Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଚୀନର Huwaweiକୁ ଭାରତର ଜବାବ: ବିଶ୍ଵସ୍ତରୀୟ ୫ଜି ସେବା ଯୋଗାଇବ Jio, ଅନ୍ୟ ଦେଶକୁ ହେବ ରପ୍ତାନୀ

15/07/2020 at 3:41 PM

ନୂଆଦିଲ୍ଲୀ ୧୫।୦୭: ସମଗ୍ର ଦୁନିଆରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ନେଇ ସନ୍ଦେହ ଘେରରେ ଥିବା ଚୀନର ଦୂରସଞ୍ଚାର ଉପକରଣ ନିର୍ମାତାକାରୀ କମ୍ପାନୀ ହୁଆଓ୍ଵେକୁ ଭାରତରୁ ଲାଗିଛି  ଜୋରଦାର ଝଟକା। ଭାରତର ସବୁଠୁ ବଡ ଟେଲିକମ କମ୍ପାନୀ ଜିଓ ଘରୋଇ ଜ୍ଞାନ କୌଶଳରେ ୫ଜି(ଜିଓ) ସଲ୍ୟୁସନ ବିକଶିତ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଆଜି ଏହାର ଘୋଷଣା କରିଛନ୍ତି। ଜିଓ୫ଜି ସଲ୍ୟୁସନକୁ ଅନ୍ୟ ଦେଶକୁ ରପ୍ତାନୀ କରାଯିବ ବୋଲି ସେ କହିଛନ୍ତି।

ରିଲାଏନ୍ସର ୪୩ତମ ଏଜିଏମକୁ ଅନଲାଇନ ଜରିଆରେ ସମ୍ବୋଧିତ କରି ଅମ୍ବାନୀ କହିଛନ୍ତି, ଯେମିତି ସରକାର ୫ଜି ସେବା ପାଇଁ ସ୍ପେକ୍ଟ୍ରମ ଘୋଷଣା କରିବେ, ଜିଓ ୫ଜି ସେବାର ତୁରନ୍ତ ଟ୍ରାଏଲ ଆରମ୍ଭ କରି ଦେବ। ସେ କହିଛନ୍ତି ଜିଓ ୫ଜିର ଫିଲ୍ଡ ଡିପ୍ଲୋଏମେଣ୍ଟ ଆସନ୍ତା ବର୍ଷଠୁ ଆରମ୍ଭ ହେବ। ଜିଓର ୫ଜି ସଲ୍ୟୁସନ ଅନ୍ୟ ଟେଲିକମ ଅପରେଟଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ଜିଓର ପ୍ରୟାସ ବର୍ତ୍ତମାନ ୨ଜି ବ୍ୟବହାର କରୁଥିବା ୩୫ କୋଟି ଭାରତୀୟଙ୍କୁ ଶସ୍ତା ଫୋନ ଉପଲବ୍ଧ କରାଇବ। ଗୁଗଲ ସହିତ ମିଶି ଆଣ୍ଡ୍ରୋଏଡ ଅପରେଟିଂ ସିଷ୍ଟମ ଉପରେ ଆଧାରିତ ୪ଜି-୪ଜି ସ୍ମାର୍ଟଫୋନ୍ ତିଆରି କରାଯିବ।

ମୁକେଶ ଅମ୍ବାନୀ ଏହି ଘୋଷଣା ଏମିତି ସମୟରେ କରିଛନ୍ତି, ଯେବେ ପୂରା ଦୁନିଆରେ ହୁଆଓ୍ଵେ ବିରୋଧରେ ସ୍ଵର ଜୋର ଧରିଛି। ଗତ ଦିନରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ ଜିଓର ପ୍ରଶଂସା କରିଥିଲେ। ମୁକେଶ ଅମ୍ବାନୀ କହିଛନ୍ତି ଗୁଗଲ ଓ ଜିଓ ଏକାଠି ମିଶି ଏକ ଅପରେଟିଂ ସିଷ୍ଟମ ତିଆରି କରିବେ ଯାହାର ଏଣ୍ଟ୍ରି ଲିଭେଲ ୪ଜି/୫ଜି ସ୍ମାର୍ଟଫୋନ ପାଇଁ ଉପଲବ୍ଧ ହେବ। ଜିଓ ଗୁଗଲ ମିଶି ଭାରତକୁ ୨ଜି ମୁକ୍ତ କରିବେ। ଭାରତ ବର୍ତ୍ତମାନ ୫ଜି ଯୁଗର ଦ୍ଵାର ଦେଶରେ ଛିଡା ହୋଇଥିବା ଅମ୍ବାନୀ କହିଛନ୍ତି।

