Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଡାକ୍ତରଖାନାରେ ଭର୍ତ୍ତି ହେଲେ ଋଷି କପୁର… ଦେଖିବାକୁ ପହଁଚିଲେ ରଣବୀର ଓ ଆଲିଆ

3/02/2020 at 9:44 AM

ମୁମ୍ବାଇ୩|୨: ବଲିଉଡ ଅଭିନେତା ଋଷି କପୁରଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦିଲ୍ଲୀରେ ଶୁଟିଂ କରୁଥିବା ସମୟରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ଏବେ ସେ ଦିଲ୍ଲୀ ହସ୍ପିଟାଲରେ ଅଛନ୍ତି। ଋଷିଙ୍କ ସହିତ ତାଙ୍କ ପତ୍ନୀ ନିତୁ ସିଂହ, ପୁଅ ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ହସ୍ପିଟାଲରେ ଥିବା ଜଣାପଡ଼ିଛି। ଖବର ପାଇବା ପରେ ରଣବୀର ଓ ଆଲିୟା ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ ଯେ, ରବିବାର ସକାଳେ ଅଚାନକ ଋଷି କପୁରଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ଏଥିପାଇଁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ମାସ ତଳେ ଋଷି କପୁର କ୍ୟାନ୍ସରର ଚିକିତ୍ସା କରାଇ ପାଖାପାଖି ଗୋଟେ ବର୍ଷ ପରେ ଆମେରିକାରୁ ଭାରତ ଫେରିଥିଲେ ।

ଋଷି କପୁର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହିନ୍ତି । ପ୍ରତ୍ୟେକ ଜିନିଷ ସେ ସିଜ ଟୁଇଟରରେ ଅପଡେଟ୍‌ କରୁଥାନ୍ତି। ରିପୋର୍ଟ ଅନୁସାରେ କପୁରଙ୍କୁ ଇନ୍‌ଫେକ୍‌ସନ୍‌ କାରଣରୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରଦୂଷଣ କାରଣରୁ ହଠାତ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ଶେଷଥର ପାଇଁ ୨୦୧୯ରେ ସିନେମା ‘ଦ ବଡି’ ଓ ‘ ଝୁଠ କହିଁ କା’ରେ ଋଷିଙ୍କୁ ଦେଖିବାକୁ ମିଳିଥିଲା।

 

   Related Posts