୨୩ ବର୍ଷ ବୟସରେ ପନ୍ତଙ୍କ କମାଲ୍: ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ରଚିଲେ ଇତିହାସ

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬/୦୪ : ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଦମଦାର ପ୍ରଦର୍ଶନ କରୁଛି। ସନରାଇଜର୍ସ ହାଇଦ୍ରାବାଦକୁ ସୁପର ଓଭରରେ ମାତ ଦେଇ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଏହି ମ୍ୟାଚରେ ଦିଲ୍ଲୀର ଯୁବ ଅଧିନାୟକ ୩୭ ରନ କରିଥିଲେ। ଏହାସହ ଋଷଭ ଦିଲ୍ଲୀ ପାଇଁ ଇତିହାସ ରଚିଛନ୍ତି। ଋଷଭ ପନ୍ତ ଆଇପିଏଲ ଇତିହାସରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି।

ସର୍ବାଧିକ ରନ ମାମଲାରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ନିୟମିତ କ୍ୟାପଟେନ ଶ୍ରେୟସ ଅୟାରଙ୍କୁ ପଛରେ ପକାଇଦେଇଛନ୍ତି। ଶ୍ରେୟସ ଆହତ ଥିବା ଯୋଗୁଁ ଚଳିତ ଆଇପିଏଲ ସିଜନରେ ଖେଳୁ ନାହାନ୍ତି। ଶ୍ରେୟସ ଅୟାର ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୨୨୦୦ ରନ କରିଛନ୍ତି।

୨୩ ବର୍ଷୀୟ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୨୨୦୪ ରନ କରିଛନ୍ତି। ଏଥିରେ ୧୩ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସାମିଲ ଅଛି। ସେ ୨୦୧୬ରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମରେ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.