Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆଇପିଏଲ୍‌ରେ ସବୁଠୁ କମ୍‌ ବୟସର ଅଧିନାୟକ ଭାବେ ପଞ୍ଚମରେ ଋଷଭ ପନ୍ତ, ଦଳ‌ ଜିତିଲେ ନିଜ ନାଁରେ କରିବେ ଏହି ରେକର୍ଡ

10/04/2021 at 9:03 PM

ମୁମ୍ବାଇ ୧୦/୪:  ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଛି ହାଇ ଭୋଲଟେଜ୍‌ ମ୍ୟାଚ୍‌। ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି। ସିଏସକେ ଏବଂ ଡିସି ମୁକାବିଲା ଅନେକ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଡିସି ପକ୍ଷରୁ ନୂଆ ଅଧିନାୟକ ଋଷଭ ପନ୍ତ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଶିଷ୍ୟ ବୋଲି କୁହାଯାଉଛି। ସେପଟେ ପନ୍ତ ପ୍ରଥମ ଥର କୌଣସି ଆଇପିଏଲ୍‌ ଟିମ୍‌ର ଅଧିନାୟକ ହେବାର ସୌଭାଗ୍ୟ ପାଇଛନ୍ତି ।

ଧୋନୀ ଏବଂ ପନ୍ତ ନିଜ ନିଜ ଦଳର ଅଧିନାୟକ, ଓ୍ବିକେଟ କିପର ଏବଂ ବ୍ୟାଟ୍ସମ୍ୟାନ୍‌। ଦୁଇ ଜଣ ବହୁତ ଭଲ ବ୍ୟାଟ୍ସମ୍ୟାନ୍‌ ହୋଇଥିବା ବେଳେ ଧୋନୀଙ୍କ ପାଖରୁ ଅଭିଜ୍ଞତା ପାଇଥିବା ଋଷଭ ଆଜି କମାଲ କରିପାରନ୍ତି। ସେପଟେ ଅଧିନାୟକ ହୋଇ ଋଷଭ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଋଷଭ ଟିମ୍‌ର ନେତୃତ୍ବ କରୁଥିବା ପଞ୍ଚମ ସବୁଠୁ ସାନ ଅଧିନାୟକ ଭାବେ ରେକର୍ଡ କରିଛନ୍ତି। ଶନିବାର ସିଏସ୍‌କେ ବିପକ୍ଷରେ ମଇଦାନକୁ ଓହ୍ଲାଇବା ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଋଷଭ ପନ୍ତ।

ଦିଲ୍ଲୀ କ୍ୟାପିଟାଲ୍ସର ନିୟମିତ ଅଧିନାୟକ ଶ୍ରେୟସ ଆୟାର କାନ୍ଧରେ ଆଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଦଳ ପନ୍ତଙ୍କୁ ଏହି ଗୁରୁ ଦାୟିତ୍ବ ଦେଇଛି। ପୂର୍ବରୁ ଦିଲ୍ଲୀ ରାଜ୍ୟ ଟିମ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ପନ୍ତ । ୨୦୧୭ରେ ସୟଦ ମୁସ୍ତାଖ ଅଲି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ପକ୍ଷରୁ ଅଧିନାୟକ ଥିଲେ ପନ୍ତ। ପନ୍ତ ସବୁଠୁ କମ୍‌ ବୟସରେ ଅଧିନାୟକ ହୋଇଥିବା ବେଳେ ନିଜର ଗୁରୁ ବୋଲି ମାନୁଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଛନ୍ତି।

୨୩ ବର୍ଷ ବୟସରେ ଷ୍ଟିଭ୍‌ ସ୍ମିଥ୍‌, ବିରାଟ କୋହଲି (ଆରସିବି), ସୁରେଶ ରୈନା (ସିଏସକେ) ଏବଂ ଶ୍ରେୟସ ଆୟାର ( ଦିଲ୍ଲୀ କ୍ୟାପିଟାଲ୍ସ)ଙ୍କ ପରେ ପନ୍ତ ଆଇପିଏଲରେ ପଞ୍ଚମ ସବୁଠୁ କମ୍‌ ବୟସର ଅଧିନାୟକ ହୋଇଛନ୍ତି। ଗତ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ  ଶ୍ରେୟସ ଆୟାର ଡିସିକୁ ଫାଇନାଲ୍‌ ପର୍ଯ୍ୟନ୍ତ ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ରନର ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ଋଷଭ ପନ୍ତ ଯଦି ଡିସିକୁ କପ୍‌ ଦେବେ ତେବେ ସେ ପ୍ରଥମ କମ୍‌ ବୟସର ଅଧିନାୟକ ଭାବେ ଏହି ରେକର୍ଡ ନିଜ ନାଁରେ କରିପାରିବେ।

   Related Posts