Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ରିଙ୍କି ହତ୍ୟା ମାମଲା : ସ୍ୱାମୀ ନଥିବା ବେଳେ ଘରକୁ ଆସୁଥିଲା ଜଗନ୍ନାଥ, ‘ଓ୍ୱାର୍କ୍ ଫ୍ରମ୍ ହୋମ୍’ ସବୁ ବିଗାଡିଦେଲା….

12/07/2021 at 12:25 PM

ଭୁବନେଶ୍ୱର,୧୨/୦୪: ଆଜି ହଁ ତ କାଲି ନାଁ । ତୋର ଏ ନଖରାମୀ ଆଉ ଚଳିବନି । ମୋ ସହ ତୋର ଢ଼େର୍‌ ଫଟୋ, ଭିଡିଓ ମୋବାଇଲ୍‌ରେ ରଖିଛି । ମତେ ବାଧ୍ୟ କରନି । ମୋ ସହ କଥା ନହେଲେ ଫଟୋ ଭିଡିଓକୁ ସୋସିଆଲ୍‌ ମିଡିଆରେ ଭାଇରାଲ କରିଦେବି । ଆଉ ରାସ୍ତାରେ ମୁହଁ ଟେକି ଚାଲି ପାରିବୁନି ।
ପ୍ରିୟଙ୍କାଙ୍କୁ ଏମିତି କିଛି ଢ଼ଙ୍ଗରେ ବ୍ଲାକ୍‌ମେଲ୍‌ କରୁଥିଲା ଅଭିଯୁକ୍ତ ଜଗନ୍ନାଥ । ଏୟାରଫିଲ୍ଡ ଥାନା ପୁଲିସକୁ ଏନେଇ ପକ୍କା ତଥ୍ୟ ଉଭୟଙ୍କ ମୋବାଇଲର ହ୍ୱାଟସ୍‌ଅପ୍‌ ଚାଟ୍‌ରୁ ମିଳିଛି । କିନ୍ତୁ ଜଗନ୍ନାଥଙ୍କ ମୋବାଇଲ୍‌ରେ ଚାଟ୍‌ର ସମସ୍ତ ହିଷ୍ଟ୍ରି ଓ ଫଟୋ ଭିଡିଓ ରହିଛି । କିନ୍ତୁ ପ୍ରିୟଙ୍କା ତାଙ୍କ ମୋବାଇଲ୍‌ରୁ ଏସବୁ ଚାଟ୍‌କୁ ଡିଲିଟ୍‌ କରି ଦେଇଛନ୍ତି ।

ଏସବୁ ଫଟୋ ଭିଡିଓ ସହ ହ୍ୱାଟସ୍‌ଅପ୍‌ ଚାଟ୍‌କୁ ପ୍ରମାଣ ଭାବେ ଅଦାଲତରେ ଉପସ୍ଥାପନ କରିବାକୁ ପୁଲିସ୍‌ ସଂଗ୍ରହ କରିଛି । ସାଇଣ୍ଟିଫିକ୍‌ ଟିମ୍‌ ଅପରାଧସ୍ଥଳରୁ ଉଭୟଙ୍କ ମୋବାଇଲ୍‌ ଜବତ କରିଥିଲା । ଯାହାର ରିପୋର୍ଟ ତଦନ୍ତକାରୀ ପୁଲିସର ହସ୍ତଗତ ହୋଇଛି । ଜଗନ୍ନାଥର ମୋବାଇଲ୍‌ରୁ ୧୫୦ରୁ ଅଧିକ ଫଟୋ ଓ ୩୦ରୁ ଅଧିକ ଭିଡିଓ ମିଳିଛି । ସମସ୍ତ ଫଟୋ ଓ ଭିଡିଓ କଲେଜରେ ପାଠପଢ଼ା ବେଳର । କୌଣସି ଗୋଟିଏ ବି ଫଟୋ କି ଭିଡିଓ ଅଶ୍ଲୀଳ ନୁହେଁ । କିନ୍ତୁ ଉଭୟେ ବୁଲାବୁଲି ବେଳେ ଏକାଠି ଉଠାଯାଇଥିବା ଫଟୋଗୁଡି଼କର ଅପବ୍ୟବହାର କରିବାକୁ ଯୋଜନା କଲା ଜଗନ୍ନାଥ।

