Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରିଷି କାପୁରଙ୍କ ଉଭଣୀ ତଥା ବିଗ୍‌ ବି’ଙ୍କ ସମଦୁଣୀ ରିତୁ ନନ୍ଦାଙ୍କ ଦେହାନ୍ତ

14/01/2020 at 12:20 PM

ମୁମ୍ବାଇ ୧୪।୦୧ – ବିଲିଉଡ୍‌ ଅଭିନେତା ରିଷି କାପୁରଙ୍କ ଭଉଣୀ ରିତୁ ନନ୍ଦାଙ୍କର ଦେହାନ୍ତ ହୋଇଛି । ବିଗ୍‌ ବି ନିଜ ଟିଟ୍ୱରେ ତାଙ୍କ ସମଦୁଣୀଙ୍କର ଦେହାନ୍ତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି । ସେ ଅମିତାଭ ବଚନଙ୍କର ଏକ ମାତ୍ର ଝିଅ ଶ୍ୱେତା ନନ୍ଦାଙ୍କର ଶାଶୁ । ତଥା ଅମିତାଭ ବଚନ୍‌ଙ୍କର ସମଦୁଣୀ ।

View this post on Instagram

❤️❤️❤️and more ❤️!

A post shared by Natasha Poonawalla (@natasha.poonawalla) on

ରିତୁ ନନ୍ଦା ଉଦ୍ୟୋଗପତି ରଞ୍ଜନ ନନ୍ଦାଙ୍କୁ ବିବାହ କରିଥିଲେ । ସେ ରାଜ୍‌ କାପୁରଙ୍କର ବଡ ଝିଅ । ମଙ୍ଗଳବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ରିତୁ- ରିଷି, ରାଜୀବ,ରଣଧୀର ଓ ରିମାଙ୍କର ଭଉଣୀ ।

ରିତୁଙ୍କ ପୁଅ ନିଖିଲ ନନ୍ଦା ଅମିତାଭ ବଚନଙ୍କ ଝିଅ ଶ୍ୱେତା ବଚ୍ଚନଙ୍କୁ ବିବାହ କରିଥିଲେ । ଶ୍ୱେତାଙ୍କର ଝିଅ ନଭ୍ୟା ନଭେଲି ଓ ଅଗସ୍ତ୍ୟାଙ୍କର ସେ ଜେଜେମା ।

ରିଷି କାପୁରଙ୍କର ପତ୍ନୀ ନିତୁ କାପୁର ବି ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟକରିବା ସହ ଭାବନାତ୍ମକ ସନ୍ଦେଶ ଲେଖିଛନ୍ତି।

   Related Posts