Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଟେଷ୍ଟ କ୍ୟାରିୟରର ବେଷ୍ଟ ରାଙ୍କିଙ୍ଗରେ ପହଞ୍ଚିଲେ ଋଷଭ ପନ୍ତ, ବାବର ଆଜମଙ୍କୁ ପଛରେ ପକାଇଲେ

5/05/2021 at 8:29 PM

ନୂଆଦିଲ୍ଲୀ ୦୫।୦୫: ଆଇସିସି ବୁଧବାର ସଦ୍ୟତମ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତା ଜାରି କରିଛି। ଶୀର୍ଷ ୧୦ରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ତିନି ଭାରତୀୟ ଅଛନ୍ତି। ଏଥିରେ ଋଷଭ ପନ୍ତ ଓ ରୋହିତ ଶର୍ମା ସାମିଲ। ଦୁଇ ବ୍ୟାଟସମ୍ୟାନ ମାନ୍ୟତାରେ ଗୋଟିଏ-ଗୋଟିଏ ସ୍ଥାନ ଉନ୍ନତି ଘଟାଇଛନ୍ତି। ପନ୍ତ ଟେଷ୍ଟ କ୍ୟାରିୟରରେ ନିଜର ସର୍ବଶ୍ରେଷ୍ଠ ସ୍ଥାନ ଷଷ୍ଠରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ତାଙ୍କର ଟେଷ୍ଟ ମାନ୍ୟତା ସପ୍ତମରେ ଥିଲା। ମହେନ୍ଦ୍ର ସିଂହ ଧୋନୀ ମଧ୍ୟ କେବେ ବି ଟପ୍-୧୦ରେ ପ୍ରବେଶ କରିପାରିନଥିଲେ। ବିରାଟ କୋହଲି ଟେଷ୍ଟ ମାନ୍ୟତାରେ ପଞ୍ଚମରେ ଅଛନ୍ତି।

ପାକିସ୍ତାନର ଅଧିନାୟକ ବାବର ଆଜମ ତିନୋଟି ସ୍ଥାନ ଖସି ନବମରେ ପହଞ୍ଚିଛନ୍ତି। ଏହାର ଫାଇଦା ଋଷଭ ପନ୍ତ ଓ ରୋହିତ ଶର୍ମାଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର ହେନରି ନିକୋଲାସଙ୍କୁ ମିଳିଛି। ତିନି ଜଣ ୭୪୭ ଅଙ୍କ ସହିତ ମିଳିତ ଭାବେ ଷଷ୍ଠ ସ୍ଥାନରେ ଅଛନ୍ତି। ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷ ୪ ଟେଷ୍ଟରେ ୨୮୦ ରନ କରିଥିଲେ। ଏଥିରେ ଗୋଟିଏ ଶତକ ଓ ଅର୍ଦ୍ଧଶତକ ସାମିଲ। ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମସନ ପ୍ରଥମ, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଦ୍ଵିତୀୟ, ମାର୍ନସ ଲାବୁସନେ ତୃତୀୟ ଏବଂ ଇଂଲଣ୍ଡର ଜୋ ରୁଟ୍ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଭାରତୀୟ ଦଳର ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟସମ୍ୟାନ ଚେତେଶ୍ଵ ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ଗୋଟିଏ ଲେଖାଏଁ ସ୍ଥାନ କ୍ଷତି ହୋଇଛି। ପୂଜାରା ୧୪ତମ ଏବଂ ରାହାଣେ ୧୫ତମ ସ୍ଥାନକୁ ଖସିଛନ୍ତି। ଏହି ପାଞ୍ଚ ଖେଳାଳିଙ୍କ ବ୍ୟତୀତ ଆଉ କୌଣସି ଭାରତୀୟ ଖେଳାଳି ଶୀର୍ଷ ୨୦ରେ ନାହାନ୍ତି। ଶ୍ରୀଲଙ୍କା କ୍ରିକେଟ୍ ଦଳର ଦିମୁଥ କରୁଣାରତ୍ନେଙ୍କୁ ୪ ସ୍ଥାନ ଉନ୍ନତି ଘଟି ସେ ୧୧ତମ ସ୍ଥାନରେ ପହଞ୍ଚିଛନ୍ତି।  ସେ ଗତ ୪ ଟେଷ୍ଟରେ ୫୧୯ ରନ କରିଛନ୍ତି। ଏଥିରେ ଗୋଟିଏ ଦ୍ଵିଶତକ ଓ ଏକ ଶତକ ସାମିଲ।

ବୋଲିଂ ମାନ୍ୟତାରେ ଶୀର୍ଷ ୧୦ରେ କେବଳ ରବିଚନ୍ଦ୍ରନ ଅଶ୍ଵିନ ଅଛନ୍ତି। ଅଶ୍ଵିନ ପୂର୍ବବତ୍ତ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ କମିନ୍ସ ଶୀର୍ଷରେ ରହିଛନ୍ତି।

   Related Posts