ବାହାଘର ପରେ ପ୍ରିୟଙ୍କାଙ୍କ ମୋବାଇଲ୍‌କୁ ଫଟୋଗୁଡି଼କ ପଠାଇ ଏହାକୁ ଭାଇରାଲ୍‌ କରିବାର ଧମକ ଦେଇଥିଲା । ପ୍ରିୟଙ୍କା ଏସବୁ ଫଟୋ ଦେଖି ଡରି ଯାଇଥିଲେ । ଯାହାର ଭରପୁର ଫାଇଦା ଉଠାଇଥିଲା ଜଗନ୍ନାଥ । ପ୍ରତିଦିନ ସ୍ୱାମୀ ରାକେଶ ଅଫିସ୍‌ ଯିବା ପରେ ଜଗନ୍ନାଥ ବାରମ୍ବାର ପ୍ରିୟଙ୍କାଙ୍କୁ ଫୋନ୍‌ କରୁଥିଲା । ତାଙ୍କ ସହ ଜବରଦସ୍ତି ଘଣ୍ଟା ଘଣ୍ଟା ଧରି ଗପୁଥିଲା । ଭାଇରାଲ ଭୟରେ ପ୍ରିୟଙ୍କା ଜଗନ୍ନାଥଙ୍କ ନଖରାମୀକୁ ବିରୋଧ କରିପାରୁନଥିଲେ, କି ତାଙ୍କ ସ୍ୱାମୀଙ୍କୁ କିଛି କହିପାରୁ ନଥିଲେ ।

କିଛି ମାସ ଏମିତି ଗପରେ ମାତିବା ପରେ ଜଗନ୍ନାଥ ମୁଣ୍ଡରେ ପୁଣି ପାଗଳାମୀ ପଶିଲା । ଭାଇରାଲର ଡରାଣି ଦେଖାଇ ଭୀମଟାଙ୍ଗୀସ୍ଥିତ ପ୍ରିୟଙ୍କାଙ୍କ ଭଡ଼ାଘର ଏରୁଣ୍ଡି ବନ୍ଧ ଡେଇଁଥିଲା ଜଗନ୍ନାଥ । ପ୍ରିୟଙ୍କାଙ୍କ ସହ ଗପସପ କରି ସ୍ୱାମୀ ଫେରିବା ପୂର୍ବରୁ ଘରୁ ବାହାରି ଯାଉଥିଲା । ଭାଇରାଲ ଭୟରେ ଜଗନ୍ନାଥର ସବୁ ଔଦ୍ଧତ୍ୟକୁ ପ୍ରିୟଙ୍କା ମୁଣ୍ଡପାତି ସହି ଯାଉଥିଲେ । ଭାଇରାଲ ଧମକ ଦେଇ ଜଗନ୍ନାଥ ବେଳେବେଳେ ପ୍ରିୟଙ୍କାଙ୍କଠୁ ଟଙ୍କା ବି ନେଇଥିବା ଜଣାପଡ଼ିଛି ।

କିନ୍ତୁ ଗତବର୍ଷ ଲକ୍‌ଡାଉନ୍‌ରେ ସ୍ୱାମୀଙ୍କ ‘ୱାର୍କ ଫ୍ରମ ହୋମ୍‌’ ଆରମ୍ଭ ହେଲା । ଯାହାକି ଜଗନ୍ନାଥର ଜବରଦସ୍ତିଆ ପ୍ରେମରେ ଏକରକମର ବ୍ରେକ୍‌ ଲାଗିଲା । ଜଗନ୍ନାଥ ଫୋନ କଲେ ପ୍ରିୟଙ୍କା ରିସିଭ କରୁନଥିଲେ । ଲକ୍‌ଡାଉନ୍‌ ସରିବା ପରେ ପୁଣି ପ୍ରିୟଙ୍କା ବାଧ୍ୟରେ କଥା ହେଲେ । ସେପଟେ କୁନି ପୁଅ ଦିନକୁ ଦିନ ବଡ଼ ହେଉଥିବାରୁ ଜଗନ୍ନାଥକୁ ଘରେ ନ ପୁରାଇବାକୁ ପ୍ରିୟଙ୍କା ମନସ୍ଥ କଲେ । ପାଗଳାମୀର ସବୁ ସୀମା ଟପିଯାଇଥିବା ଜଗନ୍ନାଥ ଏସବୁ କାରଣରୁ ଏତେ ବଡ଼ କାଣ୍ଡ ଭିଆଇ ଦେଇଥିବା ସୂଚନା ମିଳିଛି ।

କଲେଜ ବେଳୁ ତାପସ ସହ ବନ୍ଧୁତା!

