ବିଜେପୁର ବିଧାନସଭା ନିର୍ବାଚନରେ କଂଗ୍ରେସରୁ କିଏ ହେବ ପ୍ରାର୍ଥୀ ? ରିପୁନାଥ ସେଠ୍ କହିଲେ ‘ବାପା ନହେଲେ ପୁଅକୁ ଟିକେଟ୍ ମିଳୁ ବୋଲି ଚାହୁଁଛନ୍ତି ଲୋକେ’

Published By : Prameya-News7 Bureau | September 19, 2019 IST

ଭୁବନେଶ୍ବର ୧୯|୯: ବିଜେପୁର ନିର୍ବାଚନରେ ପ୍ରାର୍ଥୀ ଚୟନ ନେଇ କଂଗ୍ରେସ ନେତା ରିପୁନାଥ ସେଠ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବିଜେପୁରରୁ କିଏ ପ୍ରାର୍ଥୀ ହେବ ତାହା ଦଳପତି ନିଷ୍ପତ୍ତି କରିବେ । ମୁଁ ଗତଥର କେଉଁ ପରିସ୍ଥିତିରେ ଲଢ଼ି ଥିଲି ସମସ୍ତେ ଜାଣନ୍ତି । ଏଥର ମୋ'ଠୁ ଭଲ ପ୍ରାର୍ଥୀ ପାଇଲେ ଦେଇ ପାରନ୍ତି ବୋଲି ସେ କହିଛନ୍ତି ।

ଗତ ଉପ ନିର୍ବାଚନରେ ଉଚିତ୍ ନିଷ୍ପତ୍ତି ନେଇଥିଲେ ଆଜି କଂଗ୍ରେସର ଏଇ ଅବସ୍ଥା ହେଇ ନଥାନ୍ତା ବୋଲି ସେ କ୍ଷୋଭ ପ୍ରକାଶ କରିବା ସହ ବିଜେପୁର ନିର୍ବାଚନ ମଣ୍ଡଳୀରେ ଯଦି କିଏ କିଛି କାମ କରିଛି, ଦେଖାନ୍ତୁ ବୋଲି କହିଛନ୍ତି । ସେ ତାଙ୍କ ପୁଅକୁ ପ୍ରାର୍ଥୀ କରିବା ଲାଗି ପାଇଁ ପ୍ରସ୍ତାବ ରଖିନାହାନ୍ତି ବୋଲି ପ୍ରକାଶ କରିଛନ୍ତି ।

ତେବେ ନିର୍ବାଚନମଣ୍ଡଳୀ ଲୋକେ କହୁଛନ୍ତି ବାପାକୁ ନହେଲେ ପୁଅକୁ ଟିକେଟ ଦିଅ ବୋଲି ସେ ସୂଚନା ଦେଇଛନ୍ତି । ସେ କଂଗ୍ରେସ ଲୋକ । ତେଣୁ ଟିକେଟ ଦେଲେ ଦଳରେ ରହିବି, ନଦେଲେ ବି ରହିବି ବୋଲି କହିଛନ୍ତି । ରିପୁନାଥ ସେଠଙ୍କ ଏଭଳି ଉକ୍ତିରୁ ସେ ପୁଣି ବିଜେପୁର ନିର୍ବାଚନ ଲଢିବା ଲାଗି ଆଗ୍ରହୀ ଥିବା ସ୍ପଷ୍ଟ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.