ଗ୍ରୀନ ଟି ପ୍ରସ୍ତୁତ କରିବାବେଳେ ଆପଣ କିଛି ଭୁଲ୍ କରୁନାହାନ୍ତି ତ : ଜାଣନ୍ତୁ ଏହାର ପିଇବାର ପ୍ରକୃତ ସମୟ

Published By : Prameya-News7 Bureau | August 19, 2019 IST

ଏହି କଥା ତ ଆମେ ସମସ୍ତେ ଜାଣିଛୁ ଯେ ଗ୍ରୀନ୍ ଟି ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଆମକୁ ସବୁ ପ୍ରକାର ରୋଗରୁ ମୁକ୍ତି ପ୍ରଦାନ କରିଥାଏ। ଓଜନ କମାଇବା ପାଇଁ ଏହା କୌଣସି ବରଦାନଠୁ କମ୍ ନୁହେଁ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ପଲିଫିନାଇଲ ଆମକୁ ଲାଭ ପହଞ୍ଚାଇଥାଏ।

{"id":146144}

ପୋଷକ ତତ୍ତ୍ବର ଗନ୍ତାଘର ଗ୍ରୀନ ଟି ଆମ ଶରୀରର ମେଟାବଲିଜମକୁ ପୂର୍ବଠୁ ଅଧିକ ପ୍ରଭାବିତ କରିଥାଏ। ମେଟାବଲିଜମ ଏକ ଏପରି ପ୍ରକ୍ରିୟା ଯାହା ଆମେ ଖାଇଥିବା ଖାଦ୍ୟ ଏବଂ ପିଇଥିବା ପାନୀୟକୁ ଶକ୍ତିରେ ରୂପାନ୍ତରିତ କରିଥାଏ। ଏଥିପାଇଁ ଏହାକୁ ଓଜନ କମାଇବା ପାଇଁ ଲାଭଦାୟକ ହୋଇଥାଏ।

{"id":146145}

ଗ୍ରୀନ ଟି ଆମ ପାଇଁ ଅତ୍ୟନ୍ତ ଲାଭଦାୟକ କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଆମେ ଦିନସାରା ଗ୍ରୀନ ଟି ପିଇବା। ଅନେକ ଲୋକ ଏହି ଭୁଲ୍ କରିଥାଆନ୍ତି। ଏହାକୁ ଅଧିକ ପିଇଲେ ବାନ୍ତି,ମୁଣ୍ଡ ଘୂରାଇବା ଏବଂ ଗ୍ୟାସ୍ ସମସ୍ୟା ହୋଇପାରେ। ଏଥିରେ ଥିବା କ୍ୟାଫିନ୍ ଏବଂ ଟେନିନ୍ସ,ଗ୍ୟାଷ୍ଟ୍ରିକକୁ ହ୍ରାସ କରିଥାଏ।

{"id":146146}

ଗ୍ରୀନ୍ ଟି କୁ ପ୍ରସ୍ତୁତ କରିବା ପାଇଁ ପାଣି ଗରମ କରନ୍ତୁ। ଏହା ପରେ ପାଣିକୁ ଅଳ୍ପ ଥର୍‌ହା ହେବାକୁ ଦିଅନ୍ତୁ। ଗରମ ପାଣିରେ ଗ୍ରୀନ ଟି ପ୍ରସ୍ତୁତ କରିବା ଦ୍ବାରା ଏହାର କ୍ୟାଟେଚିନ୍ ନଷ୍ଟ ହୋଇଯାଇଥାଏ। ପାଣି ନର୍ମାଲ୍ ହେଲେ ସେଥିରେ ଟି ବ୍ୟାଗ୍ ରଖନ୍ତୁ। ଏବେ ଏହାକୁ ୩ମିନିଟ୍ ଯାଏଁ ଘୋଡ଼ାଇ ରଖନ୍ତୁ। ଏବେ ଏହାକୁ ଚାମଚରେ ଗୋଳାଇ ଏହାକୁ ପିଇ ଦିଅନ୍ତୁ।

{"id":146147}



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.