ସାଙ୍ଗ ବାହାଘରରେ ନିତୁଙ୍କ ସହ ହୋଇଥିଲା ଋଷିଙ୍କ ଏନଗେଜେମେଣ୍ଟ : ଭଉଣୀ ଠାରୁ ମୁଦି ନେଇ ପିନ୍ଧାଇ ଦେଇଥିଲେ ବବି ବଏ

Published By : Prameya-News7 Bureau | April 30, 2020 IST

ମୁମ୍ବାଇ ୩୦/୦୪ : ବଲିଉଡର ବରିଷ୍ଠ କଳାକାର ଋଷି କପୁରଙ୍କ ଆଜି ନିଧନ ହୋଇଛି | ତାଙ୍କ ମୃତ୍ୟୁରେ ସାରା ଦେଶ ଚକିତ | ଗତକାଲି ଅଭିନେତା ଇରଫାନ ଖାନଙ୍କ ନିଧନ ଓ ଆଜି ସକାଳୁ ଋଷି କପୁରଙ୍କ ନିଧନ ଖବରରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି | ଗତ ୨୪ ଘଣ୍ଟା ମଧ୍ୟରେ ବଲିଉଡର ଦୁଇ ଶ୍ରେଷ୍ଠ କଳାକାରଙ୍କ ନିଧନ ନିଶ୍ଚୟ ଏକ ଦୁଖଦ ଘଟଣା |

{"id":262467,"sizeSlug":"large"}

ଋଷି କପୁରଙ୍କ ପତ୍ନୀ ନିତୁ କପୁର ତାଙ୍କୁ ସବୁ ସମୟରେ ସହଯୋଗ କରିଛନ୍ତି | ଉଭୟଙ୍କ ମଧ୍ୟରେ ନିବିଡ ସମ୍ପର୍କ ଥିଲା | ଯେତେବେଳେ ଋଷି କପୁର କ୍ୟାନସରରେ ପୀଡିତ ଥିଲେ ନିତୁ ସଦାସର୍ବଦା ତାଙ୍କ ପାଖେପାଖେ ରହୁଥିଲେ | ଋଷିଙ୍କୁ ସେ କେତେବେଳେ ବି ଏକା ଛାଡୁ ନଥିଲେ | ଉଭୟ ପ୍ରେମ ବିବାହ କରିଥିଲେ ଏବଂ ତାଙ୍କ ବିବାହ କାହାଣୀ ମଧ୍ୟ ବହୁତ ରୋମାଞ୍ଚକ | ତେବେ ବିବାହ ଠାରୁ ନିର୍ବନ୍ଧ ଆହୁରି ରୋମାଞ୍ଚକ | 

{"id":262468,"sizeSlug":"large"}

ଋଷି କପୁର ନିତୁଙ୍କ ପ୍ରେମରେ ପଡିବା ପରେ ନିତୁଙ୍କୁ ନିଜ ମନ କଥା ଖୋଲାଖୋଲି ଭାବେ କହିଥିଲେ କିନ୍ତୁ ବିବାହ କମିଟମେଣ୍ଟକୁ ନେଇ ଭୟଭୀତ ଥିଲେ | କାରଣ ବିବାହ ବନ୍ଧନରେ ସେ ପଡ଼ିବାକୁ ଚାହୁଁ ନଥିଲେ | ବିବାହ ଏକ ବଡ ଦାୟିତ୍ୱ ଏବଂ ସେ ଏହି ଦାୟିତ୍ୱ ସଠିକ ଭାବେ ତୁଲାଇ ପାରିବେ ନା ନାହିଁ ତାକୁ ନେଇ ପ୍ରସ୍ତୁତ ନଥିଲେ | ଋଷି କପୁରଙ୍କ ଭଉଣୀ ଉଭୟଙ୍କୁ ମିସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ଋଷି ଓ ନିତୁଙ୍କ ନିର୍ବନ୍ଧ ଋଷିଙ୍କ ଭଉଣୀ କରିଥିଲେ |

{"id":262469,"width":570,"height":768,"sizeSlug":"large"}

ସୂଚନା ଅନୁଯାୟୀ, ଋଷି କପୁର ନିଜର ଜଣେ ବନ୍ଧୁଙ୍କ ବାହାଘରରେ ସାମିଲ ହେବା ପାଇଁ ଦିଲ୍ଲୀ ଯାଇଥିଲେ | ଋଷିଙ୍କ ଭଉଣୀ ମଧ୍ୟ ଏହି ବିବାହ ସମାରୋହରେ ସାମିଲ ହୋଇଥିଲେ | ସେ ଉଭୟଙ୍କ ପରିବାରକୁ ଏହି ବିବାହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ | କିନ୍ତୁ ଏ ସମ୍ପର୍କରେ ଋଷି କିଛି ଜାଣିନଥିଲେ | ଉଭୟ ଋଷି ଓ ନିତୁଙ୍କ ପରିବାର ତାଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ | ତେବେ ଋଷିଙ୍କ ଭଉଣୀଙ୍କ କଥା ମାନି ଉଭୟଙ୍କ ପରିବାର ବିବାହରେ ସଲିମ ହୋଇଥିଲେ |

{"id":262470,"width":583,"height":437,"sizeSlug":"large"}

ଉଭୟଙ୍କ ପରିବାର ସେହି ଦିନ ହିଁ ଋଷିଙ୍କ ନିର୍ବନ୍ଧ ନିତୁଙ୍କ ସହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ | ବନ୍ଧୁ ବାହାଘରରେ ହିଁ ଋଷିଙ୍କ ନିର୍ବନ୍ଧ ନିତୁଙ୍କ ସହ ହୋଇଥିଲା | ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନିଆଗଲା କିନ୍ତୁ ନିର୍ବନ୍ଧ ପାଇଁ ଉଭୟ ପକ୍ଷ କାହା ପାଖରେ ମୁଦି ନଥିଲା | ଋଷି କପୁର ନିଜ ଭଉଣୀଙ୍କ ଠାରୁ ମୁଦି ଆଣି ନିତୁଙ୍କୁ ପିନ୍ଧାଇଥିଲେ | ନିତୁ କପୁର ସେହି ବିବାହ ସମାରୋହରେ ସାମିଲ ହୋଇଥିବା ଜଣେ ଫିଲ୍ମ ନିର୍ଦେଶକଙ୍କ ହାତରୁ ମୁଦି ନେଇ ଋଷିଙ୍କୁ ପିନ୍ଧାଇଥିଲେ | ଏହିଭଳି ଉଭୟଙ୍କ ନିର୍ବନ୍ଧ ହୋଇଥିଲା ଓ ନିର୍ବନ୍ଧର କିଛି ଦିନ ପରେ ଉଭୟଙ୍କ ବିବାହ ଧୂମଧାମରେ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.