ବିଶ୍ବକପ୍ କ୍ରିକେଟରେ ଋଷଭ ପନ୍ତଙ୍କୁ ମିଳିଲା ସ୍ଥାନ, ଶିଖର ଧାଓ୍ବନଙ୍କ ସ୍ଥାନରେ ଖେଳିବେ

Published By : Prameya-News7 Bureau | June 12, 2019 IST

ବିଶ୍ବକପ୍ କ୍ରିକେଟରେ ଋଷଭ ପନ୍ତଙ୍କୁ ମିଳିଲା ସ୍ଥାନ । ଶିଖର ଧାଓ୍ବନଙ୍କ ସ୍ଥାନରେ ଖେଳିବେ ପନ୍ତ ।
ପନ୍ତ ଖେଳିବା ନେଇ ସ୍ପଷ୍ଟ କଲା ବିସିସିଆଇ । ଶିଖର ଧାଓ୍ବନ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ କିଏ ଇଂନିସ୍ ଓପନ କରିବ ତାକୁ ନେଇ ଚାଲିଥିଲା ଚର୍ଚ୍ଚା । ଆହତ କାରଣରୁ ତିନି ସପ୍ତାହ ଖେଳି ପାରିବେନି ଶିଖର ଧାୱନ । ତେବେ ଶିଖରଙ୍କ ସ୍ଥାନରେ ଦଳ ରିଷଭ ପନ୍ତଙ୍କୁ ପ୍ରସ୍ତୁତ କରି ରଖିଥିଲା ବିସିସିଆଇ । ବିଶ୍ବକପ୍ ପାଇଁ ଜର୍ସି, ଲଗେଜ ଏବଂ ଆବଶ୍ୟକ ସାମଗ୍ରୀ ରିଷଭଙ୍କୁ ଦିଆଯାଇଛି । ପନ୍ତ ଆଜି ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ । ଇଂଲିଶ ପରିବେଶ ସହିତ ଖାପଖୁଆଇବା ପାଇଁ ପନ୍ତ ଙ୍କୁ ଆଗୁଆ ଡକାଯାଇଥିବା ଜଣାପଡିଛି । ଧାୱନଙ୍କ ସ୍ଥାନରେ ୧୫ ଜଣିଆ ଭାରତୀୟ ଦଳରେ ପନ୍ତ ଙ୍କୁ ସାମିଲ କରାଯାଇଛି । ତେବେ ଶିଖର ଧାୱନଙ୍କ ସ୍ଥାନରେ ଏବେ କାହାକୁ ଦଳରେ ସାମିଲ କରାଯିବ ନାହିଁ । ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳୁଥିବା ବେଳେ ଶିଖରଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ସ୍କାନ୍ ପରେ ତାଙ୍କ ବୁଢା ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡିଥିଲା । ତେଣୁ ୩ ସପ୍ତାହ ପାଇଁ କ୍ରିକେଟରୁ ଦୂରେଇ ରହିବେ ଧାୱନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.