ଦେଶର ସ୍ଥିତି ନେଇ ମୋଦିଙ୍କୁ ଟାର୍ଗେଟ କଲେ ବଲିଉଡ ଅଭିନେତା ଋଷି କପୁର…

Published By : Prameya-News7 Bureau | October 21, 2019 IST

ମୁମ୍ବାଇ୨୧|୧୦: ବଲିଉଡ ଅଭିନେତା ଋଷି କପୁର ଏମିତି କଳାକାରଙ୍କ ମଧ୍ୟରୁ ଜଣେ ଯିଏ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ଋଷି କପୁର ଅଧିକାଂଶ ସମୟରେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ବରିଷ୍ଠ ଅଭିନେତା ଋଷି କପୁର ଗୋଟେ ଟୁଇଟ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥିରେ ଋଷି ସିଧା ସରକାରଙ୍କୁ ଟାର୍ଗେଟ କରିଛନ୍ତି।ଏହି ଟୁଇଟ୍‌ରେ ଅଭିନେତା ଦେଶରେ ବଢୁଥିବା ବେଆଇନ୍‌ କାର୍ଯ୍ୟ, ଅପରାଧ,ବ୍ୟାଙ୍କ ଦୁର୍ନୀତି ମାମଲା ନେଇ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।  

{"id":172747,"width":580,"height":305}

ଋଷି କପୁର ଟୁଇଟ୍‌ରେ ଲେଖିଛନ୍ତି ଯେ, ଆଜି ଭଳି ସ୍ଥିତିରେ ତାଙ୍କ ବାପାଙ୍କ ଫିଲ୍ମ ଶ୍ରୀ ୪୨୦ ବହୁତ ମନେ ପଡେ। ଦେଶରେ ଚାଲିଥିବା ଦୁର୍ନୀତି ନେଇ ସରକାରଙ୍କୁ ଧ୍ୟାନ ଦେବାକୁ କହିଛନ୍ତି। ଏହିଭଳି ଘୋଟଲା ହେଲେ ଦେଶ କେବେ ଆଗକୁ ବଢିପାରିବ ନାହିଁ। ଏନେଇ ଦୋଷୀଙ୍କୁ ସରକାର ଉଚିତ୍‌ ଶିକ୍ଷା ଶିଖାଇବା ଜରୁରୀ। ଏବେ ଋଷିଙ୍କର ଏହି ଟୁଇଟ ବେଶ ଭାଇରାଲ ହେବାର ଲାଗିଛି। କିଛି ଦିନ ପୂର୍ବରୁ ଋଷି କପୁର ଭାରତ ଫେରିଛନ୍ତି। ପାଖାପାଖି ଗୋଟେ ବର୍ଷ ପରେ ସେ ଚିକିତ୍ସା ହୋଇ ଭାରତ ଫେରିଛନ୍ତି। ଗତ ବର୍ଷରୁ ସେ ଆମେରିକାର ନ୍ୟୁୟର୍କରେ କ୍ୟାନ୍‌ସର ଚିକିତ୍ସିତ ହେଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.