ଚତୁର୍ଥୀ ଭୋଜିରେ ପ୍ରବଳ ଗଣ୍ଡଗୋଳ: ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | June 19, 2020 IST

ଭଦ୍ରକ୧୯/୬: ଚତୁର୍ଥୀ ଭୋଜିରେ ସମ୍ପର୍କୀୟ ଭାଇଙ୍କୁ ଆକ୍ରମଣ। ଧାରୁଆ ମାରଣାସ୍ତ୍ର ଆକ୍ରମଣରେ ୨ ଗୁରୁତର। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଭାଗବାନପୁର ସେଠିସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଜଳନ୍ଧର ସେଠିଙ୍କ ପୁଅର ବାହାଘର ପରେ ଚତୁର୍ଥୀ ଭୋଜି ଆଜି ଆୟୋଜିତ ହେଉଥିଲା। ଭୋଜିରେ ଯୋଗ ଦେବା ପାଇଁ ଗ୍ରାମର ସମ୍ପର୍କୀୟ ଭାଇ ମାନଙ୍କୁ ନିମନ୍ତ୍ରଣ କରି ଥିଲେ ଜଳନ୍ଧର । କିନ୍ତୁ ଏହି ନିମନ୍ତ୍ରଣ କରିବା ଯୋଗୁଁ ସମ୍ପର୍କୀୟ ଭାଇମାନେ ଉତ୍‌କ୍ଷିପ୍ତ ହୋଇ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ ।

ଏମିତି କି ଘର ନିକଟ ବିଲରେ ଉଭୟ ପକ୍ଷଙ୍କ ମଧ୍ୟରେ ବାଡ଼ାବାଡ଼ି ଆରମ୍ଭ ହୋଇଥିଲେ । ଯିଏ ଯାହା ପାଇଲା ସେଥିରେ ପ୍ରତିପକ୍ଷକୁ ଆକ୍ରମଣ କଲା । ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଉଭୟ ଗୋଷ୍ଠୀର ଦୁଇ ଜଣ ଗୁରୁତର ହୋଇଥିବା ବେଳେ, ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଉଭୟ ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ ହୋଇଛି । ଏହି ସାମାନ୍ୟ ଘଟଣା ପାଇଁ ଉଭୟ ଗୋଷ୍ଠୀ ମଧ୍ଯରେ ସଂଘର୍ଷ ହେଲା ନା ଏହାରି ପଛରେ ଆଉ କିଛି କାରଣ ଅଛି, ସେନେଇ ପୋଲିସ ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.