ମଦ ପିଅ ଷ୍ଟ୍ରେସ୍ କମାଅ, ଋଷି କପୁର ସରକାରଙ୍କୁ ଦେଲେ ନୂଆ ସୂତ୍ର

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮।୦୩: କରୋନା ଭାଇରସ୍ ପ୍ରକୋପରେ ସାରା ଦୁନିଆରେ ଆତଙ୍କ। ଅବସ୍ଥା ଏତେ ଶୋଚନୀୟ ହୋଇ ପଡିଛି ଯେ, ହଜାର ହଜାର ଲୋକ ପ୍ରାଣ ହରାଇ ସାରିଲେଣି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନାର ପ୍ରତିରୋଧ ଲାଗି ସଂପ୍ରତି ଦେଶ ଲକଡାଉନ୍‌ରେ ରହିଛି। ଲୋକଙ୍କୁ ଘରେ ରହିବାକୁ ବାରମ୍ବାର ସରକାରଙ୍କ ପକ୍ଷରୁ ଅପିଲ୍ କରାଯାଉଛି। ଏହା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି। ଲୋକେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏହି ଲକ୍‌ଡାଉନ୍‌ ଡିପ୍ରେସନରୁ ବର୍ତ୍ତିବା ପାଇଁ ଅଭିନେତା ଋଷି କପୁର ଏକ ଅଭିନବ ଆଇଡିଆ ଦେଇଛନ୍ତି।

ଋଷି କପୁରଙ୍କ ଅନୁଯାୟୀ ଏହି ସମୟରେ ରାଜ୍ୟ ସରକାର ସମସ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ଦେବା ଉଚିତ୍। ସେ ଟୁଇଟ୍ କରି କହିଛନ୍ତି ଯେ, ସରକାରଙ୍କୁ ସନ୍ଧ୍ୟାରେ ସମସ୍ତ ମଦ ଦୋକାନ ଖୋଲି ଦେବା ଉଚିତ୍। ଏହି ପ୍ରସ୍ତାବ ପାଇଁ ମୋତେ ଭୁଲ୍ ବୁଝିବେ ନାହିଁ, ମାତ୍ର ଲୋକ ଘରେ ବସି ବସି ବିଷାଦରେ ବଞ୍ଚିବାକୁ ବିବଶ ହୋଇ  ପଡିଛନ୍ତି। ଡାକ୍ତର ଓ ପୋଲିସ କର୍ମୀଙ୍କୁ ମଧ୍ୟ ବିଷାଦରୁ ମୁକ୍ତ ଦରକାର। ଏମିତିରେ ତ ବ୍ଲାକରେ ମଦ ବିକ୍ରି ହେଉଛି।

wp:core-embed/twitter {"url":"https://twitter.com/chintskap/status/1243800670882283520?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243800670882283520\u0026ref_url=https%3A%2F%2Faajtak.intoday.in%2Fstory%2Fcoronavirus-rishi-kapoor-appeal-to-government-legalise-alcohol-stress-reduction-tmov-1-1175534.html","type":"rich","providerNameSlug":"twitter","className":""}
https://twitter.com/chintskap/status/1243800670882283520?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243800670882283520&ref_url=https%3A%2F%2Faajtak.intoday.in%2Fstory%2Fcoronavirus-rishi-kapoor-appeal-to-government-legalise-alcohol-stress-reduction-tmov-1-1175534.html
/wp:core-embed/twitter wp:core-embed/twitter {"url":"https://twitter.com/chintskap/status/1243801455259082754?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243801455259082754\u0026ref_url=https%3A%2F%2Faajtak.intoday.in%2Fstory%2Fcoronavirus-rishi-kapoor-appeal-to-government-legalise-alcohol-stress-reduction-tmov-1-1175534.html","type":"rich","providerNameSlug":"twitter","className":""}
https://twitter.com/chintskap/status/1243801455259082754?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243801455259082754&ref_url=https%3A%2F%2Faajtak.intoday.in%2Fstory%2Fcoronavirus-rishi-kapoor-appeal-to-government-legalise-alcohol-stress-reduction-tmov-1-1175534.html
/wp:core-embed/twitter

ଋଷିଙ୍କୁ ଘେରିଲେ ଲୋକେ

ଋଷି କପୁର ସରକାରଙ୍କୁ ଅପିଲ୍ କରିଛନ୍ତି ଯେ, ଏହି ସମୟରେ ମଦକୁ ବୈଧ କରିବା ଉଚିତ୍। ତାଙ୍କ ଅନୁଯାୟୀ ରାଜ୍ୟ ସରକାରଙ୍କୁ ମଧ୍ୟ ଅବକାରୀରୁ ମିଳୁଥିବା ଅର୍ଥର ନିତାନ୍ତ ଆବଶ୍ୟକ ରହିଛି। ଏବେ ଋଷି କପୁରଙ୍କ ଏହି ଅପିଲ୍ ସରକାରଙ୍କ ଉପରେ କଣ ପ୍ରଭାବ ପକାଉଛି ତାହା ତ ସମୟ କହିବ, ମାତ୍ର କିଛି ଲୋକ ଋଷ କପୁରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ଅବସାଦ ମନରେ ମଦ ପିଇବା ସ୍ଵାସ୍ଥ୍ୟ ପ୍ରତି ଅଧିକ ହାନୀକାରକ ହୋଇପାରେ। କିଛି ଲୋକଙ୍କ କହିବା କଥା ଏମିତି ହେଲେ ଲୋକେ କାଉଣ୍ଟର ସାମ୍ନାରେ ଭିଡ ଜମାଇବେ ଏବଂ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ରହିଛି।

ଏମିତିରେ ଋଷି କପୁର କରୋନା ସଂକ୍ରମଣ ବ୍ୟାପିବା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ବହୁତ ସକ୍ରିୟ ଅଛନ୍ତି। ସେ ଟୁଇଟ୍ କରି ଚୀନ୍‌କୁ ମଧ୍ୟ  ଟାର୍ଗେଟ୍ କରିଛନ୍ତି। ତାଙ୍କ ମୁତାବକ  ଯେଉଁ ଦେଶ କାରଣରୁ ପୂରା ଦୁନିଆ ଆଜି ବିପଦରେ ପଡିଛି, ସେହି ଦେଶକୁ ଉତ୍ତରଦାୟୀ କରାଯିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.