.ନାରାୟଣ ମୂର୍ତ୍ତୀଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କ ସହିତ ହୋଇଛି।

{"id":631656,"width":838,"height":596,"sizeSlug":"full","linkDestination":"none"}

ବ୍ରିଟେନର ସବୁଠୁ ଧନିକ ଲୋକଙ୍କ ବାର୍ଷିକ ରାଙ୍କିଙ୍ଗର ୩୪ ବର୍ଷର ଇତିହାସରେ ସୁନକ ଅଗ୍ରୀମ ପଙକ୍ତିର ଜଣେ ଏପରି ନେତା ଯାହାଙ୍କୁ ସୂଚୀରେ ସ୍ଥାନ ମିଳିଛି। ସୁନକଙ୍କ ପତ୍ନୀ ଅକ୍ଷତାଙ୍କର ଇନଫୋସିସରେ ୦.୯୩ ପ୍ରତିଶତ ଅଂଶୀଦାରୀ ରହିଛି। ଅର୍ଥାତ ସେ ୬୯ କୋଟି ପାଉଣ୍ଡର ମାଲିକାଣୀ ଅଟନ୍ତି। ଏହି ସୂଚୀରେ ଶ୍ରୀ ଓ ଗୋପୀଚାନ୍ଦ ହିନ୍ଦୁଜା ଏବଂ ତାଙ୍କ ପରିବାର ପ୍ରଥମ ସ୍ଥାନରେ ଅଛନ୍ତି। ଗତବର୍ଷ ହିନ୍ଦୁଜା ପରିବାର ସୂଚୀର ତୃତୀୟ ସ୍ଥାନକୁ ଖସି ଯାଇଥିଲେ।

{"id":631657,"width":840,"height":470,"sizeSlug":"full","linkDestination":"none"}

ଚଳିତବର୍ଷ ସୂଚୀର ତୃତୀୟ ସ୍ଥାନରେ ମଧ୍ୟ ଭାରତୀୟ ଅଛନ୍ତି। ଏଥିରେ ଭାରତରେ ଜନ୍ମିତ ଡେଭିଡ ଓ ସିମୋନ ଋବେନ ତଥା ସେମାନଙ୍କ ପରିବାର ରହିଛନ୍ତି। ସେମାନଙ୍କ ମୋଟ ସମ୍ପତ୍ତିର ଆକଳନ ୨୨.୨୬୫ ବିଲିୟନ ପାଉଣ୍ଡରୁ ବି ଅଧିକ। ଉଲ୍ଲେଖ ଯୋଗ୍ୟ ଯେ ଋଷୀ ସୁନକ ଏବେ ବ୍ରିଟେନର ନାଗରିକ ଓ ସରକାରରେ ସେ ଅର୍ଥମନ୍ତ୍ରୀ ଅଛନ୍ତି। ବ୍ରିଟେନ ଅର୍ଥମନ୍ତ୍ରାଳୟ ଋଷି ସୁନକଙ୍କ କାର୍ଯ୍ୟରେ ମଧ୍ୟ ବେଶ୍ ପ୍ରଭାବିତ। ସୁନକ ମୁଖ୍ୟରୂପରେ ପଞ୍ଜାବୀ ହିନ୍ଦୁ ପରିବାରର ଓ ତାଙ୍କ ପିତା ପଞ୍ଜାବର ବାସିନ୍ଦା। ତାଙ୍କ ପିତାଙ୍କ ନାମ ୟଶବୀର ସୁନକ ଓ ମାଙ୍କ ନାମ ଉଷା ସୁନକ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.