Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା, ଆଗାମୀ କିଛି ମ୍ୟାଚ୍‌ରୁ ବାଦ୍ ପଡିଲେ ଋଷଭ ପନ୍ତ

12/10/2020 at 3:40 PM

ଦୁବାଇ, ୧୨/୧୦:  ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଭଲ ରହିଛି । ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହାସହ ସେମିଫାଇନାଲରେ ଖେଳିବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ଏହାମଧ୍ୟରେ ଦଳକୁ ଲାଗିଛି ଏକ ବଡ ଝଟକା । ଦଳର ଜଣେ ଷ୍ଟାର୍ ଖେଳାଳି ଆଗାମୀ କିଛି ମ୍ୟାଚରୁ ବାଦ୍ ପଡିବେ ବୋଲି ସୂଚନା ମିଳିଛି ।

ଦିଲ୍ଲୀ କ୍ୟାପିଟାଲ୍ସର ଓ୍ୱିକେଟ୍ କିପର୍ ବ୍ୟାଟସମ୍ୟାନ୍ ଋଷଭ ପନ୍ତ ମାଂସପେଶୀରେ ଆଘାତଜନିତ କାରଣରୁ ଅତି କମରେ ଏକ ସପ୍ତାହ ବିଶ୍ରାମ ନେବେ । ତେଣୁ ସେ କିଛି ମ୍ୟାଚରୁ ବାଦ୍ ପଡିବା ସୁନିଶ୍ଚିତ ହୋଇଛି । ଦଳର ଅଧିନାୟକ ଶ୍ରେୟସ ଆୟାର ଏନେଇ ସୂଚନା ଦେଇଛନ୍ତି ।

ପନ୍ତ ଶୁକ୍ରବାର ମ୍ୟାଚ୍ ବେଳେ ଆହତ ହୋଇଥିଲେ । ସେ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ମଧ୍ୟ ରବିବାର ଖେଳିପାରି ନଥିଲେ । ଏହି ମ୍ୟାଚ୍ ଦିଲ୍ଲୀ ୫ ଓ୍ୱିକେଟରେ ହାରିଲଥିଲା ।

ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର କହିଛନ୍ତି ଯେ, ପନ୍ତ କେବେ ଖେଳିବେ ସେ ଜାଣି ନାହାଁନ୍ତି । ଡାକ୍ତର ତାଙ୍କୁ ଗୋଟିଏ ସପ୍ତାହ ବିଶ୍ରାମ ନେବେ ପାଇଁ କହିଛନ୍ତି । ଏହାପରେ ସେ ଦଳକୁ ଫେରିବେ ।

ସୂଚନାଯୋଗ୍ୟ, ଚଳିତ ସପ୍ତାହର ବୁଧବାର ଦିଲ୍ଲୀ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ । ତେବେ ମୁମ୍ବାଇ ବିପକ୍ଷ ମୁକାବିଲାରେ ପନ୍ତଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଆଲେକ୍ସ କେରୀଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା ।

   Related Posts