ଆଇସିସି ରାଙ୍କିଙ୍ଗ୍: ଓ୍ଵିକେଟ୍ କିପର ବ୍ୟାଟସମ୍ୟାନରେ ସବୁଠୁ ଆଗରେ ପନ୍ତ, କୋହଲିଙ୍କୁ ପଛରେ ପକାଇଲେ ଲାବୁସେନ

Published By : Prameya-News7 Bureau | January 20, 2021 IST

ଦୁବାଇ ୨୦।୦୧: ଭାରତର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟରେ ଅପରାଜିତ ୮୯ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳି ଦଳକୁ ଜିତାଇଛନ୍ତି। ଏହି ଇନିଂସ ବଳରେ ପନ୍ତ ବିଶ୍ଵରେ ସର୍ବାଧିକ ରାଙ୍କିଙ୍ଗ୍ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ହୋଇଛନ୍ତି।

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ଵାରା ବୁଧବାର ଜାରି ସଦ୍ୟତମ ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ଋଷଭ ପନ୍ତ ୧୩ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ୍। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପନ୍ତଙ୍କ ନାମରେ ୬୯୧ ପଏଣ୍ଟ ରହିଛି। ଓ୍ଵିକେଟ୍ କିପର ବ୍ୟାଟସମ୍ୟାନରେ ତାଙ୍କ ପରେ ଦକ୍ଷିଣ ଆଫ୍ରିକାର କ୍ଵିଣ୍ଟନ ଡିକକ୍‌ଙ୍କ ନମ୍ବର ରହିଛି। ସେ ୬୭୭ ପଏଣ୍ଟ ସହ ୧୫ମ ସ୍ଥାନରେ ରହିଛନ୍ତି।

{"id":395403,"sizeSlug":"large","linkDestination":"none"}

ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ ମାର୍ନସ ଲାବୁସେନ ବ୍ରିସବେନରେ ପ୍ରଥମ ଇନିଂସରେ ଶତକୀୟ ଇନିଂସ ଦମରେ ଭାରତୀୟ ଅଧିନାୟକ ବିରାଟ କୋହଲି(୮୬୨)ଙ୍କୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉଠିଛନ୍ତି। ଲାବୁସେନଙ୍କ ୮୭୮ ପଏଣ୍ଟ ରହିଛି। କୋହଲି ପିତୃତ୍ଵ ଅବକାଶ ଯୋଗୁଁ ଅଷ୍ଟ୍ରେଲିଆ ଗସ୍ତରେ ଶେଷ ତିନୋଟି ମ୍ୟାଚ୍‌ ଖେଳିନଥିଲେ। ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ((୯୧୯ ପଏଣ୍ଟ) ଏବଂ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍‌(୮୯୧ ପଏଣ୍ଟ) ସହ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ଯୁବ ଭାରତୀୟ ଓପନିଂ ବ୍ୟାଟସମ୍ୟାନ ଶୁବମାନ ଗିଲ୍‌ ବ୍ୟାଟସମ୍ୟାନ ମାନ୍ୟତାରେ ମଧ୍ୟ ଉନ୍ନତି କରିଛନ୍ତି। ସେ ଦ୍ଵିତୀୟ ଇନିଂସରେ ୯୧ ରନର ଦମଦାର  ଇନିଂସ ଦମରେ ୬୮ମ ସ୍ଥାନରୁ ୪୭ମ ସ୍ଥାନରେ ପହଞ୍ଚିଛନ୍ତି। ମଧ୍ୟକ୍ରମ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମରେ ରହିଛନ୍ତି।

{"id":395404,"sizeSlug":"large","linkDestination":"none"}

ବୋଲିଂ ମାନ୍ୟତାରେ ମହମ୍ମଦ ସିରାଜ ୩୨ଟି ସ୍ଥାନ ଉପରକୁ ଉଠି ୪୫ମ ସ୍ଥାନରେ ପହଞ୍ଚିଛନ୍ତି। ସେ ବ୍ରିସବେନ ଟେଷ୍ଟରେ ୬ ଓ୍ଵିକେଟ୍ ନେଇଛନ୍ତି। ଏଥିରେ ଦ୍ଵିତୀୟ ଇନିଂସରେ ୫ ଓ୍ଵିକେଟ୍ ମଧ୍ୟ ସାମିଲ। ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଓ୍ଵାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁର ମଧ୍ୟ ବ୍ୟାଟିଂ ଓ ବୋଲିଂରେ ନିଜର ଯୋଗଦାନରେ ମାନ୍ୟତାରେ ସ୍ଥାନ ଅକ୍ତିକାର କରିଛନ୍ତି।

ବ୍ରିସବେନ ଟେଷ୍ଟରେ ଭାରତୀୟ ବୋଲର ରବି ଚନ୍ଦ୍ରନ ଅଶ୍ଵିନ ଓ ଯଶପ୍ରୀତ ବୁମରା ନଖେଳିଥିଲେ ମଧ୍ୟ ସେମାନଙ୍କୁ ରାଙ୍କିଙ୍ଗ୍‌ରେ ଫାଇଦା ମିଳିଛି। ଦୁଇ ବୋଲର କ୍ରମଶଃ ଅଷ୍ଟମ ଏବଂ ନବମ ସ୍ଥାନରେ ଅଛନ୍ତି। ଶୀର୍ଷରେ ଅଛନ୍ତି ଅଷ୍ଟ୍ରେଲିଆ ବୋଲର ପାଟ୍ କମିନ୍ସ। କମିନ୍ସ ବର୍ଡର-ଗାଭାସ୍କର ଟ୍ରଫିରେ ୨୧ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ତାଙ୍କ ବ୍ୟତୀତ ବ୍ରିସବେନ ଟେଷ୍ଟର ପ୍ରଥମ ଇନିଂସରେ ୫ ଓ୍ଵିକେଟ୍ ନେଇଥିବା ଜୋଶ ହେଜେଲଉଡଙ୍କକୁ ମଧ୍ୟ ରାଙ୍କିଙ୍ଗ୍‌ରେ ଫାଇଦା ମିଳିଛି। ସେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.