ଅଧାରେ ରହିଗଲା ଦୀପିକାଙ୍କ ଦୀର୍ଘ ଦିନର ଡ୍ରିମ୍ ପ୍ରୋଜେକ୍ଟ୍ : ଋଷି କପୁରଙ୍କ ସହ ସାଇନ୍ କରିଥିଲେ ଏହି ଖାସ୍ ଫିଲ୍ମ

Published By : Prameya-News7 Bureau | May 02, 2020 IST

ମୁମ୍ବାଇ ୨/୫: ଅଭିନେତା ଋ​‌ଷି କପୁର ଏବେ ଆଉ କାହା ଗହଣରେ ନାହାନ୍ତି। ଅପ୍ରେଲ୍ ୩୦ତାରିଖରେ ତାଙ୍କର ପରଲୋକ ହୋଇଯାଇଛି। ଋଷି କପୁର ହିନ୍ଦୀ ସିନେମାକୁ ଅନେକ ହିଟ୍ ଫିଲ୍ମ ଦେଇ ଯାଇଛନ୍ତି। ଋଷିଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଏ। ଋଷି ପ୍ରତ୍ୟେକ ଚରିତ୍ରରେ ସହଜରେ ଢ଼ଳି ଯାଉଥିଲେ। ଆମେରିକାରୁ ଫେରିବା ପରେ ଋଷି ପୁଣି ଥରେ ଫିଲ୍ମ ସୁଟିଂ ଆରମ୍ଭ କରି ଦେଇଥିଲେ। ସେ ଫିଲ୍ମ ‘ଶର୍ମା ଜୀ ନମକିନ’ର ସୁଟିଂ କରୁଥିଲେ। ଏହା ବ୍ୟତୀତ ସେ ଆଉ ଏକ ଫିଲ୍ମ ସାଇନ୍ କରିଥିଲେ।

wp:core-embed/twitter {"url":"https://twitter.com/deepikapadukone/status/1221767301806075904","type":"rich","providerNameSlug":"twitter","className":""}
https://twitter.com/deepikapadukone/status/1221767301806075904
/wp:core-embed/twitter

ତାହା ଥିଲା ଦି ଇଣ୍ଟର୍ଣ୍ଣ। ଏହି ଫିଲ୍ମ ସହ ଜଡ଼ିତ ଡିଟେଲ୍ସ ମଧ୍ୟ ସେୟାର କରି ଦିଆଯାଇଥିଲା। ଫିଲ୍ମରେ ଦୀପିକା ପାଦୁକୋଣ ମୁଖ୍ୟ ଭୂମିକାରେ ଥିଲେ। ସେହିପରି ଋଷି କପୁରଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଦିଆଯାଇଥିଲା। ଫିଲ୍ମ ୨୦୨୧ମସିହାରେ ରିଲିଜ ହେବାର ଥିଲା। ଏବେ ଋ​‌ଷି କପୁରଙ୍କ ପରେ କିଏ ତାଙ୍କ ଭୂମିକାରେ ଅଭିନୟ କରିବ ତାହା ଦେଖିବାକୁ ବାକି ରହିଲା।

{"id":263423,"sizeSlug":"large"}

ଋଷି ଏହି ଫିଲ୍ମ ବିଷୟରେ କହିଥିଲେ ଯେ ‘ଦି ଇଣ୍ଟର୍ଣ୍ଣ ଏକ ପ୍ରାସଙ୍ଗିକ ଫିଲ୍ମ ଏବଂ ଏହା ଆଜିର ଯୁଗରେ ଭାରତର ଅଫିସ୍,କାର୍ଯ୍ୟସ୍ଥଳୀ ଏବଂ ରିଲେସନଶିପକୁ ଖୁବ୍ ସୁନ୍ଦରଭାବେ ଦେଖାଇବ। ସେ ଦୀପିକାଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ଅଛନ୍ତି। ପ୍ରତିଷ୍ଠିତ ଓ୍ବାର୍ଣ୍ଣର ବ୍ରଦର୍ସ ଏବଂ ଏଜ୍ୟୁରେ ଆଧିକାରିକଭାବେ ଏହି ଫିଲ୍ମକୁ ଭାରତରେ ନିର୍ମାଣ କରିବାକୁ ଚାହୁଁଛନ୍ତି’।

{"id":263425,"sizeSlug":"large"}

ଏହି ଫିଲ୍ମ ହଲିଉଡର ପ୍ରସିଦ୍ଧ ଫିଲ୍ମ ଦି ଇଣ୍ଟର୍ଣ୍ଣର ଇଣ୍ଡିଆନ୍ ଆଡପ୍ସନ। ୨୦୧୫ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ହଲିଉଡ ସୁପରଷ୍ଟାର ରବର୍ଟ ଡି ନିରୋ ଏବଂ ଆନି ହାଥଓ୍ବେ କାମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.