କରୋନା ଯୋଗୁ ଇଟାଲୀ ଜେଲରେ ଦଙ୍ଗା, ନିଆଁ ଲଗାଇଦେଲେ କୈଦୀ, ୬ ମୃତ

Published By : Prameya-News7 Bureau | March 09, 2020 IST

ମୋଡେନା ୯।୩:  ଇଟାଲୀରେ କରୋନା ସଂକ୍ରମଣକୁ ନେଇ ଏବେ ଆତଙ୍କ ଖେଳିଯାଇଛି। ଗୋଟିଏ ଦିନରେ କରୋନା ଯୋଗୁ ଦେଶରେ ୧୩୩ ଜଣଙ୍କ ମୃତ୍ୟୁ ଏଭଳି ଆତଙ୍କ ସୃଷ୍ଟି କରିଥିବା ବେଳେ ଜେଲମାନଙ୍କରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। କରୋନାକୁ ନେଇ ଇଟାଲୀ ମୋଡେନା ଜେଲରେ ରବିବାର ଦଙ୍ଗା ସୃଷ୍ଟି ହୋଇଛି।  କୈଦୀମାନେ ରାତିରେ ଜେଲର ଏକ ଭାଗରେ ନିଆଁ ଲଗାଇଦେଇଛନ୍ତି। ଫଳରେ ପୋଡି ହୋଇ ୬ ଜଣ ପ୍ରାଣହରାଇଥିବା ସୋମବାର ଜଣାପଡିଛି। ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ଉତ୍ତର ଇଟାଲୀରେ ଲୋକଙ୍କ ଘରୁ ପଦାକୁ ନ ବାହାରିବା ଲାଗି କଟକଣା ଜାରି କରିଛନ୍ତି। ଫଳରେ ଦେଢ କୋଟି ଲୋକେ ଏବେ ଘରେ ବନ୍ଦୀ ହୋଇଯାଇଛନ୍ତି।

{"id":235600,"sizeSlug":"large"}

ମୋଡେନା ଜେଲରେ କିଛି କୈଦୀ କରୋନା ବାହାନାରେ ଜେଲରୁ ଖସିପଳାଇବାକୁ ରବିବାର ଦିନ ତମାମ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ। କେଉଁଥିରେ ସଫଳ ନ ହେବାରୁ  ରାତିରେ ଜେଲର ଏକ ଅଂଶରେ ନିଆଁ ଲଗାଇ ଦେଇଥିଲେ। ଫଳରେ ୬ ଜଣ ବନ୍ଦୀ ପୋଡି ହୋଇ ପ୍ରାଣ ହରାଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କରୋନା ଯୋଗୁ ଜେଲ କର୍ତ୍ତୃପକ୍ଷ ବନ୍ଦୀଙ୍କ ପରିବାର ଲୋକଙ୍କ ଭିଜିଟ୍ ଉପରେ କଟକଣା ଜାରି କରିବା ଏହି ଦଙ୍ଗାର ମୂଳ କାରଣ ବୋଲି କୁହାଯାଇଛି। ବନ୍ଦୀମାନେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରି ଜେଲରେ ଭଙ୍ଗାରୁଜା କରିଥିଲେ।

{"id":235601,"width":580,"height":325,"sizeSlug":"large"}

ତେବେ କେବଳ ଉତ୍ତର ଇଟାଲୀର ମୋଡେନା ନୁହେଁ ନେପଲସ୍ ପୋଜିଓ ରିୟାଲ, ଫ୍ରୋସିନୋନ ଓ ଆଲେକଜାଣ୍ଡ୍ରିଆ ଜେଲରେ ବି ବନ୍ଦୀମାନେ ଏପରି ଉତ୍ପାତ କରିଛନ୍ତି। ବନ୍ଦୀ ଓ ପୋଲିସ ସଂଘର୍ଷ ଘଟିଥିବା ବେଳେ କେତେକ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.