ଋଷି କୁମାର ଶୁକ୍ଲା ହେଲେ ସିବିଆଇର ନୂଆ ନିର୍ଦେଶକ

Published By : Prameya-News7 Bureau | February 02, 2019 IST

ଦିଲ୍ଲୀ ୨/୨ : ଋଷି କୁମାର ଶୁକ୍ଲା ହେଲେ ସିବିଆଇର ନୂଆ ନିର୍ଦେଶକ | ଋଷି କୁମାର ଶୁକ୍ଲା ୧୯୮୩ କ୍ୟାଡରର ଆଇପିଏସ ଅଫିସର | ନୂତନ ସିବିଆଇ ନିର୍ଦେଶକଙ୍କ ନାଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର | କଂଗ୍ରେସ ନେତା ମାଲିକାର୍ଜୁନ ଖାର୍ଗେ ଶୁକ୍ଲାଙ୍କ ନିଯୁକ୍ତିକୁ ନେଇ ଆପତ୍ତି କରିଥିଲେ | କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଚୟନ କମିଟିର ନିଷ୍ପତ୍ତି ଆଧାରରେ ଶୁକ୍ଲାଙ୍କୁ ନିର୍ଦେଶକ ପଦ ଦିଆଯାଇଛି | ଶୁକ୍ଲା ଆସନ୍ତା ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦେଶକ ଭାବେ ମନୋନୀତ ହୋଇଛନ୍ତି |


ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୦ ତାରିଖରୁ ଆଲୋକ ବର୍ମାଙ୍କ ନିଲମ୍ବନ ପରେ ସିବିଆଇ ନିର୍ଦେଶକ ପଦ ଖାଲି ପଡିଥିଲା | ଆଲୋକ ବର୍ମାଙ୍କୁ ଦୁର୍ନୀତି ଅଭିଯୋଗରେ ସିବିଆଇ ନିର୍ଦେଶକ ପଦରୁ ନିଲମ୍ବନ କରାଯାଇଥିଲା |ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଲୋକ ବର୍ମା ଓ ରାଜୀବ ଅସ୍ଥାନାଙ୍କ ମଧ୍ୟରେ ବିବାଦ ସିବିଆଇର ବିସ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.