କ୍ୟାନ୍ସର ମୁକ୍ତ ହୋଇ ଗୋଟେ ବର୍ଷ ପରେ ଭାରତ ଫେରିଲେ ଏହି ଅଭିନେତା

Published By : Prameya-News7 Bureau | September 10, 2019 IST

ମୁମ୍ବାଇ୧୦|୯: ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର ପାଖାପାଖି ଗୋଟେ ବର୍ଷ ପରେ ଭାରତ ଫେରିଛନ୍ତି। ଗତ ବର୍ଷରୁ ସେ ଆମେରିକାର ନ୍ୟୁୟର୍କରେ କ୍ୟାନ୍‌ସର ଚିକିତ୍ସା କରାଉଥିଲେ। ଋଷି କପୁରଙ୍କର ଭାରତ ଫେରିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

{"id":155756}

ଏହି ଫଟୋରେ ଋଷି ନିଜ ପତ୍ନୀ ନୀତୁ କପୁରଙ୍କ ସହ ନଜର ଆସିଛନ୍ତି। ତାଙ୍କ ଚେହେରାରେ ନିଜ ଦେଶ ଫେରିବାର ଖୁସି ଦେଖାଯାଉଛି। ଏହି ଖୁସିରେ ଋଷି କପୁର ଟୁଇଟ୍‌ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ, ୧୧ ମାସ, ୧୧ ଦିନ ପରେ ଘରକୁ ଫେରୁଛନ୍ତି। ଏହା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।  

{"id":155758}

ନ୍ୟୁୟର୍କରେ ରହୁଥିବା ସମୟରେ ତାଙ୍କୁ ନିଜ ଦେଶ କଥା ଖୁବ ମନେ ପଡୁଥିଲା ବୋଲି ସେ କହିଛନ୍ତି। ଗୋଟେ ବର୍ଷ ଋଷି କପୁରଙ୍କର ଚିକିତ୍ସା ଆମେରିକାରେ ଚାଲୁଥିଲା। ଏହି ସମୟ ଋଷି କପୁରଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। ଏବେ ସେ କ୍ୟାନ୍‌ସର ମୁକ୍ତ ହୋଇ ଭାରତ ଫେରିଛନ୍ତି। ଫେରିବା ସମୟରେ ଋଷି କପୁରଙ୍କ ସହ ପତ୍ନୀ ନୀତୁ କପୁରଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.