Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

‘ପନ୍ତ ଧୋନୀଙ୍କ ଉପଯୁକ୍ତ ବିକଳ୍ପ’- ନେହେରା

6/10/2020 at 5:22 PM

ନୂଆଦିଲ୍ଲୀ, ୦୬ ।୧୦:    ଋଷଭ ପନ୍ତ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀଙ୍କ ସବୁଠାରୁ ଉପଯୁକ୍ତ ବିକଳ୍ପ । ଏପରି କହିଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍ ସଞ୍ଜୟ ବାଙ୍ଗର । କାରଣ ବାମହାତୀ ପନ୍ତ ମଧ୍ୟକ୍ରମରେ ଦଳର ସନ୍ତୁଳନ ରକ୍ଷା କରିବାରେ ସଫଳ ହୋଇଥିବା କହିଛନ୍ତି ସଞ୍ଜୟ । ସଞ୍ଜୟଙ୍କର ଏହି ଯୁକ୍ତିକୁ ସମର୍ଥନ କରିଛନ୍ତି ଦଳର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ।

ଉଭୟ ଖେଳାଲି ପନ୍ତଙ୍କ ସମର୍ଥନରେ ବାହାରି କହିଛନ୍ତି ଯେ, ଚଳିତ ଆଇପିଏଲରେ ପନ୍ତ ଚମତ୍କାର ଫର୍ମରେ ରହିଛନ୍ତି । ସେ ୫ଟି ମ୍ୟାଚରୁ ୧୭୧ ରନ୍ ସ୍କୋର କରିଛନ୍ତି । ଓ୍ୱିକେଟ କିପିଂକୁ ଦେଖିଲେ ମଧ୍ୟ ପନ୍ତ ସଠିକ୍ ରହିଛନ୍ତି ।

ତେବେ ବାଙ୍ଗର କହିଛନ୍ତି ଯେ, ପନ୍ତ ଯେଭଳି ଭାବେ ଆଇପିଏଲରେ ପ୍ରଦର୍ଶନ କରିଛନ୍ତି ତାହା ତାଙ୍କର ପ୍ରତିଭାକୁ ଦର୍ଶାଉଛି । ସେ ଭାରତ ପାଇଁ ଉପଯୁକ୍ତ ବାମହାତୀ  ବିକଳ୍ପ ବ୍ୟାଟ୍ସମ୍ୟାନ୍ ଭାବେ ଉଭା ହୋଇଛନ୍ତି । ତାଙ୍କ ଉପସ୍ଥିତି ଦଳର ମଧ୍ୟକ୍ରମରେ ସନ୍ତୁଳନ ରକ୍ଷା କରିଛି ।

ଆଶିଷ ନେହେରା କହିଛନ୍ତି ଯେ, ସେ ବାଙ୍ଗରଙ୍କ କଥାରେ ସମ୍ପୂର୍ଣ୍ଣ ବାବେ ସହମତ । ଟିମ୍ ପନ୍ତଙ୍କୁ ନିଶ୍ଚିତ ଭାବେ ସ୍ଥାନ ଦେବା ଜରୁରୀ । ପନ୍ତଙ୍କୁ ସମର୍ଥନ ମିଳିବା ଦରକାର । ଅନ୍ତରାଷ୍ଟ୍ରୀୟ କ୍ରିକେଟ କଥା ଆସିଲେ ସମସ୍ତ କ୍ରିକେଟରଙ୍କୁ ସମର୍ଥନ ମିଳିବା ଆବଶ୍ୟକ । ସୂଚନାଯୋଗ୍ୟ, ଧୋନୀ ଚଳିତ ବର୍ଷ ଅଗଷ୍ଚ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

   Related Posts