ତ୍ରିକୋଣୀୟ ପ୍ରେମ ସମ୍ପର୍କରେ ଚର୍ଚ୍ଚାକୁ ଆସିଥିବା ତାପସ ନାମକ ଯୁବକକୁ ନେଇ ପୁଲିସ ତନାଘନା କରୁଛି । ଜଗନ୍ନାଥର ଜଣେ କଲେଜ ସାଙ୍ଗ କହିଛନ୍ତି, ତାପସ ନାମକ ଜଣେ ଛାତ୍ର ଯାଜପୁର ବ୍ରହ୍ମବରଦା ମହାବିଦ୍ୟାଳୟରେ ପଢ଼ୁଥିଲା । ତାଙ୍କ ଘର ବନ୍ଧଡିହରେ । ପ୍ରିୟଙ୍କାଙ୍କ ସହ ତା’ର ଗଭୀର ବନ୍ଧୁତା ଥିଲା । ଉଭୟେ ଏକାଠି ବୁଲାବୁଲି କରୁଥିଲେ । ଯେତେବେଳେ ଜଗନ୍ନାଥ ସହ ପ୍ରିୟଙ୍କାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହେଲା, ତା’ ପରେ ତାପସ ସହ ସେ ମିଳାମିଶା ବନ୍ଦ କରିଦେଇଥିଲେ । କିନ୍ତୁ ବିବାହ ପରେ ପୁଣି ତାପସ ସହ ସମ୍ପର୍କ ବଢ଼ିଥିଲା କି ନାହିଁ, ଏନେଇ ପୁଲିସକୁ କିଛି ସ୍ପଷ୍ଟ ସୁରାକ ମିଳିନି । ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହତ୍ୟା ପଛର ଉଦ୍ଦେଶ୍ୟ(ମୋଟିଭ୍‌)ରେ ଯଦି ତାପସଙ୍କ ଭୂମିକା ସ୍ପଷ୍ଟ ନ ହୁଏ, ତେବେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବନି ।

ଫେସ୍ବୁକ୍ରୁ ସାଙ୍ଗକୁ ହଟାଉଛନ୍ତି ତାପସ

ସନ୍ଦେହ କରାଯାଉଥିବା ‘ତାପସ’ ନାମକ ଯୁବକ ଏବେ ହତ୍ୟାକାଣ୍ଡ ପରେ ଡରି ଯାଇଛନ୍ତି । ସେ ଜଗନ୍ନାଥ ଓ ପ୍ରିୟଙ୍କାଙ୍କ ସହ କିଛି ମୁଚ୍ୟୁଆଲ୍‌ ସାଙ୍ଗମାନଙ୍କୁ ଫେସ୍‌ବୁକ୍‌ ଆକାଉଣ୍ଟରୁ ହଟାଉଛନ୍ତି । ସେପଟେ କିଛି ଦିନ ତଳେ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ତାପସ ଏବେ କୁଆଡ଼େ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି ।

ଛୁରି କିଣିଥିବା ଦୋକାନ ଖୋଜାଚାଲିଛି

ହତ୍ୟାରେ ବ୍ୟବହୃତ ୨ଟି ଛୁରିକୁ ଏକ ପଲିଥିନ୍‌ରେ ଥିବା ଆଳୁ ଚିପସ୍‌, କୁର୍‌କୁରେ ଓ କୋଲ୍ଡଡ୍ରିଙ୍କ୍‌ସ ଭିତରେ ଜଗନ୍ନାଥ ଲୁଚାଇଥିଲେ । ଛୁରି ୨ଟିକୁ ସେ କେଉଁଠୁ କିଣିଥିଲେ? ସେନେଇ ପୁଲିସ୍‌ ତନାଘନା ଆରମ୍ଭ କରିଛି । ଯେହେତୁ ଜଗନ୍ନାଥ ଜଣେ ସାଙ୍ଗ ସହ ବାଇକ୍‌ରେ ଭୁବନେଶ୍ୱର ରେଳଷ୍ଟେସନ ଯାଏଁ ଆସିଥିଲେ । ତେଣୁ ସେ ଯାଜପୁରରୁ ସାଙ୍ଗରେ ଛୁରି ଆଣିବା ସମ୍ଭବ ନୁହେଁ । ଜଗନ୍ନାଥ ଭୀମଟାଙ୍ଗୀ, ପଳାଶପଲ୍ଲୀ ଓ ସୁନ୍ଦରପଦା ଅଞ୍ଚଳରୁ କୌଣସି ଏକ ଦୋକାନରୁ ଏହାକୁ କିଣିଥିବା ପୁଲିସ ସନ୍ଦେହ କରୁଛି । ଉକ୍ତ ଦୋକାନର ସନ୍ଧାନ ମିଳିଗଲେ, ଅଦାଲତରେ ଅଭିଯୁକ୍ତ ବିରୋଧରେ ଏହା ଏକ ଦୃଢ଼ ପ୍ରମାଣ ହୋଇପାରିବ ।

   Related Posts