RILଙ୍କ ରାଇଟ୍ ଇସ୍ୟୁ ମେ ୨୦ରେ: SEBI

Published By : Prameya-News7 Bureau | May 16, 2020 IST

ମୁମ୍ବାଇ : ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ (ଆରଆଇଏଲ) ଙ୍କ ରାଇଟ୍ ଇସ୍ୟୁ ଓପନ ମେ ୨୦ରେ ହେବ। ଜୁନ୩ରେ ଇସ୍ୟୁ ବନ୍ଦ ହେବ ବୋଲି ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଏକ ସୂଚନାରେ କହିଛନ୍ତି। ତେବେ ରାଇଟ୍ ଇସ୍ୟୁ ନେଇ ପୂର୍ବରୁ ଆରଇଏଲ ଗତ ଏପ୍ରିଲ ୩୦ ତାରିଖରେ ତ୍ରୈମାସିକ ଫଳାଫଳ ଘୋଷଣା ଅବସରରେ ନିବେଶକଙ୍କୁ ସୂଚିତ କରିସାରିଥିଲେ।

୧୫ ମେ ବୈଠକରେ ଆରଆଇଏଲ ରାଇଟ୍ ଇସ୍ୟୁ ଲାଗି  କମିଟି ସବୁଜ ସଂକେତ ଦେଇଛନ୍ତି।  ଦୀର୍ଘ ୩୦ ବର୍ଷ ପରେ ଆରଇଏଲ ରାଇଟ୍ ଇସ୍ୟୁ କରିବାକୁ ଯାଉଥିବା ବେଳେ ନଗଦ ସଂଗ୍ରହ ଲାଗି ଏହା ଦେଶର ଘରୋଇ କ୍ଷେତ୍ରର ସର୍ବ ବୃହତ୍ତ ପଦକ୍ଷେପ ବୋଲି କୁହାଯାଉଛି। ଏଥିରେ ଆରଆଇଏଲ ୧୫ଟି ସେୟାରରେ ଗୋଟିଏ ରାଇଟ୍ ଇସ୍ୟୁ କରିବେ। କମ୍ପାନୀ ୧୦ ଟଙ୍କାର ସେୟାର ୧୨୪୭ ଟଙ୍କା ପ୍ରିମିୟମରେ ମୋଟ ୧୨୫୭ ଟଙ୍କାରେ ଦେବେ।

ରାଇଟ୍ ଇସ୍ୟୁ ଲାଗି ରେକର୍ଡ ତିଥି ମେ ୧୪ ତାରିଖ ଥିଲା। ଇସ୍ୟୁ ଲାଗି ଆବେଦନ ସମୟରେ ଆବେଦନକାରୀଙ୍କୁ ୨୫ ପ୍ରତିଶତ ଜମା ଦେବାକୁ ହେବ। ଏଥିରେ ଫେସ୍ ଭାଲ୍ୟୁ ଲାଗି ଅଢେଇ ଟଙ୍କା ଓ ପ୍ରିମିୟମର ୩୧୧ଟଙ୍କା ୭୫ ପଇସାମୋଟ ୩୧୪ ଟଙ୍କା ୨୫ ପଇସା ଦେବାକୁ ହେବ। ବାକି ୯୪୨ଟଙ୍କା ୭୫ ପଇସା ଏକକାଳୀନ କି କିସ୍ତିରେ ନିଆଯିବ ତାହା ନିର୍ଦ୍ଦେଶକ ମଣ୍ଡଳୀଙ୍କ ନିଷ୍ପତ୍ତିଙ୍କ ଅନୁସାରେ ହେବ। ଶୁକ୍ରବାର କାରବାର ବନ୍ଦ ବେଳକୁ ଆରଆଇଏଲଙ୍କ ସେୟାର ମୂଲ୍ୟ ୧୪୫୩ଟଙ୍କା ୨୦ ପଇସା ଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.