Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କରୋନାରୁ ସୁସ୍ଥ ହେଲେ ପନ୍ତ, ବିସିସିଆଇ ଫଟୋ ସେୟାର କରି କହିଲା ଏମିତି…

22/07/2021 at 12:01 PM

ନୂଆଦିଲ୍ଲୀ,୨୩/୦୭:  ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ୍ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଭଲ ଖବର । ଓ୍ୱିକେଟକିପର୍ ବ୍ୟାଟସମ୍ୟାନ୍ ଋଷଭ ପନ୍ତ କୋଭିଡ-୧୯ରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଦଳରେ ସାମିଲ ହୋଇଛନ୍ତି । ସେ ଜୁଲାଇ ୨୮ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ । ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ ବା ବିସିସିଆଇ ଏନେଇ ସୂଚନା ଦେଇଛି ।

ବିସିସିଆଇ ପନ୍ତଙ୍କ ଫଟୋ ସେୟାର କରି ଲେଖିଛି ଯେ, ହାଲୋ ଋଷଭ ପନ୍ତ । ପୁଣି ଥରେ ଦେଖି ଭଲ ଲାଗିଲା । ସୂଚନାଅନୁସାରେ, ପନ୍ତ ବାୟୋ-ବବଲ ସତ୍ତ୍ୱେ ଜୁଲାଇ ୮ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସେ ଆଇସୋଲେସନରେ ରହିଥିଲେ । ଲଗାତର ଭାବେ ବିସିସିଆଇର ମେଡିକାଲ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରୁଥିଲା । ବ୍ରିଟେନର କ୍ୱାରେଣ୍ଟାଇନ୍ ନିୟମ ଅନୁସାରେ ଗତ ରବିବାର ହିଁ ଅବଧି ପୂରଣ ହୋଇଥିଲା ।

ପନ୍ତ ନିଜର ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ସେଠାରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ଦାନ୍ତ ଡାକ୍ତରଙ୍କୁ ଦେଖା କରିବା ପରେ ଡେଲଟା ୩ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ । ଏହାପରେ ବିସିସିଆଇ ସମ୍ପାଦକ ଜୟ ଶାହ ଚିଠି ଲେଖି ଦଳକୁ ଗହଳି ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଅଗଷ୍ଟ ୪ରୁ ଆରମ୍ଭ ହେବ । ଏହାପରେ ଲର୍ଡସ୍, କନିଙ୍ଗଟନ୍ ଓଭାଲ, ହେଣ୍ଡିଗଲେ ଓ ଓଲ୍ଡ ଟ୍ରଫୋଡ୍‌ରେ ଖେଳାଯିବ ।

   Related Posts