ଦାୟିତ୍ବ ନେଲେ ସିବିଆଇର ନୂଆ ନିର୍ଦେଶକ ଋଷି କୁମାର ଶୁକ୍ଲା : ପ୍ରଥମ ପର୍ଯ୍ୟାୟରେ ହେବ ୫ଟି ଦୁର୍ନୀତିର ତଦନ୍ତ ; ଜାଣନ୍ତୁ କ'ଣ

Published By : Prameya-News7 Bureau | February 04, 2019 IST

ଦିଲ୍ଲୀ ୪/୨ : ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ସିବିଆଇ ମଧ୍ୟରେ ଝଡ ଚାଲିଥିବାବେଳେ ପଦ ସମ୍ଭାଳିଛନ୍ତି ନୂତନ ଭାବେ ନିଯୁକ୍ତ ହୋଇଥିବା ସିବିଆଇର ନିର୍ଦେଶକ ଋଷି କୁମାର ଶୁକ୍ଲା | ଆଲୋକ ବର୍ମା ସିବିଆଇ ନିର୍ଦେଶକ ପଦବୀରୁ ଇସ୍ତଫା ଦେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ଚୟନ କମିଟି ଶନିବାର ଦିନ ମଧ୍ୟପ୍ରଦେଶର ପୂର୍ବତନ ଡିଜିପି ଋଷି କୁମାର ଶୁକ୍ଲାଙ୍କୁ ସିବିଆଇର ନୂଆ ନିର୍ଦେଶକ ଭାବେ ନିଯୁକ୍ତ କରିଥିଲେ | ଆଲୋକ ବର୍ମାଙ୍କ ଇସ୍ତଫା ପରେ ନାଗେଶ୍ୱର ରାଓ ତାମଚଳା ସିବିଆଇ ନିର୍ଦେଶକ ପଦବୀ ସମ୍ଭାଳିଥିଲେ | ଆଜି ନାଗେଶ୍ୱର ରାଓଙ୍କ ଠାରୁ ଋଷି ଶୁକ୍ଲା ନିର୍ଦେଶକ ଚାର୍ଜ ନେଇଛନ୍ତି |

{"id":81591}


ସିବିଆଇର ନବ ନିଯୁକ୍ତ ନିର୍ଦେଶକ ଋଷି କୁମାର ଶୁକ୍ଲା ହଜାର କୋଟିର ପିଏନବି ଦୁର୍ନୀତି ଏବଂ ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତି ସମେତ ୫ଟି ମାମଲାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବେ |

ସୂଚନାଯୋଗ୍ୟ ଯେ, ହୀରା ବ୍ୟବସାୟୀ ନିରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୋକସିଙ୍କ ହଜାର କୋଟିର ପିଏନବି ଦୁର୍ନୀତି, ୩୨୫୦ କୋଟି ଟଙ୍କାର କରଜ ଅନିୟମିତତାର ଆଇସିଆଇସିଆଇ ବ୍ୟାଙ୍କ- ଭିଡିଓକନ ଦୁର୍ନୀତି ମାମଲା ସହ ୫ଟି ବଡ ବଡ ଦୁର୍ନୀତି ମାମଲାର ଯାଞ୍ଚ ସିବିଆଇ ତାଲିକାର ସବୁଠାରୁ ଉପରେ ରହିବେ |

{"id":81592,"width":587,"height":329}


ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକେପ୍ଟର ସୌଦା, ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ହଜାର କୋଟି ଟଙ୍କାର ବକେୟା କରଜ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଏବଂ ତାଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କ ସହ ଜଡିତ ଆଇଏନଏକ୍ସ (INX Media Case) ମିଡ଼ିଆ ମାମଲାର ଯାଞ୍ଚ ଉପରେ ପ୍ରାଥମିକତା ଦେବ ସିବିଆଇ |

ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚର, ଭିଡିଓକନର ନିର୍ଦେଶକ ଧୃତ ଏବଂ ଅନ୍ୟମାନଙ୍କ ବିରୋଧରେ ସିବିଆଇ ସମନ ଜାରି କରିବା ବ୍ୟବସ୍ଥା କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.