Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ରାଇଟସ୍ ଇସ୍ୟୁ ଲାଗ ତିଥି ଘୋଷଣା କଲେ RIL, ରେକର୍ଡ ଡେଟ୍ ୧୪ ମେ

11/05/2020 at 2:41 PM

ମୁମ୍ବାଇ ୧୧।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆରଆଇଏଲ)ର ରାଇଟସ୍ ଇସ୍ୟୁ ଲାଗି ସୋମବାର ମେ ୧୪ ତାରିଖକୁ ରେକର୍ଡ ତିଥି ଘୋଷଣା କରିଛନ୍ତି। ଏହି ଦିନ ଦେଶର ସର୍ବ ବ଼ୃହତ୍ତ କମ୍ପାନୀ ଆରଆଇଏଲ ୫୩ ହଜାର ୧୨୫କୋଟି ଟଙ୍କାର ରାଇଟ୍ ଇସ୍ୟୁ ହେବ। ଘୋଷଣା ଅନୁସାରେ ଏହି ଦିନ କାରବାର ଶେଷରେ କମ୍ପାନୀର ସେୟାରଧାରୀଙ୍କ ନିକଟରେ ଯେଉଁ ୟୁନିଟ୍ ଥିବ ସେମାନେ ଏହି ନିର୍ଗମନରେ ଆବେଦନ ଲାଗି ଯୋଗ୍ୟ ହେବେ।

ଏହା ପୂର୍ବରୁ ଆରଆଇଏଲ ଚେୟାରମ୍ୟାନ ଗତ ଏପ୍ରିଲ ୩୦ ତାରିଖରେ ରାଇଟସ୍ ଇସ୍ୟୁ ନେଇ ପ୍ରଥମେ ସୂଚନା ଦେଇଥିଲେ। ରାଇଟ୍ ଇସ୍ୟୁ ଦ୍ୱାରା ତାଙ୍କ କମ୍ପାନୀ ୫୩ ହଜାର ୧୨୫ କୋଟି ଟଙ୍କା ସଂଗ୍ରହ ଲାଗି ଲକ୍ଷ ଧାର୍ଯ୍ୟ କରିଥିବାର ମୁକେଶ ଅମ୍ବାନୀ ଘୋଷଣା କରିଥିଲେ। ପ୍ରାୟ ୩ ଦଶନ୍ଧୀ ପରେ ଆରଆଇଏଲ ପ୍ରଥମ ଥର  ରାଇଟ୍ ଇସ୍ୟୁ କରିବାକୁ ଯାଉଥିବା ବେଳେ ପ୍ରତ୍ୟେକ ୧୫ ସେୟାର ଗୋଟିଏ ସେୟାର ମାନ୍ୟ ହେବ ବୋଲି ଜଣାପଡିଛି। ନିର୍ଗମନରେ ପ୍ରତ୍ୟେକ ସେୟାରର ମୂଲ୍ୟ ୧ ହଜାର ୨୫୭ ଟଙ୍କାର ହେବ। ୩୦ ଏପ୍ରିଲରେ କାରବାର ବନ୍ଦ ବେଳକୁ ଥିବା ମୂଲ୍ୟର ଏହା ପାଖାପଖି ୧୪ ପ୍ରତିଶତରୁ ବି କମ ହେବ ବୋଲି ଜଣାପଡିଛି। ସେବେଠାରୁ ଆରଆଇଏଲ ସେୟାରର ମୂଲ୍ୟ ଢେର ବୃଦ୍ଧି ହୋଇଛି। ଗତ ଶୁକ୍ରବାର ବଜାର ବନ୍ଦ ସୁଦ୍ଧା ଆରଆଇଏଲସେୟାର ମୂଲ୍ୟ ୧ହଜାର ୫ଶହ ୬୧ଟଙ୍କା ୮୦ ପଇସାରେ ପହଞ୍ଚିଛି।

ରାଇଟସ୍‌ ଇସ୍ୟୁ ନେଇ ଆରଆଇଏଲ ସେୟାର ବଜାରଙ୍କୁ ମଧ୍ୟ ସୂଚିତ କରିଛନ୍ତି। କରୋନା ଲକଡାଉନ୍‌ ବେଳେ ମୁକେଶ ଅମ୍ବାନୀଙ୍କ ରାଇଟ୍ ଇସ୍ୟୁକୁ ଦେଶର ସବୁଠ ବଡ ୱେଲଥ ହଣ୍ଟ ବୋଲି ଏବେ କୁହାଯାଉଥିବା ବେଳେ ରାଇଟ୍ ଇସ୍ୟୁକୁ ନେଇ ନିବେଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଉଛି। କାରଣ ରାଇଟ୍ ଇସ୍ୟୁରେ ବର୍ତ୍ତମାନର ସେୟାର ଧାରକଙ୍କୁ ଏକ ନିଶ୍ଚିତ ପରିମାଣର ସେୟାର  କ୍ରୟ କରିବାକୁ ସୁଯୋଗ ପାଇବେ।

   Related Posts