ମୁମ୍ବାଇ ୯/୫: ଦିଗ୍ଗଜ ଅଭିନେତା ଋଷି କପୁରଙ୍କ ଅପ୍ରେଲ୍ ୩୦ତାରିଖରେ ମୁମ୍ବାଇର ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ଝଟକା। ବଡ଼ ପର୍ଦ୍ଦାରେ ଲିଭାଇଥିବା ତାଙ୍କ ଭୂମିକା ଆଜି ବି ଲୋକଙ୍କ ହୃଦୟରେ ତାଜା ରହିଛି। ତାଙ୍କ ଫ୍ୟାନ୍ସମାନେ ବିଶ୍ବାସ କରି ପାରୁନାହାନ୍ତି ଯେ ତାଙ୍କ ପ୍ରିୟ ଷ୍ଟାର ଆଜି ତାଙ୍କ ଗହଣରେ ନାହାନ୍ତି। ଋଷି କପୁରଙ୍କ ପରଲୋକ ପରେ ତାଙ୍କ ସହ ଜଡ଼ିତ ପୁରୁଣା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଫ୍ୟାନ୍ସ ଏହି ଫଟୋ ଏବଂ ଭିଡିଓ ଜରିଆରେ ନିଜ ପ୍ରିୟ ଷ୍ଟାରଙ୍କୁ ମନେ ପକାଉଛନ୍ତି।
{"id":267076,"sizeSlug":"large"}ଏବେ ଋଷି କପୁରଙ୍କ ଏକ ଫ୍ୟାମିଲି ଫଟୋ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ଏହି ଫଟୋରେ ନୀତୁ କପୁର,ରଣବୀର କପୁର ଏବଂ ରିଧିମା କପୁର ମଧ୍ୟ ନଜର ଆସିଛନ୍ତି। ରଣବୀର କପୁର ଏବଂ ରିଧିମା ଛୋଟ ଥିବାବେଳର ଏହି ଫଟୋ। ଏହି ଫଟୋରେ ନୀତୁ କପୁର ଅନ୍ୟ ଆଡ଼େ ଦେଖୁଛନ୍ତି। ରଣବୀର ହାତରେ ଟ୍ରଫି ଧରି ଅତ୍ୟନ୍ତ କ୍ୟୁଟ୍ ଦେଖାଯାଉଛନ୍ତି। ଏହି ଫଟୋକୁ ରଣବୀର କପୁର ଫ୍ୟାନ୍ ପେଜ୍ ଦ୍ବାରା ସେୟାର କରାଯାଇଛି।
{"id":267081,"sizeSlug":"large"}