Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୈତାନ ସ୍ୱାମୀ, ସ୍ତ୍ରୀର ତଣ୍ଟିଚିପି କଲା ହତ୍ୟା !
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ଚଳିତ ବର୍ଷର ସବୁଠୁ ଶ୍ରେଷ୍ଠ ଓ ଚର୍ଚ୍ଚିତ ବାହାଘର କାହାର ଥିଲା ଜାଣନ୍ତୁ, ଖର୍ଚ୍ଚ ହୋଇଥିଲା ମାତ୍ର ୨୦ ହଜାର ଚଙ୍କା

29/12/2018 at 4:15 PM

କରାଚୀ ୨୯/୧୨ : ବିବାହରେ କିଏ କେତେ ଖର୍ଚ୍ଚ କରିଛନ୍ତି ଏବଂ କିଏ ଅଧିକ ଖର୍ଚ୍ଚ କରାଇଚି ତାକୁ ନେଇ ଆଲୋଚନା ହେବା କିଛି ନୂଆ କଥା ନୁହେଁ | ବିବାହ ଉତ୍ସବ ସାରିବା ପରେ ଏନେଇ ହୁଏ କିଛି ଦିନ ଆଲୋଚନା | ନିକଟରେ ଭାରତରେ ମଧ୍ୟ କେତେ ରାଜକୀୟ ବାହାଘର ହୋଇଛି | ରଣବୀର ଦୀପିକା, ପ୍ରିୟଙ୍କା ନିକ, ଇଶା ଆନନ୍ଦଙ୍କ ବିବାହ ସମ୍ପନ୍ନ ହୋଇଛି | ଟ୍ୱିଟରରେ ଏକ ପାକିସ୍ତାନୀ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଏହି ବିବାହକୁ କିଛି ଲୋକେ ବହୁତ ସୁନ୍ଦର ବୋଲି କହିଛନ୍ତି ତ କିଛି ଲୋକେ ଏହି ବିବାହର ପ୍ରଶଂସା କରିଛନ୍ତି | ତେବେ ଏହି ପାକିସ୍ତାନୀ ବିବାହକୁ ଚଳିତ ବର୍ଷର ସବୁଠାରୁ ଶ୍ରେଷ୍ଠ ବିବାହ ଭାବେ ଗଣନା କରାଯାଇଛି |

ଆସନ୍ତୁ ଜାଣିବା ପାକିସ୍ତାନର ରିଜୱାନଙ୍କ ବିବାହରେ କଣ ଥିଲା ଖାସ :

ପେସାରେ ରିଜୱାନ ଜଣେ ଫଟୋଗ୍ରାଫର | ତାଙ୍କ ଘର କରାଚୀରେ | ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଏଇଥିପାଇଁ ହୋଇଛି କାରଣ ସେ ନିଜ ବିବାହରେ ଖର୍ଚ୍ଚ କରିଥିଲେ ମାତ୍ର ୨୦ ହଜାର ଟଙ୍କା | ତାଙ୍କ ବିବାହରେ ଉପସ୍ଥିତ ଥିଲେ ୨୫ ଜଣ ଅତିଥି | ଟ୍ୱିଟର ଥ୍ରେଡ଼ ଜରିଆରେ ସେ ନିଜ ବିବାହର ସମ୍ପୂର୍ଣ କାହାଣୀ ଶୁଣେଇଛନ୍ତି | ତାଙ୍କର ଏହି କାହାଣୀକୁ ଟ୍ୱିଟର ମୁମେଣ୍ଟ ଇଣ୍ଡିଆ ମଧ୍ୟ ସେୟାର କରିଛି |

ସେ ନିଜ କାହାଣୀରେ ଲେଖିଛନ୍ତି ଯେ, “ମୁଁ ନିଜ ବାହାଘର କାହାଣୀ ଏଇଥିପାଇଁ ସେୟାର କରୁଛି ଯେ, ଆପଣମାନେ ଜାଣିବେ ନିଜ ପସନ୍ଦର ବିବାହ ସମ୍ଭବ ! ମୋ ଅତିଥି ତାଲିକାରେ ଥିଲେ ୨୫ଜଣ, ଆଉ ସେହି ୨୫ ଜଣ ମଧ୍ୟରେ ସାମିଲ ଥିଲେ ପରିବାର ଓ ବନ୍ଧୁ | ବିବାହ ସ୍ଥାନ ଥିଲା ଛାତ ଉପର ଏବଂ ଭୋଜିରେ ଥିଲା ଚିକେନ ଟୀକ୍କା, ଶିଖ କବାବ, ଚଣା ହଲୱା ଷ୍ଟ୍ରବେରି  |” ଅତିଥିଙ୍କ ପାଇଁ ତାଙ୍କ ପତ୍ନୀ ଆଳୁର ଏକ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରିଥିଲେ | ରିଜୱାନ ବାପା ଛାତ ଉପରେ ଲାଇଟ ସଜେଇଥିଲେ | ପାଖରେ ଥିବା ନିର୍ବାଚନ କମିଟିରୁ ଅତିଥିଙ୍କ ପାଇଁ ୨୫ଟି ଚେୟାର ଅଣାଯାଇଥିଲା ବୋଲି ସେ କହିଛନ୍ତି | ତେବେ ଭୋଜନ ପରେ ମିଠା ଆଣିବା ସେ ଭୁଲି ଯାଇଥିବାରୁ ଜଣେ ଅତିଥି ନିଜେ ଆଇସକ୍ରିମ ନେଇଆସିଥିଲେ |

ବିବାହ ସମାରୋହରେ ଉଭୟ ବର କନ୍ୟା ସାଧାରଣ ପୋଷାକ ପରିଧାନ କରିଥିଲେ | ତେବେ ରିଜୱାନ କହିଛନ୍ତି ଯେ, ବିବାହରେ ଆପଣ ଯେତିକି ଖର୍ଚ୍ଚ କରି ପାରିବେ ସେତିକି ହିଁ କରିବା ଉଚିତ | ଲୋକଙ୍କୁ ଦେଖେଇବା ପାଇଁ ନିଜ ଦକ୍ଷତା ଠାରୁ ଅଧିକ ଖର୍ଚ୍ଚ କରିବା ଅନୁଚିତ | ସବୁଠାରୁ ମହତ୍ଵପୁର୍ଣ ହେଲା ବିବାହ ନିଜ ଇଛାରେ ଏବଂ ନିଜ ଖୁସିରେ ହେବା ଦରକାର | ବାହାଘରରେ କେତେ ଅଧିକ ଖର୍ଚ୍ଚ ହୋଇଛି ତାହା ମହତ୍ୱ ରଖେନି |

   Related Posts