ଆମେରିକା ପରେ ବ୍ରିଟେନ ବି ଚୀନ କମ୍ପାନୀ ହୁଆଓ୍ଵେ ଉପରେ କଟକଣା ଲଗାଇଛି। ଏହି କମ୍ପାନୀ ବ୍ରିଟେନ୍‌ରେ ୫ଜି ପ୍ରସ୍ତୁତି ପ୍ରକଳ୍ପରେ କାମ କରୁଥିଲା। ବ୍ରିଟିଶ ସରକାର ୨୦୨୭ ପର୍ଯ୍ୟନ୍ତ ୫ଜି ନେଟଓ୍ଵର୍କରୁ ହୁଆଓ୍ଵେର ସମସ୍ତ ଉପକରଣ ହଟାଇ ଦେବାକୁ ଟେଲିକମ କମ୍ପାନୀକୁ ଆଦେଶ ଦେଇଛନ୍ତି। ଏହା ପୂର୍ବରୁ ଆମେରିକା ମଧ୍ୟ ହୁଆଓ୍ଵେର ସମସ୍ତ ଉପକରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବରିଶ ଜନସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସୁରକ୍ଷା ପରିଷଦ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ଦେଶରେ ୫ଜି ନେଟଓ୍ଵର୍କର ନିର୍ମାଣରେ ଚୀନ କମ୍ପାନୀର ଭାଗିଦାରୀ ସମାପ୍ତ କରାଯିବ। ବ୍ରିଟିଶ ସରକାର ଏହି ନିଷ୍ପତ୍ତି ଜାତୀୟ ସାଇବର ସୁରକ୍ଷା ପରିଷଦର ରିପୋର୍ଟ ସମୀକ୍ଷା ପରେ ନେଇଛନ୍ତି। ଚୀନ କମ୍ପାନୀ ହୁଆଇ ଉପରେ ତଥ୍ୟ ଚୋରି ଓ ଗୁପ୍ତ ସୂଚନା ଲିକ୍‌ କରିବାର ଅଭିଯୋଗ ହୋଇଛି।

ଦେଶର ସୁରକ୍ଷା ପ୍ରତି ବିପଦ ହୁଆଓ୍ଵେ

ବ୍ରିଟେନ୍‌ର ସଂସ୍କୃତି ସଚିବ ଓଲିଭର ଡାଉଡେନ୍ କହିଛନ୍ତି ଜାତୀୟ ସୁରକ୍ଷା ପରିଷଦ ଚେତାବନୀ ଦେଇଥିଲେ ଯେ ଆମେରିକାର ପ୍ରତିବନ୍ଧ ପରେ ହୁଆଇର ସୁରକ୍ଷାକୁ ନେଇ ଚିନ୍ତା ବଢି ଯାଇଛି। ୫ଜି ନେଟଓ୍ଵର୍କରେ ହୁଆଇର ଉପସ୍ଥିତି ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ସେ ଏହା ମଧ୍ୟ କହିଛନ୍ତି ହୁଆଇ ନିଜର ଉପକରଣର ସୁରକ୍ଷା ନେଇ କୌଣସି ଗ୍ୟାରେଣ୍ଟି ଦେବ ବ୍ରିଟେନ୍‌କୁ ଭରସା ପାଉନି।

   Related Posts