Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ସେହ୍ଵାଗଙ୍କ ବଡ ରେକର୍ଡ ଭାଙ୍ଗିଲେ ଋଷଭ ପନ୍ତ, ଦିଲ୍ଲୀ କ୍ୟାପିଟାଲସ ପାଇଁ ହାସଲ କଲେ ଏହି ଉପଲବ୍ଧି

28/09/2021 at 10:21 PM

ନୂଆଦିଲ୍ଲୀ ୨୮।୦୯: ଦିଲ୍ଲୀ କ୍ୟାପିଟାଲ୍ସ ଓ ଅଧିନାୟକ ଋଷଭ ପନ୍ତ ବର୍ତ୍ତମାନ ଆଇପିଏଲ ସିଜିନରେ ଦମଦାର ପ୍ରଦର୍ଶନ କରୁଛନ୍ତି। ଦଳ ୧୬ ପଏଣ୍ଟ ସହ ଅଙ୍କ ତାଲିକାର ଦ୍ଵିତୀୟ ସ୍ଥାନରେ ରହିଛି। ଦଳ ପ୍ଲେଅଫରେ ନିଜର ସ୍ଥାନ ସୁନିଶ୍ଚିତ କରିବାକୁ ବାସ୍ ଆଉ ଗୋଟିଏ ବିଜୟ ଦୂରରେ ରହିଛି। ପନ୍ତ ମଙ୍ଗଳବାର କେକେଆର ବିପକ୍ଷ ମୁକାବିଲାରେ ୩୯ ରନ କରିଛନ୍ତି। ଏଥିସହ ସେ ଦିଲ୍ଲୀ ପକ୍ଷରୁ ସର୍ବାଧିକ ରନ ହାସଲକାରୀ  ବ୍ୟାଟସମ୍ୟାନ ହୋଇଛନ୍ତି। ସେ ପୂର୍ବତନ ଦିଗଜ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗଙ୍କୁ ପଛରେ ପକାଇଛନ୍ତି।

ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୭୯ ମ୍ୟାଚ୍‌ରେ ୩୬ ହାରରେ ୨୩୯୦ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ୍। ଷ୍ଟ୍ରାଇକ୍ ରେଟ୍ ୧୪୮ ରହିଛି। ଏହି ସମୟରେ ପନ୍ତ ୨୧୪ ଚୌକା ଓ ୧୦୯ ଛକା ମାରିଛନ୍ତି। ବୀରେନ୍ଦ୍ର ସେହ୍ଵାଗ ଦିଲ୍ଲୀ ପକ୍ଷରୁ ୨୩୮୨ ରନ କରିଛନ୍ତି। ଏଥିରେ ଆଇପିଏଲ ଓ ଚାମ୍ପିଅନ୍ସ ଲିଗ୍ ଟ-୨୦ର ରନ ମଧ୍ୟ ସାମିଲ୍। ସେହ୍ଵାଗ ଆଇପିଏଲର ୭୯ ମ୍ୟାଚ୍‌ରେ ୨୯ ହାରରେ ୨୯  ହାରରେ ୨୧୭୪ ରନ କରିଛନ୍ତି। ଏଥିରେ ଏକ ଶତକ ଏବଂ ୧୫ ଅର୍ଦ୍ଧଶତକ ସାମିଲ୍। ସେହ୍ଵାଗଙ୍କ ଷ୍ଟ୍ରାଇକ୍ ରେଟ୍ ୧୬୦ ରହିଛି।

ଆଇପିଏଲ ଇତିହାସରେ ଦିଲ୍ଲୀ ପକ୍ଷରୁ କେବଳ ତିନି ଜଣ ବ୍ୟାଟସମ୍ୟାନ ଦୁଇ ହଜାରରୁ ଅଧିକ ରନ କରିଛନ୍ତି। ଏଥିରେ ଋଷଭ ପନ୍ତ ଓ ବୀରେନ୍ଦ୍ର ସେହ୍ଵାଗଙ୍କ ବ୍ୟତୀତ ଶ୍ରେୟସ ଆୟର ମଧ୍ୟ ସାମିଲ୍। ଆୟର ଏ ପର୍ଯ୍ୟନ୍ତ ୮୨ ମ୍ୟାଚ୍‌ରେ ୩୨ ହାରେ ୨୨୯୧ ରନ କରି ସାରିଛନ୍ତି। ଏଥିରେ ସେ ୧୬ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି।

   Related Posts