୨୯ ବର୍ଷ ପରେ ଖୋଲାବଜାରରୁ ଫାଣ୍ଠି ଉଠାଇବେ RIL, ଏପ୍ରିଲ ୩୦ରେ ହେବ ରାଇଟ୍ ଇସ୍ୟୁ

Published By : Prameya-News7 Bureau | April 28, 2020 IST

ମୁମ୍ବାଇ: ଦେଶର ପ୍ରତିଷ୍ଠିତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଆଇଏଲ) ଦୀର୍ଘ ୨୯ ବର୍ଷ ପରେ ପ୍ରଥମ ଥର ଖୋଲା ବଜାରରୁ ପାଣ୍ଠି ଉଠାଇବେ। ଏଥିଲାଗି ଆରଆଇଏଲ ରାଇଟ୍ ଇସ୍ୟୁ କରିବେ ବୋଲି ଜଣାପଡିଛି। ତେବେ କମ୍ପାନୀ ବଜାରରୁ କେତେ ଟଙ୍କା ଉଠାଇବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।  ତେବେ ସୋମବାର ଷ୍ଟକ୍ ଏକ୍ସଚେଞ୍ଜରେ ଲାଗିଥିବା ନୋଟିସ୍‌ରୁ ଏପ୍ରିଲ ୩୦ ତାରିଖ ଦିନ ଆରଆଇଏଲ ବୋର୍ଡ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

{"id":261360,"width":579,"height":434,"sizeSlug":"large"}

ଆରଆଇଏଲ ତାଙ୍କର ସେୟାର ହୋଲ୍ଡରଙ୍କ ମଧ୍ୟରେ ଇକ୍ୱିଟି ସେୟାର ଅଧିକାର ଆଧାରରେ ବିକିବାଲାଗି ଯୋଜନା ପ୍ରସ୍ତୁତ କରୁଥିବାର ଅନୁମାନ କରାଯାଉଛି। ତେବେ ଚଳିତମାସ ପୂର୍ବରୁ  ନନ କନଭର୍ଟେବଲ ଡିବେଞ୍ଚର (ଏନସିଡିଏସ)ରେ ୨୫ ହଜାର  କୋଟି ଟଙ୍କା ଉଠାଇବା ଲାଗି ବୋର୍ଡଙ୍କୁ ଆରଆଇଏଲ ଦେଇଥିବା ପ୍ରସ୍ତାବ ସ୍ୱୀକୃତ ହୋଇଥିବା କହିଥିଲେ।

{"id":261361,"sizeSlug":"large"}

ଗୁରୁବାର ଅନୁଷ୍ଠିତ ହେବାକୁଥିବା ବୈଠକ ଆରଆଇଏଲ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଅଧ୍ୟକ୍ଷତା କରିବେ। ଯେଉଁଥିରେ ରିଲାଏନ୍ସସେୟାର ଧାରକଙ୍କୁ ନୂଆ ସେୟାର ଦେବାକୁ ନିଷ୍ପତ୍ତି ହେବ। ବିଏସଇଙ୍କ ତଥ୍ୟ ଅନୁସାରେ ରିଲାଏନ୍ସ ସେୟାରଧାରୀଙ୍କ ସଂଖ୍ୟା ଏବେ ପ୍ରାୟ ୨୩ଲକ୍ଷ। ଅମ୍ବାନୀ ଓ ତାଙ୍କ ପରିବାର ନିକଟରେ କମ୍ପାନୀର ୫୦ ପ୍ରତିଶତ ସେୟାର ଥିବା ବେଳେ ଯାହାର ବଜାର ମୂଲ୍ୟ ପ୍ରାୟ ୯.୧ଲକ୍ଷ କୋଟିରୁ ବି ଅଧିକ। ରିଲାଏନ୍ସ ଜିଓରେ ଫେସବୁକ୍‌ଙ୍କ ନିବେଶ ପରେ ଆରଆଇଏଲ ରାଇଟ୍ ଇସ୍ୟୁ ଲାଗିନିଷ୍ପତ୍ତି ନେଇଥିବାରୁ ନିବେଶ ବେଶ ଲାଭବାନ ହେବେ ବୋଲିଏବେ ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.