ଦେଶର କରୋନା ସଂଗ୍ରାମରେ ଯୋଗ ଦେଲା RIL,ଏମାର୍ଜେନ୍ସୀ ସେବା ବାହନଙ୍କୁ ଦେବ ମାଗଣା ଇନ୍ଧନ

Published By : Prameya-News7 Bureau | March 23, 2020 IST

ମୁମ୍ବାଇ : କରୋନାରେ ସଂଗ୍ରାମ ଚଳାଇଥିବା ଏମାର୍ଜେନ୍ସୀ ସେବାର ସହାୟତା ଲାଗି ଆଗକୁ ଆସିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଆଇଏଲ)। ଏଥିଲାଗି ସୋମବାର କମ୍ପାନୀ ଗୋଟିଏ ପରେ ଗୋଟିଏ ଅନେକ ଘୋଷଣା କରିଛି। ଏଥିରେ କମ୍ପାନୀ ରୋଗୀଙ୍କୁ ଆଣିବାକୁ ଯାଉଥିବା ଆମ୍ବୁଲାନ୍ସକୁ ମାଗଣାରେ ଇନ୍ଧନ ଯୋଗାଇଦେବାକୁ ଘୋଷଣା କରିଛି। ଫଳରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବାରେ ଉପୁଜୁଥିବା ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିବ।

{"id":243045,"sizeSlug":"large"}

ସେହିପରି ଦେଶରେ ବଢୁଥିବା କରୋନା ବିପଦକୁ ଆକଳନ କରି କମ୍ପାନୀର ମାସ୍କ ପ୍ରସ୍ତୁତି କ୍ଷମତା ଦୈନିକ ୧ଲକ୍ଷକୁ ବୃଦ୍ଧି କରିଛି। କରୋନା ବେଳେ ଦେଶର ବିଭିନ୍ନ ସହରରେ ଆରଆଇଏଲ ନିଶୁଳ୍କ ଖାଦ୍ୟ ବିତରଣ କରିବାକୁ ମଧ୍ୟ ଘୋଷଣା କରିଛି। ଫଳରେ ଲକଡାଉନ ସମୟରେ କେହି ଅସୁବିଧାରେ ପଡିବେ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

{"id":243046,"width":579,"height":312,"sizeSlug":"large"}

ଅନ୍ୟପକ୍ଷରେ ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିରେ ଯଦି କମ୍ପାନୀର କାମ ବନ୍ଦ ହୁଏ ତେବେ ଅସ୍ଥାୟୀ ଓ ଠିକାରେ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ କମ୍ପାନୀ ପାଉଣା ପ୍ରଦାନ କରିବେ। ଏହା ଛଡା କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି କମ୍ପାନୀ ନିର୍ମାଣ କରିଥିବା ୧ଶହ ଶଜ୍ୟା ବିଶିଷ୍ଟ ସ୍ୱତନ୍ତ୍ର ସେଣ୍ଟର ଏବେ ପ୍ରସ୍ତୁତ ହୋଇସାରିଥିବା କମ୍ପାନୀ ଘୋଷଣା କରିଛି। ମାତ୍ର ୨ ସପ୍ତାହ ମଧ୍ୟରେ କମ୍ପାନୀ ଏହି ସେଣ୍ଟର ପ୍ରସ୍ତୁତ କରିଛି।

{"id":243047,"sizeSlug":"large"}

କମ୍ପାନୀ ପକ୍ଷରୁ କରୋନା ବିରୋଧରେ ସଂଗ୍ରାମ ଲାଗି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କାର ଚେକ୍ ମଧ୍ୟ ପ୍ରଦାନ କରିଛି। ସେହିପରି ଦେଶରେ ଥିବା ରିଲାଏନ୍ସ ଷ୍ଟୋର କରୋନା ସମୟରେ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ଷ୍ଟୋର ଖୋଲିବା ସମ୍ପୃକ୍ତ ରାଜ୍ୟମାନଙ୍କ ସରକାରଙ୍କ ଗାଇଡଲାଇନ ଅନୁସାରେ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.