Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଆଇଓସିକୁ ପଛରେ ପକାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ହେଲା ଭାରତର ସର୍ବବୃହତ କଂପାନି

22/05/2019 at 9:27 AM

ଭୁବନେଶ୍ବର ୨୨|୫: ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରାଜସ୍ବ ଅନୁସାରେ ଦେଶର ସର୍ବବୃହତ କଂପାନି ହୋଇପାରିଛି ଏବଂ ଏହି କ୍ରମରେ  ସରକାରୀ  ମାଲିକାନାସତ୍ୱରେ  ଥିବା  ଭାରତୀୟ  ତୈଳ  ନିଗମ  (ଆଇଓସି)କୁ  ପଛରେ  ପକାଇ  ଦେଇଛି ।  ମାର୍ଚ୍ଚ ୩୧ରେ  ଶେଷ ହୋଇଥିବା ୨୦୧୮-୧୯ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କାରବାର ପରିମାଣ ୬.୨୩ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ସେହି ସମୟରେ ଆଇଓସିର ମୋଟ କାରବାର ପରିମାଣ ୬.୧୭ ଲକ୍ଷ କୋଟି ଟଙ୍କା ହୋଇଛି । ଦୁଇ କଂପାନି ପକ୍ଷରୁ ଦାଖଲ କରାଯାଇଥିବା

ନିୟାମକ ଫାଇଲିଂରୁ ଏହା ଜଣାପଡ଼ିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମଧ୍ୟ ଦେଶର ସର୍ବାଧିକ ଲାଭଜନକ କଂପାନି ହୋଇଛି ଯାହାର ନିଟ୍ ଲାଭ ୨୦୧୮-୧୯ ଆର୍ଥିକ ବର୍ଷରେ ଆଇଓସିର  ନିଟ୍ ଲାଭ ଠାରୁ ଦୁଇ ଗୁଣାରୁ ଅଧିକ ରହିଥିଲା ।

ଦଶନ୍ଧୀ ପୂର୍ବେ ଆଇଓସିର ଆକାରର ଅଧା ପ୍ରାୟ ଥିବା ରିଲାଏନ୍ସ ବର୍ଦ୍ଧିତ ଗ୍ରାହକଙ୍କୁ ବିଚାରକୁ ନେଇଛି ଓ ନୂଆ ବ୍ୟବସାୟ ଯଥା ଟେଲିକମ୍, ଖୁଚୁରା ଓ ଡିଜିଟାଲ୍ ସେବା କ୍ଷେତ୍ରକୁ ସଂପ୍ରସାରିତ ହୋଇ ୨୦୧୮-୧୯ ଆର୍ଥିକ ବର୍ଷରେ ୩୯,୫୮୮ କୋଟି ଟଙ୍କା ନିଟ୍ ଲାଭ ହାସଲ କରିବାରେ ସକ୍ଷମ ହୋଇଛି । ଅନ୍ୟ ପକ୍ଷରେ ଆଇଓସିର ନିଟ ଲାଭ ୧୭,୨୭୪ କୋଟି ଟଙ୍କା ହୋଇଛି ।ଗତବର୍ଷ ପର୍ଯ୍ୟନ୍ତ ଆଇଓସି ସବୁଠୁ ଲାଭଦାୟକ ପିଏସ୍ୟୁ ଥିଲା, କିନ୍ତୁ ସେହି ମାନ୍ୟତାକୁ ଏହା ୨୦୧୮-୧୯ରେ ଅଏଲ ଆଣ୍ଡ୍ ନାଚୁରାଲ ଗ୍ୟାସ କର୍ପୋରେସନ(ଓଏନ୍ଜିସି)କୁ ହରାଇଥିଲା । ଓଏନ୍ଜିସି ତରଫରୁ ଏହାର ୨୦୧୮-୧୯ ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରିନଥିଲେ ମଧ୍ୟ ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ ଏହା ୨୨,୬୭୧ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଥିଲା ।

ରାଜସ୍ବ  ପାଇଁ  ତୈଳ, ପେଟ୍ରୋକେମିକାଲସ୍ ଓ  ଗ୍ୟାସ  ବ୍ୟବସାୟ  ଉପରେ  ନିର୍ଭରଶୀଳ  ଥିବା ଆଇଓସିର  ନିଟ୍  ଲାଭ  ପରିମାଣ  ୨୦୧୮- ୧୯ରେ  ୨୩.୬  ପ୍ରତିଶତ  ହ୍ରାସ  ପାଇଛି  ଯାହା  ୨୦୧୭-୧୮ରେ  ୨୨,୧୮୯.୪୫  କୋଟି  ଟଙ୍କା  ଥିଲା ।  ଏହି  ମାଇଲଖୁଂଟ  ସହିତ, ରିଲାଏନ୍ସ  ସମସ୍ତ  ତିନିଟି  ମାନଦଣ୍ଡ-ରାଜସ୍ୱ,  ଲାଭ  ଓ  ବଜାର  ପୁଂଜି  ଅନୁସାରେ  ଏକ  ନମ୍ବର  ସ୍ଥାନ  ହାସଲ  କରିଛି ।  ଅନ୍ୟ  ପକ୍ଷରେ ରିଲାଏନ୍ସର ଲାଭ ପରିମାଣ ୨୦୧୭-୧୮ରେ ୩୪,୯୮୮ କୋଟି ଟଙ୍କା ତୁଳନାରେ ୧୩ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୭-୧୮ରେ ଓଏନ୍ଜିସିର ଲାଭ ପରିମାଣ ୧୯,୯୪୫.୨୬ କୋଟି ଟଙ୍କା ଥିଲା ଯାହା ଆଇଓସି ଠାରୁ କମ୍ ଥିଲା ।

ବିଶୋଧନରେ  ଦୃଢ଼  ମାର୍ଜିନ  ଓ  ଖୁଚୁରା  ବ୍ୟବସାୟରେ  ଦୃଢ଼ତା  ଯୋଗୁ  ରିଲାଏନ୍ସ  ପୂର୍ବବର୍ଷ  ତୁଳନାରେ  ୨୦୧୮-୧୯  ଆର୍ଥିକ  ବର୍ଷରେ ରାଜସ୍ୱରେ  ୪୪  ପ୍ରତିଶତ  ବୃଦ୍ଧି  ହାସଲ  କରିଛି  ଏବଂ  ୨୦୦୯-୧୦ରୁ  ୨୦୧୮-୧୯  ମଧ୍ୟରେ  ଚକ୍ରବୃଦ୍ଧି  ହାରରେ  ବାର୍ଷିକ  ୧୪

ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାସଲ କରିଛି । ଅନ୍ୟପକ୍ଷରେ, ଆଇଓସିର କାରବାର ପରିମାଣ ୨୦୧୮-୧୯ରେ ୨୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ୨୦୦୯-୧୦ରୁ ୨୦୧୮-୧୯ ମଧ୍ୟରେ   ୬.୩% ଅଭିବୃଦ୍ଧି ରହିଛି । ମଙ୍ଗଳବାରର କାରବାର (ଟ୍ରେଡିଂ) ମୂଲ୍ୟ ୧୩୪୫ ଟଙ୍କା ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବଜାର ପୁଂଜି ପରିମାଣ ୮.୫୨ ଲକ୍ଷ କୋଟି ଟଙ୍କା ହୋଇଛି ।

   Related Posts