କରୋନା ମୁକାବିଲା ପାଇଁ ଆଗକୁ ଆସିଲେ ଋଷଭ ପନ୍ତ, ସଂକ୍ରମିତଙ୍କୁ ଯୋଗାଇ ଦେବେ ଅକ୍ସିଜେନ୍ ସିଲିଣ୍ଡର ଓ କୋଭିଡ୍ କିଟ୍

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ ୦୮।୦୭: କୋଭିଡ୍-୧୯ ମୁକାବିଲାରେ ଅନେକ ଖେଳାଳି ଆଗକୁ ଆସିଛନ୍ତି। ଏହି ତାଲିକାରେ ଏବେ ଯୋଡି ହୋଇ ଯାଇଛି ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କ ନାଁ। ଆଇପିଏଲ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପନ୍ତ ଶନିବାର କହିଛନ୍ତି, ସେ କରୋନା ସଂକ୍ରମିତଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର, ଶଯ୍ୟା ଓ କୋଭିଡ୍-୧୯ କିଟ୍ କିଣିବାରେ ସାହାଯ୍ୟ କରିବେ। ଏଥିପାଇଁ ସେ ହେମକୁଣ୍ଟ ଫାଉଣ୍ଡେସନକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

୨୩ ବର୍ଷୀୟ ପନ୍ତ ନିଜର ଏହି ନିଷ୍ପତ୍ତି ବିଷୟରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ଫାଉଣ୍ଡେସନ ସହ ମିଶି କରୋନା ମୁକାବିଲା କାମ କରିବେ। ଯାହା କିଛି ଦାନ କରିବେ ସେଥିରେ ଅକ୍ସିଜେନ ସିଲିଣ୍ଡର, ଶଯ୍ୟା ୧ କରୋନା ରିଲିଫ୍ କିଟ୍ ଉପଲବ୍ଧ କରାଯିବ।

ପନ୍ତ ଲେଖିଛନ୍ତି, କରୋନାର ଦ୍ଵିତୀୟ ଲହରରେ ଦେଶର ବହୁ ସଂଖ୍ୟାରେ ଲୋକେ ପ୍ରଭାବିତ ହୋଇଛନ୍ତି। ମୁଁ ବ୍ୟକ୍ତିଗତ କ୍ଷତିକୁ ବହୁ ନିକଟରୁ ଦେଖିଛି। ଏଥିପାଇଁ ସେହି ପରିବାରଙ୍କ ଯନ୍ତ୍ରଣାକୁ ହୃଦୟଙ୍ଗମ କରି ପାରିଛି। ଗତ ଏକ ବର୍ଷ ହେବ ଲୋକେ ବହୁତ କିଛି ହରାଇଲେଣି। ମୁଁ ସେହି ସମସ୍ତ ଲୋକଙ୍କ ଆତ୍ମା ପାଇଁ ପ୍ରାର୍ଥନା କରୁଛି ଯିଏ ଆମକୁ ଛାଡି ଚାଲି ଯାଇଛନ୍ତି।

wp:html /wp:html

ସେ ଏହା ମଧ୍ୟ ଲେଖିଛନ୍ତି, ମୁଁ ଖେଳରେ ଯେଉଁ ଗୁରୁତ୍ଵପୂର୍ଣ୍ଣ ଦିଗ ଶିଖିଛି, ସେଥିରେ ଦଲଗତ ଭାବେ କାମ କରିବାର ଶକ୍ତି ରହିଛି। ଏହି ମୁସ୍କିଲ ସମୟରେ ଆଗ ଧାଡିର ଯୋଦ୍ଧାଙ୍କୁ ସଲାମ କରୁଛି, ଯେଉଁମାନେ ଏକ ବର୍ଷ ହେବ ଅକଥ ପ୍ରୟାସ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.