Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଋଷି କପୁରଙ୍କ ଶେଷ ଭିଡିଓ ଯାହା ଦେଖି ଆପଣଙ୍କ ଆଖି ମଧ୍ୟ ଲୁହରେ ଭିଜିଯିବ : ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ନିତୁ

1/05/2020 at 11:43 AM

ମୁମ୍ବାଇ ୦୧/୦୫ : ବଲିଉଡ ଗତକାଲି ଆଉ ଜଣେ ଦକ୍ଷ କଳାକାରକୁ ହରାଇଛି | କେବଳ ବଲିଉଡ ଜଗତରେ ନୁହେଁ ପୁରା ଦେଶରେ ଶୋକର ଛାୟା ଖେଳି ଯାଇଛି | ୬୭ ବର୍ଷ ବୟସରେ ଗତକାଲି ମୁମ୍ବାଇରେ ଋଷି କପୁରଙ୍କ ଦେହାନ୍ତ ହୋଇଛି | ବୁଧବାର ଦିନ ଇରଫାନ ଖାନଙ୍କ ଦେହାନ୍ତ ହୋଇଥିଲା ଏବଂ ୨୪ ଘଣ୍ଟା ମଧ୍ୟରେ ପୁଣି ଋଷି କପୁରଙ୍କ ଦେହାନ୍ତ ହୋଇଥିଲା ଯାହା ଫିଲ୍ମ ଜଗତର ବହୁତ ବଡ କ୍ଷତି | ଦୁଇ ଦକ୍ଷ କଳାକାରଙ୍କ ହଠାତ ମୃତ୍ୟୁ ଖବର ପୁରା ଫିଲ୍ମ ଜଗତକୁ ଦୋହଲାଇ ଦେଇଛି | ଗତ ଦୁଇ ବର୍ଷ ହେଲା ଋଷି କ୍ୟାନସରରେ ପୀଡିତ ଥିଲେ | ସେ ନ୍ୟୁୟର୍କରେ ଚିକିତ୍ସା କରି ନିଜ ଦେଶକୁ ଫେରିଥିଲେ ଏବଂ ସୁସ୍ଥ ଥିଲେ | ସେସେ ସମୟରେ ସେ ନିଜ ପରିବାର ସହ ଥିଲେ | ଶେଷ ସମୟର କିଛି ଭିଡିଓ ହସ୍ତଗତ ହୋଇଛି ଯାହା ଦେଖି ଆପଣ ମଧ୍ୟ ନିଜ ଲୁହ ଅଟକାଇ ପାରିବେନି |

ଋଷିଙ୍କ ପତ୍ନୀ ନିତୁ ସିଂହ ନିଜର ଇନ୍ସଟାଗ୍ରାମ ପେଜରେ ଏହି ଭିଡିଓ ସେୟାର କରିଛନ୍ତି | ନିତୁ ସେୟାର କରିଥିବା ଏକ ଭିଡିଓରେ ଋଷି କପୁର ନିଜ ଘରେ ଯୋଗ କରୁଥିବା ଦେଖିବାକୁ ମିଳିଛି | କ୍ଵାରେଣ୍ଟିନ ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ ଋଷି ଯୋଗ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି | ଏହା ସହ ନିତୁ ଏକ କ୍ୟାପସନ ଦେଇଛନ୍ତି, “Doing virtual yoga .. stay home stay healthy !!!

ଅନ୍ୟ ଭିଡିଓଟି ଜନତା କର୍ଫ୍ୟୁ ସମୟର | ଜନତା କର୍ଫ୍ୟୁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଧ୍ୟା ୫ଟା ସମୟରେ ୫ ମିନିଟ ପାଇଁ ଦେଶର କରୋନା ଯୋଦ୍ଧାଙ୍କ ସମ୍ମାନ ଜଣାଇ ନିଜ ଘରର ବାଲକନିରେ ଛିଡା ହୋଇ ତାଳି କିମ୍ବା ଘଣ୍ଟି ବଜାଇବାକୁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ | ମୋଦିଙ୍କ ଏହି ଅପିଲକୁ ସମ୍ମାନ ଜଣାଇ କରୋନା ଯୋଦ୍ଧାଙ୍କ ପାଇଁ ନିଜ ବାଲକନିରେ ଛିଡା ହୋଇ ଥାଳି ଓ ଚାମଚ ବଜାଇଥିଲେ ଋଷି କପୁର | ସାଙ୍ଗରେ ଥିଲେ ପତ୍ନୀ ନିତୁ ସିଂହ | ବର୍ତ୍ତମାନ ଋଷିଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | ଭିଡିଓରେ ଋଷି ଅତ୍ୟନ୍ତ ଆନନ୍ଦିତ ଥିବା ଦେଖିବାକୁ ମିଳିଛି | 

ନିତୁ ସେୟାର କରିଥିବା ଆଉ ଏକ ଭିଡିଓରେ ଋଷି ନିଜ ପତ୍ନୀ ନିତୁ ଓ ବନ୍ଧୁଙ୍କ ସହ ଛୁଟି ମନାଇବାକୁ ଯାଇଥିବା ଦେଖିବାକୁ ମିଳିଛି | ଏହି ଫଟୋରେ ସେ ଅତ୍ୟନ୍ତ ଖୁସି ଦେଖା ଯାଉଛନ୍ତି | ସେ କ୍ୟାନସରରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ଛୁଟିରେ ଯାଇଥିଲେ | ଏହି ଫଟୋ ସେହି ସମୟର ଯାହା ନିତୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି |

ଭଗବାନ ଋଷିଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ |

   Related Posts