ଜୁନ ୧୦ ତାରିଖ, ସୂର୍ଯ୍ୟ ପରାଗ ଦିନ ଆକାଶରେ ଦେଖାଦେବ ରିଙ୍ଗ ଅଫ ଫାୟାର: ପାଳନ ହେବ ଶନି ଜୟନ୍ତୀ, ବହୁତ ଖାସ ଏହି ଦିନ

Published By : Prameya-News7 Bureau | June 06, 2021 IST

ଭୁବନେଶ୍ୱର ୦୬/୦୬ : ଜୁନ ୧୦ ତାରିଖ ଗୁରୁବାର ଦିନ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବ । ଏହି ସୂର୍ଯ୍ୟ ପରାଗ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ଦିନ ଆକାଶରେ ହେବାକୁଥିବା ସବୁଠାରୁ ବଡ ଜ୍ୟୋତିର୍ବିଜ୍ଞାନ ଘଟଣା । ବିଶେଷ କଥା ହେଲା ଚନ୍ଦ୍ର ଗ୍ରହଣର ଠିକ ୧୫ ଦିନ ପରେ ସୂର୍ଯ୍ୟ ପରାଗ ପଡୁଛି । ସେଥିପାଇଁ ଏହି ସୂର୍ଯ୍ୟ ପରାଗ ଖାସ ବୋଲି କୁହାଯାଉଛି । ସୂର୍ଯ୍ୟ ପରାଗ ସମୟରେ ରିଙ୍ଗ ଅଫ ଫାୟାର ସ୍ଥିତି ସୃଷ୍ଟି ହେବ । ଭାରତରେ ଏହି ସୂର୍ଯ୍ୟ ପରାଗକୁ ଆଂଶିକ ପରାଗ କୁହାଯାଉଛି । କାରଣ ଭାରତରେ ଏହାର ପ୍ରଭାବ କାମ ପଡିବ । କିନ୍ତୁ କାନାଡ଼ା, ଋଷ, ଗ୍ରୀନଲ୍ୟାଣ୍ଡ, ୟୁରୋପ, ଏସିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ ମହାଦ୍ଵୀପରେ ସୂର୍ଯ୍ୟ ପରାଗର ପୂର୍ଣ୍ଣ ପ୍ରଭାବ ପଡିବ ।

ସମୟ - ସୂର୍ଯ୍ୟ ପରାଗ ଜୁନ ୧୦, ଗୁରୁବାର ଅପରାହ୍ନ ୧:୪୨ ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୬:୪୧ ମିନିଟରେ ଶେଷ ହେବ ।

ସୂର୍ଯ୍ୟ ପରାଗ ସହ ଏହି ଦିନ ଶନି ଜୟନ୍ତୀ ମଧ୍ୟ ପଡୁଛି । ଏହିଦିନ ଶନିଦେବଙ୍କ ବିଶେଷ ପୂଜା ହୋଇଥାଏ । ଶନିଦେବଙ୍କୁ ନ୍ୟାୟ ଦେବତା ବୋଲି କୁହାଯାଏ । ଶନିଦେବ ମଣିଷର ତାର ଭଲ ଓ ଖରାପ କର୍ମର ଫଳ ପ୍ରଦାନ କରିଥାନ୍ତି । ଯେଉଁମାନଙ୍କ କୁଣ୍ଡଳୀରେ ଶନିଙ୍କ ସାଢେସାତୀ, ଶନି ଢେୟା ଓ ଶନି ଦଶା ଚାଲିଛି ସେମାନେ ଏହି ଦିନ ବିଶେଷ ପୂଜା ଓ ଦାନ ଧର୍ମ କରିବା ଉଚିତ ।

ସୂର୍ଯ୍ୟ ପରାଗ ଦିନ ଅମାବାସ୍ୟା ତିଥି ମଧ୍ୟ ପଡୁଛି । ଏହି ଦିନ ଜ୍ୟୋଷ୍ଠ ଅମାବାସ୍ୟା ପଡୁଛି । ଏହି ଦିନ ପିତୃ ପୂଜା, ଦାନ, ପବିତ୍ର ନଦୀରେ ସ୍ନାନର ବିଶେଷ ମହତ୍ତ୍ୱ ରହିଛି । ହିନ୍ଦୁ ପାଞ୍ଜି ଅନୁସାରେ ଅମାବାସ୍ୟା ତିଥି ଜୁନ ୯ ତାରିଖ, ବୁଧବାର ଅପରାହ୍ନ ୧:୫୭ ମିନିଟରୁ ଆରମ୍ଭ ହେବ । ଅମାବାସ୍ୟା ତିଥି ଜୁନ ୧୦, ଗୁରୁବାର ସନ୍ଧ୍ୟା ୪:୨୦ ମିନିଟରେ ଶେଷ ହେବ । ଜ୍ୟୋଷ୍ଠ ଅମାବାସ୍ୟା ଦିନ ବିବାହିତା ମହିଳା ନିଜ ସ୍ୱାମୀଙ୍କ ଆୟୁଷ ଓ ଆରୋଗ୍ୟ କାମନା କରି ବ୍ରତ ପାଳନ କରିଥାନ୍ତି । ଏହିଦିନ ବରଗଛକୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.