Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ରିପୁନାଥ ସେଠ୍‌ଙ୍କ ବିସ୍ଫୋରକ ବୟାନ, କହିଲେ ଦଳ ପାଇଁ ବିଜେପୁରରେ ପ୍ରଚାର କରିବେନାହିଁ

29/09/2019 at 3:28 PM

ଭୁବନେଶ୍ବର ୨୯।୯: ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ତେବେ ରିପୁନାଥ ସେଠ୍ ବିଜେପୁରରୁ ତାଙ୍କ ପୁଅ କଂଗ୍ରେସ ଟିକେଟ୍ ପାଇବ ବୋଲି ଆଶା ରଖିଥିଲେ । ମାତ୍ର କଂଗ୍ରେସ ସେଠାରୁ ତାଙ୍କୁ ପ୍ରାର୍ଥୀ ନକରି ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଯାହା ଫଳରେ ରିପୁନାଥ ସେଠ୍ ଅସନ୍ତୁଷ୍ଟ ଥିଲେ ।

ତେବେ ଏହାକୁ ନେଇ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି ରିପୁନାଥ୍ ସେଠ୍ । ନାମାଙ୍କନପତ୍ର ଦାଖଲ ବେଳେ ସେ ଯୋଗ ଦେବେନାହିଁ ବୋଲି ସେ ସିଧା ସିଧା କହିଛନ୍ତି । ଏପରିକି ବିଜେପୁରରେ ଦଳ ପାଇଁ ପ୍ରଚାର କରିବେନାହିଁ ବୋଲି କହିଛନ୍ତି । ଏଠି ନେତା ସଚ୍ଚl ନୁହଁନ୍ତି, କର୍ମୀ କେମିତି ସଚ୍ଚୋଟ ହେବେ ବୋଲି ସେ କହିଛନ୍ତି । ୨୦୧୮ ଉପ ନିର୍ବାଚନର ଭୁଲକୁ ଦଳ ଦୋହରାଇଛି ବୋଲି ସେ କହିଛନ୍ତି । କଂଗ୍ରେସକୁ ମୂଳପୋଛ କରିବାକୁ ଚକ୍ରାନ୍ତ ଚାଲିଛି । ତାଙ୍କୁ ଦଳ କୌଣସି ଦାୟିତ୍ଵ ଦେଇ ନାହିଁ । ଦଳରେ ସେ ଏବେ ଆଯୋଗ୍ୟ ତେଣୁ ଅଯୋଗ୍ୟ ବ୍ୟକ୍ତି କେମିତି ବିଜେପୁର ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଦଳରେ କିଛି ଅସନ୍ତୋଷ ନାହିଁ । ଯାହାର ଅସନ୍ତୋଷ ଅଛି ତାହା ବ୍ୟକ୍ତିଗତ । ଯିଏ ଦଳର ସଚ୍ଚୋଟ ନେତା, ଯାହାର ସ୍ଵାର୍ଥ ନଥିବ ସିଏ ଅସନ୍ତୋଷ ପ୍ରକାଶ କରି ବିରୋଧ କରିବ ନାହିଁ, ଦଳ ପାଇଁ କାମ କରିବ ବୋଲି ନିରଞ୍ଜନ କହିଛନ୍ତି ।

   Related Posts