ଏକତା କପୁରଙ୍କ ଦୀପାବଳି ପାର୍ଟିରେ ଫଟୋଗ୍ରାଫରଙ୍କ ଉପରେ ରାଗିଲେ ଋଷି କପୁର, କହିଲେ ଏମିତି କଥା…

Published By : Prameya-News7 Bureau | October 28, 2019 IST

ମୁମ୍ବାଇ୨୮|୧୦: ବଲିଉଡର ବରିଷ୍ଠ ଅଭିନେତା ଋଷି କପୁରଙ୍କୁ ଅଧିକାଂଶ ସମୟରେ ଫଟୋଗ୍ରାଫର୍ସଙ୍କ ଉପରେ ରାଗିବାର ଦେଖାଯାଇଛି। ନିକଟରେ ପୁଣି ଥରେ ଋଷିଙ୍କୁ ରାଗିବାର ସ୍ପଟ କରାଯାଇଛି। ଫଟୋଗ୍ରଫର୍ସଙ୍କ ଭିଡ ଦେଖି ଋଷି କପୁର ସେମାନଙ୍କ ଉପରେ ରାଗିଥିଲେ। ଅବଶ୍ୟ କିଛି ସମୟ ମଧ୍ୟରେ ତାଙ୍କ ରାଗ ଶାନ୍ତ ହୋଇଥିଲା ଓ ପୁଣି ସେ ମିଡିଆ ଲୋକଙ୍କୁ ଭଲ ଭାବେ ବୁଝାଇଥିଲେ।

{"id":175840}

ଋଷି ରାଗୁଥିବାବେଳେ ତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଋଷି କପୁର ଗତ କାଲି ରାତିରେ ଏକତା କପୁରଙ୍କ ଦୀପାବଳି ପାର୍ଟିରେ ଯାଇ ପହଞ୍ଚିଥିଲେ। ଭିଡିଓରେ ଋଷି କପୁର ଘର ବାହାରେ ଠିଆ ହୋଇଥିବାର ନଜର ଆସୁଛନ୍ତି। ସେହି ସମୟରେ ଅନେକ ଫଟୋଗ୍ରାଫର୍ସ ତାଙ୍କ ଫଟୋ ଉଠାଉଥିଲେ। ତେବେ ଏନେଇ ଋଷି ରାଗିଯାଇ କହିଥିଲେ ଯେ, “ସୋର ମତ ମଚାଓ”।

{"id":175847}

ଏହା ସହ ସେ କହିଛନ୍ତି ଯେ, ତାଙ୍କର ଇଜ୍ଜତ ଅଛି କି ନାହିଁ। ଆଖପାଖ ଲୋକେ ଭାବିବେ ଯେ, ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ବହୁତ ଧମାଲ କରୁଛନ୍ତି। ଫଟୋ ଉଠାନ୍ତୁ ବା ଯାହା କରନ୍ତୁ କିନ୍ତୁ ଶାନ୍ତି ଶୃଙ୍ଖଳା ବଜାୟ ରଖି ଯାହା କରିବା କଥା କରନ୍ତୁ। ଏଥିମଧ୍ୟରୁ ଜଣେ ଫଟୋଗ୍ରାଫର ତାଙ୍କ ସିକ୍ୟୁରିଟି ଗାର୍ଡଙ୍କ ଅଭିଯୋଗ କରିଥିଲେ। ତା’ପରେ ଋଷି ହସି କହିଥିଲେ ଯେ, ସିକ୍ୟୁରିଟିଙ୍କ ବିନା ସେମାନେ ବଞ୍ଚିପାରିବେ ନାହିଁ ଓ ଷ୍ଟାରଙ୍କ ବିନା ସିକ୍ୟୁରିଟି ବଞ୍ଚିପାରିବେ ନାହିଁ।

{"id":175842,"width":586,"height":486}

ଏହା ପରେ ମାହୋଲ ଟିକେ ଥଣ୍ଡା ହୋଇଥିଲା ଓ ଋଷିଙ୍କ ରାଗ ଶାନ୍ତ ହୋଇଥିଲା। ତଥାପି ଗାଡିରେ ବସୁଥିବା ସମୟରେ ସେ ଫଟୋଗ୍ରାଫର୍ସଙ୍କୁ କିଛି କଥା ଶୁଣାଇଦେଇଥିଲେ। ଏବେ କିଛି ଦିନ ପୂର୍ବରୁ ଋଷି କପୁର ଭାରତ ଫେରିଛନ୍ତି। ପାଖାପାଖି ଗୋଟେ ବର୍ଷ ପରେ ସେ ଚିକିତ୍ସା ହୋଇ ଭାରତ ଫେରିଛନ୍ତି।

{"id":175843,"width":589,"height":449}

କ୍ୟାନସର ରୋଗରେ ପିଡୀତ ଋଷି କାପୁର ଗତ ବର୍ଷେ ଆମେରିକାର ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ । ଅନେକ ଦିନ ପରେ ସେ କ୍ୟାମେରା ସାମ୍ନାକୁ ଆସିଛନ୍ତି। ଏହା ସହ ନିକଟରେ ସେ ଏକ ଫଟୋଶୁଟ ମଧ୍ୟ କରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.